ନୂଆଦିଲ୍ଲୀ: ଏମିତି ବହୁତ ଅଭିନେତ୍ରୀ ଅଛନ୍ତି ଯିଏ ନିଜ ସଂଘର୍ଷ ସମୟରେ କାଷ୍ଟିଂ କାଉଚ ଭଳି ସମସ୍ୟାର ସମ୍ମୁଖୀନ ହୋଇସାରିଛନ୍ତି । କିଛି ଏହା ବିଷୟରେ ସର୍ବସାଧାରଣରେ ଆଲୋଚନା ମଧ୍ୟ କରିସାରିଛନ୍ତି । ବର୍ତ୍ତମାନ ଏହି କ୍ରମରେ ସାମିଲ ହୋଇଛନ୍ତି ଅଭିନେତ୍ରୀ ଜରିନ ଖାନ ।
ଏକ ସାକ୍ଷାତକାରରେ ଅଭିନେତ୍ରୀ ଏ ବିଷୟରେ କହିଛନ୍ତି । ସେ କହିଛନ୍ତି, ଏକ ସୀନର ରିହର୍ସଲ୍ ବାହାନାରେ ମତେ କିସ୍ କରିବାକୁ ଚେଷ୍ଟା କରାଯାଇଥିଲା ।
ନିକଟରେ ଏକ ସାକ୍ଷାତକାରରେ ଅଭିନେତ୍ରୀ କହିଛନ୍ତି, ମୁଁ ଲୋକର ନାଁ ନେବାକୁ ଚାହୁଁନାହିଁ, କିନ୍ତୁ ଏକ ସୀନର ରିହର୍ସଲ୍ କରିବା ବାହାନାରେ ଅନ୍ୟ ଜଣେ କହିଥିଲେ ଯେ ତୁମର ଅସୁବିଧାକୁ ଦୂର କରିବାକୁ ପଡିବ ଏବଂ ମୁଁ ସେ ସମୟରେ ନୂଆ ଥିଲି, ତେଣୁ ମୋତେ ଠିକ୍ ଲାଗିଥିଲା ।
ସେ ମୋତେ କହିଥିଲେ, ଆପଣ ଜାଣନ୍ତି କି ଆମେ ଏକ କିସିଂ ସୀନ କରିବା ? ମୁଁ କହିଲି କଣ ? ନାହିଁ ମୁଁ ରିହର୍ସଲ୍ ଭାବରେ କୌଣସି ପ୍ରକାରର କିସିଂ ସୀନ କରୁନାହିଁ । ଏଥିସହ ଏହି ବ୍ୟକ୍ତି ମୋତେ କହିଥିଲେ ଯେ ଆପଣ ପାଇଥିବା ପ୍ରୋଜେକ୍ଟ ଉପରେ ମୁଁ ବିଶେଷ ଦୃଷ୍ଟି ଦେବି । ମୁଁ ତୁମକୁ ସବୁଥିରେ ଲିଡ୍ ମଧ୍ୟ କରିବି । ମୁଁ କହିଲି, ନାଁ, ମୁଁ ଏମିତି କାମ କରେ ନାହିଁ ।
ପ୍ରକାଶ ଥାଉ ଯେ, ଅଭିନେତ୍ରୀ କେବଳ କାଷ୍ଟିଂ କାଉଚର ଶିକାର ହୋଇନାହାଁନ୍ତି ବରଂ କେତେକ ୟୁଜର୍ସ ତାଙ୍କ ଓଜନକୁ ନେଇ ମଧ୍ୟ ପରିହାସ କରୁଥିଲେ ଏବଂ ତାଙ୍କୁ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ସହ ତୁଳନା କରିଥିଲେ।