ETV Bharat / sitara

ବିଶ୍ବକୁ ଆତଙ୍କ ଆତ୍ମହତ୍ୟା: ଦୃଢ ମୁକାବିଲା କରିଛନ୍ତି ଫିଲ୍ମ ଷ୍ଟାର୍ସ - ଇଲିୟାନା ଡି କ୍ରୁଜ

ଆତ୍ମହତ୍ୟା ନିରୋଧ ଦିବସ ପାଳନ କରିଛି ବିଶ୍ବ । ମାନସିକ ଦୁଶ୍ଚିନ୍ତାରୁ ବାଦ ପଡିନାହାଁନ୍ତି ବଲିଉଡ ଓ ହଲିଉଡ ଷ୍ଟାର୍ସ । ଏହି ଅବସରରେ ଜାଣନ୍ତୁ ତାଙ୍କ ସଂଘର୍ଷର କାହାଣୀ ।

ଡିଜାଇନ ଫଟୋ
author img

By

Published : Sep 10, 2019, 10:20 PM IST

ମୁମ୍ବାଇ: ଆଜି ବିଶ୍ବ ପାଳୁଛି ଆତ୍ମହତ୍ୟା ନିରୋଧ ଦିବସ । ଆତ୍ମହତ୍ୟା ଭଳି ରାସ୍ତା କେବଳ ସାଧାରଣ ମଣିଷ ନୁହେଁ ସେଲିବ୍ରିଟି ମଧ୍ୟ କେବେ ନା କେବେ ଜୀବନରେ ଆପଣାଇଛନ୍ତି । କାରଣ ମାନସିକ ଦୁଶ୍ଚିନ୍ତା ସହ ଲଢିବାକୁ ଅସମର୍ଥ ହେଲେ ମଣିଷ ଆତ୍ମହତ୍ୟା କରିବାର ଉଦ୍ୟମ କରିଥାଏ ।

ଯିଏ ଜୀବନରେ ଥରେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥାଏ । ସେ ଭବିଷ୍ୟତରେ ନିହାତି ଆଉଥରେ ଆତ୍ମହତ୍ୟା କରିବାକୁ ଉଦ୍ୟମ ମଧ୍ୟ କରନ୍ତି । ମାନସିକ ଅବସାଦରେ ଖୁବଶିଘ୍ର ସେ ଆକ୍ରାନ୍ତ ହୋଇଥାଏ । ଆତ୍ମହତ୍ୟା ଯୁବପିଢି ଭିତରେ ଅଧିକ ଦେଖିବାକୁ ମିଳୁଛି । ତେବେ କାହିଁକି ଯୁବପିଢି ଆତ୍ମହତ୍ୟା ଭଳି ରାସ୍ତାକୁ ଜୀବନରେ ବାଛିନେଇଛନ୍ତି, ଆସନ୍ତୁ ଜାଣିବା ଏହାର କାରଣ...

ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆମ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ କଳାକାର ଏହି ରୋଗରେ ଆକ୍ରାନ୍ତ ହୋଇସାରିଛନ୍ତି । ହେଲେ ସେମାନେ ଏହାସହ ଲଢି ଏହାକୁ ଦୃଢତାର ସହ ମୁକାବିଲା କରିଛନ୍ତି । ଆସନ୍ତୁ ଜାଣିବା ଏହି ସମସ୍ୟା ସହ କିପରି ଲଢି ଆଜି ଲୋକଙ୍କୁ ସଚେତନ କରୁଛନ୍ତି ହଲିଉଡ ଏବଂ ବଲିଉଡ ସେଲିବ୍ରିଟି।

ଆପଣ ଜେକେ ରାୱଲିଂଙ୍କ ବିଷୟରେ ଜାଣିଥିବେ । ଲୋକପ୍ରିୟ ପୁସ୍ତକ ଏବଂ ଫିଲ୍ମ ‘ହ୍ୟାରି ପୋଟର’ ପ୍ରାୟ ସମସ୍ତେ ଦେଖିଥିବେ । ଏଭଳି କାଳ୍ପନିକ, ମାୟାବୀ ଦୁନିଆର ଲେଖିକାଙ୍କ ଜୀବନ ମଧ୍ୟ କୌଣସି ପ୍ରେରଣାଦାୟକଙ୍କ ଠାରୁ କମ ନୁହେଁ । ଏହାର ଲେଖିକା ରାୱଲିଂ ସ୍ବୀକାର କରିଥିଲେ କି ପ୍ରଥମ ସ୍ବାମୀଙ୍କ ଠାରୁ ଅଲଗା ହେବା ପରେ ସେ ଆତ୍ମଘାତୀ ହୋଇଯାଇଥିଲେ । ଆତ୍ମହତ୍ୟା କରିବାକୁ ମଧ୍ୟ ଅନେକ ଥର ଉଦ୍ୟମ କରିଥିଲେ ।

ତେବେ ତାଙ୍କ ଝିଅ ଜେସିକାଙ୍କ ବିଚାର ତାଙ୍କୁ ଆଗକୁ ବଢିବାରେ ସାହାଯ୍ୟ କରିଥିଲା । ଯାହାପରେ ସେ ଲେଖିକା ସାଜିଥିଲେ । ‘ହ୍ୟାରି ପୋଟର’ ନୋଭେଲ ଦ୍ବାରା ଆଜି ବିଶ୍ବରେ ଖ୍ୟାତି ଅର୍ଜନ କରି ପାରିଛନ୍ତି । ଆଉ ନିଜ ଫ୍ୟାନ୍ସଙ୍କୁ ସେ ସବୁବେଳେ କୁହନ୍ତି କି ଯେତେବେଳେ ଆପଣ ଦୁର୍ବଳ ଅନୁଭବ କରୁଛନ୍ତି ପରିବାର କିମ୍ବା ବନ୍ଧୁବାନ୍ଧବ ଏବଂ ଡାକ୍ତରଙ୍କ ସହ କଥା ହୁଅନ୍ତୁ । ଏହାଦ୍ବାରା ଆପଣଙ୍କ ସମସ୍ୟା ଦୂର ହୋଇପାରିବ।

