ETV Bharat / sitara

ବଲିଉଡ ଛାଡିଲେ ସିକ୍ରେଟ ସୁପରଷ୍ଟାର ଜାଏରା

5 ବର୍ଷର ବଲିଉଡ ଯାତ୍ରାକୁ ଶେଷ କରିବେ ଜାଏରା ବାସିମ । ଇସଲାମ ଧର୍ମ ପାଇଁ ବଲିଉଡକୁ ଅଲିବିଦା କରିଛନ୍ତି ଜାଏରା । ସୋସିଆଲ ମିଡିଆରେ କଲେ ଘୋଷଣା ।

author img

By

Published : Jun 30, 2019, 2:56 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ହାଇଦ୍ରାବାଦ: ଦଙ୍ଗଲ ଫିଲ୍ମରୁ ବଲିଉଡ ରାସ୍ତା ଆରମ୍ଭ କରିଥିବା ଜାଏରା ବସିମ ଜଣେ ଭଲ ଅଭିନେତ୍ରୀ ଭାବରେ ଜଣାଶୁଣା । ଅତି କମ ସମୟରେ ଜାଏରାଙ୍କ ସୋସିଆଲ ମିଡିଆରେ ଫଲୋୟର୍ସ ସଂଖ୍ୟା ବଢିବାକୁ ଲାଗିଥିଲା । ସିକ୍ରେଟ ସୁପରଷ୍ଟାରରେ ତାଙ୍କ ଅଭିନୟ ଦର୍ଶକଙ୍କୁ କାଫି ପସନ୍ଦ ଆସିଥିବା ବେଳେ ଏବେ ବଲିଉଡ ଛାଡିବେ ବୋଲି କରିଛନ୍ତି ଘୋଷଣା ।

note
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନିକଟରେ ଜାଏରା ସବୁ ସୋସିଆଲ ମିଡିଆ ସାଇଟରେ ଏକ ନୋଟ୍ ଲେଖିଛନ୍ତି । ଏଥିରେ ସେ ବଲିଉଡ ଛାଡିବା କଥା କହିଛନ୍ତି । ଏହି ବୟାନରେ ଜାଏରା କହିଥିଲେ, ସେ 5 ବର୍ଷ ହେବ ବଲିଉଡ ଯାତ୍ରା ଆରମ୍ଭ କରିଥିଲେ । ତାଙ୍କୁ ଏହି ଯାତ୍ରାରେ ଅନେକ ସଫଳତା ମଧ୍ୟ ମିଳିଛି କିନ୍ତୁ ବଲିଉଡ କାରଣରୁ ସେ ତାଙ୍କ ଇସଲାମ ଧର୍ମରୁ ବିମୁଖ ହେଉଛନ୍ତି । ଏହି ବୟାନରେ ଜାଏରାଙ୍କ ଦୁଃଖ ସାଫ ସାଫ ଜଣାପଡୁଛି ।

note
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ସଫଳତା ପାଇବା ପରେ ବି ଖୁସି ନାହାଁନ୍ତି ଜାଏରା । ବଲିଉଡ ପାଇଁ ସେ ନୁହେଁ ବୋଲି ମଧ୍ୟ କହିଛନ୍ତି । ନିଜ ଇସଲାମିକ ଧର୍ମକୁ ପାଳନ କରିବାରେ ଏହି 5 ବର୍ଷ ମଧ୍ୟରେ 100 ଥର ବିଫଳ ହୋଇଛନ୍ତି ବୋଲି କହିଥିଲେ ଜାଏରା । ଜାଏରାଙ୍କ ଏହି ନିଷ୍ପତ୍ତିରେ ବଲିଉଡର ଅନେକ କଳାକାରଙ୍କୁ ଆଚମ୍ବିତ କରିଛି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.