ETV Bharat / sitara

'The Great Indian Kitchen'କୁ ଶ୍ରେଷ୍ଠ ଫିଲ୍ମ ଆୱାର୍ଡ - ଦ ଗ୍ରେଟ ଇଣ୍ଡିଆନ କିଚେନ

କେରଳ ସଂସ୍କୃତି ମନ୍ତ୍ରୀ ସାଜି ଚେରିଆନ ଶନିବାର ୫୧ତମ ଫିଲ୍ମ ଫେୟାର ପୁରସ୍କାର ଘୋଷଣା କରିଛନ୍ତି । 'ଦ ଗ୍ରେଟ ଇଣ୍ଡିଆନ କିଚେନକୁ ଶ୍ରେଷ୍ଠ ଫିଲ୍ମ ଆୱାର୍ଡ । ଅଧିକ ପଢନ୍ତୁ...

'The Great Indian Kitchen'କୁ ଫିଲ୍ମ ଫେୟାର ପୁରସ୍କାର

author img

By

Published : Oct 17, 2021, 10:51 AM IST

ଥିରୁଅନନ୍ତପୁରମ: ମାଲାୟାଲମ ଚଳଚ୍ଚିତ୍ର 'ଦ ଗ୍ରେଟ ଇଣ୍ଡିଆନ କିଚେନ'କୁ ସବୁଠୁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର । କେରଳ ସଂସ୍କୃତି ମନ୍ତ୍ରୀ ସାଜି ଚେରିଆନ ଶନିବାର ୫୧ତମ ଫିଲ୍ମ ଫେୟାର ପୁରସ୍କାର ଘୋଷଣା କରିଛନ୍ତି । 'ଦ ଗ୍ରେଟ ଇଣ୍ଡିଆନ କିଚେନ ଶ୍ରେଷ୍ଠ ଫିଲ୍ମ ଆୱାର୍ଡ ଜିତିଛି ।

ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଜିଓ ବେବି । ଏହି ସହିତ ବେଷ୍ଟ ସ୍କ୍ରିନ ପ୍ଲେ ପାଇଁ ମଧ୍ୟ ନିର୍ଦ୍ଦେଶକ ଜିଓ ବେବି ପୁରସ୍କାର ପାଇଛନ୍ତି । ଏହି ଚଳଚ୍ଚିତ୍ର ଜଣେ ନବବିବାହିତ ମହିଳାଙ୍କ ଜୀବନ ଉପରେ ଅଧାରିତ । ଏଥିର ନିମିଶା ସଜାୟନ ଓ ସୁରଜ ଭେନଜାରାମୋଡୁ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଜାନୁଆରୀରେ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା ।

ଫିଲ୍ମଟି ଜଣେ ମହିଳାଙ୍କ ବୈବାହିକ ଜୀବନକୁ ନେଇ ଆଧାରିତ । ମହିଳା ଜଣଙ୍କ ଭଳ ନୃତ୍ୟଶିଳ୍ପୀ । ହେଲେ ଘରେ ଦିନରାତି କାମ କରିବାକୁ ସେ ଆଗ୍ରହୀ ନୁହନ୍ତି । ନାଚ ଶିଖାଇବା ପାଇଁ ସେ ଏକ ସ୍କୁଲରେ ଚାକିରି ପାଆନ୍ତି ହେଲେ ଘରେ ଶ୍ବଶୁର ଓ ସ୍ବାମୀ ଚାକିରି ପାଇଁ ମନା କରନ୍ତି କାରଣ ସେ ଚାକିର କଳେ କିଏ ସେମାନଙ୍କୁ ଖାଦ୍ୟ ପରଷି ଦେବ । ଫିଲ୍ମର ମଧ୍ୟ ଭାଗ ଯାଏ ମହିଳା ଜଣଙ୍କ ସକାଳୁ ବାସନ ମାଜୁଛନ୍ତି, ଖାଇବା ତିଆରି କରୁଛନ୍ତି ଟେବୁଲ ପୋଛୁଛନ୍ତି । ତାଙ୍କର ରାତି ପାହିବାଠୁ ନେଇ ରାତି ହେବା ପର୍ଯ୍ୟନ୍ତ ରୋଷେଇ ଘରେ ହିଁ ତାଙ୍କ ଦିନ କଟୁଥିଲା । ମହିଳାମାନେ ଘରେ ରହି ଦିନ ତମାମ କେତେ କାମ କରୁଛନ୍ତି ନିର୍ମାତା ଦର୍ଶକଙ୍କୁ ଦେଖାଇଛନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.