ନିଜ ବ୍ୟସ୍ତବହୁଳ ସଙ୍ଗୀତ କ୍ୟାରିୟର ସତ୍ତ୍ବେ ପପୁଲାର ସିଙ୍ଗର ଲେଡି ଗାଗା ସବୁବେଳେ ମାନସିକ ସ୍ବାସ୍ଥ୍ୟ ପ୍ରସଙ୍ଗ ଉପରେ ଲୋକଙ୍କ ମଧ୍ୟରେ ସଚେତନା ବଢାଇବା ପାଇଁ ସମୟ ବାହାର କରିନିଅନ୍ତି । ନିଜେ ଅବସାଦ ଏବଂ ଚିନ୍ତା ସହ ଲଢିବା ଦ୍ବାରା ସେ ଅନ୍ୟଙ୍କ କଷ୍ଟକୁ ବୁଝିପାରୁଛନ୍ତି । ଏହି ସମସ୍ୟାକୁ ସାମ୍ନା କରିବା ସହ ମାନସିକ ରୋଗ ନାମକ କଳଙ୍କକୁ ଭାଙ୍ଗିବାକୁ ମଧ୍ୟ ସବୁବେଳେ ଚେଷ୍ଟା କରୁଛନ୍ତି । ନିକଟରେ ସେ ଏକ ସାକ୍ଷାତକାରରେ କହିଥିଲେ ମାନସିକ ରୋଗୀଙ୍କୁ ସାମ୍ନାକୁ ଆସିବାକୁ ପଡିବ । ସେ ନିଜେ ସମସ୍ତଙ୍କ ସାମ୍ନାକୁ ଆସି ନିଜ ଡିପ୍ରେଶନ କଥା କହିଥିଲେ । ଆଉ ମାନସିକ ରୋଗୀଙ୍କୁ ସମସ୍ତେ ପ୍ରେମ କରିବା ଦରକାର ବୋଲି ମଧ୍ୟ ସେ ସବୁବେଳେ କହନ୍ତି ।

ସେହିପରି ବଲିଉଡ ଏବଂ ଟଲିଉଡ ଅଭିନେତ୍ରୀ ଇଲିୟାନା ଡି କ୍ରୁଜ ମଧ୍ୟ ନିରନ୍ତର ସଂଘର୍ଷକୁ ନେଇ ଖୁଲମଖୁଲା କଥା ହୋଇସାରିଛନ୍ତି କି ସେ କିପରି ଶାରୀରିକ ରୋଗ ଏବଂ ଡିପ୍ରେଶନ ସହ ଲଢିଥିଲେ । ଏକଦା ସେ ଆତ୍ମହତ୍ୟା କରିବାର ଅନୁଭବ କରିଥିଲେ । ଏବେ କିନ୍ତୁ ଏହି ସମସ୍ୟା ସହ ଲଢିବାକୁ ସେ ଫ୍ୟାନ୍ସଙ୍କୁ ସଚେତନ କରିବାରେ ଲାଗିଛନ୍ତି । ଦୃଢତା ସହ ଡିପ୍ରେଶନର ସାମ୍ନା କଲେ ଜଣେ ସୁସ୍ଥ ହୋଇପାରିବ ବୋଲି ସେ ଅନୁଭବ କରୁଛନ୍ତି ।

ହୁଏତଃ ଅଧିକାଂଶ ଲୋକଙ୍କୁ ଜଣାନଥିବ କି ବଲିଉଡର କିଙ୍ଗ ଖାନ ଶାହରୁଖ ଖାନ ମଧ୍ୟ ଏହି ସମସ୍ୟା ଦେଇ ଗତି କରିସାରିଛନ୍ତି । ସେ ମାନସିକ ଦୁଶ୍ଚିନ୍ତା ସହ ମଧ୍ୟ ଲଢିଛନ୍ତି । 2010ରେ ଯେତେବେଳେ ତାଙ୍କ କାନ୍ଧର ଅପରେସନ ହୋଇଥିଲା ସେହି ସମୟରେ ସେ ଯନ୍ତ୍ରଣା ସହି ନପାରିବାରୁ ଧିରେ ଧିରେ ଅବସାଦରେ ଆସିବାରେ ଲାଗିଥିଲେ ବୋଲି ଶାହରୁଖ ଏକ ସାକ୍ଷାତକାରରେ କହିଥିଲେ । କିନ୍ତୁ ବର୍ତ୍ତମାନ ସେ ମାନସିକ ଦୁଶ୍ଚିନ୍ତା ଦୂରେଇ ଯାଇଛନ୍ତି । ଆଉ ସବୁବେଳେ ଆକ୍ଟିଭ ମୋଡରେ ରହୁଛନ୍ତି।

ମାନସିକ ଦୁଶ୍ଚିନ୍ତା ବା ଅବସାଦ କେବଳ ଏକମାତ୍ର ଚିନ୍ତାଧାରା । ଏହା ଆମକୁ ସମ୍ପୂର୍ଣ୍ଣ ଭାବେ ସେତେବେଳେ ଗ୍ରାସ କରିