ETV Bharat / sitara

ସୋସିଆଲ ମିଡିଆ ଆକାଉଣ୍ଟ ଡିଲିଟ କଲେ ଜାୟରା - ଜାୟରା ୱାସୀମଙ୍କ ବିବାଦୀୟ ଟ୍ବିଟ

ଗତ ବର୍ଷ ଜାୟରା ଆକ୍ଟିଂ ଦୁନିଆ ଛାଡିବା ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ । ଅଭିନୟ ତାଙ୍କ ଧର୍ମ ବିରୋଧୀ ବୋଲି କହି ସେ ସମାଲୋଚନାର ଶିକାର ହୋଇଥିଲେ । ଏବେ ପୁଣି ଏକ କାରଣକୁ ନେଇ ଚର୍ଚ୍ଚାରେ ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : May 30, 2020, 3:42 PM IST

ମୁମ୍ବାଇ: ଦଙ୍ଗଲ ଗାର୍ଲ ରୂପେ ଫେମସ ହୋଇଥିବା ଅଭିନେତ୍ରୀ ଜାୟରା ୱାସୀମ ଗତ ବର୍ଷ ଫିଲ୍ମ ଦୁନିଆ ଛାଡିବା ନେଇ ସବୁ ମହଲରେ ଚର୍ଚ୍ଚାର ବିଷୟରେ ପାଲଟିଥିଲେ। କିଛି ସେଲିବ୍ରିଟି ତାଙ୍କ ସମର୍ଥନ କରିଥିବା ବେଳେ ଆଉ କିଛି ତାଙ୍କର ସମାଲୋଚନା ମଧ୍ୟ କରିଥିଲେ। କାରଣ ସେ ଧର୍ମ ନାମରେ ଫିଲ୍ମ ଦୁନିଆ ଛାଡିବାକୁ ନିଷ୍ପତ୍ତି ନେବା କଥା କହିଥିଲେ। ଏବେ ପୁଣିଥରେ ସେ ଚର୍ଚ୍ଚାରେ। ଏଥର ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଡିଲିଟ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି।

କଥାଟି ହେଲା ଯେ ସେ ନିକଟରେ ପାକିସ୍ତାନ ମାଧ୍ୟମରେ ଭାରତକୁ ଆସିଥିବା ପଙ୍ଗପାଳ ବିଷୟରେ ସେ ଏକ ଟ୍ବିଟ କରି ସମାଲୋଚନା ଶିକାର ହୋଇଥିଲେ । ସେ ଟ୍ବିଟରେ ଲେଖିଥିଲେ, ‘ପଙ୍ଗପାଳର ବିପର୍ଯ୍ୟୟ ହେଉଛି ମଣିଷର ମନ୍ଦ କାର୍ଯ୍ୟର ଫଳାଫଳ।’ ଖାଲି ଏତିକି ନୁହେଁ ସେ ପଙ୍ଗପାଳର ଆକ୍ରମଣକୁ ଆଲ୍ଲାହାଙ୍କ ବିନାଶ ସହିତ ମଧ୍ୟ ତୁଳନା କରିଥିଲେ।

ଜାୟରାଙ୍କ ଏହି ଟ୍ବିଟ ପରେ ୟୁଜର୍ସ ରାଗିଯାଇ ତାଙ୍କୁ ଟାର୍ଗେଟରେ କରିଥିଲେ। ଏହି ଚର୍ଚ୍ଚା ଜୋର ଧରିବାରୁ ସେ ପ୍ରଥମ ସେହି ଟ୍ବିଟକୁ ଡିଲିଟ କରିଥିଲେ । ଏହା ସହିତ ସେ ଟ୍ବିଟର ଓ ଇନଷ୍ଟାଗ୍ରାମ ଆକାଉଣ୍ଟ ମଧ୍ୟ ଡିଲିଟ କରିଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.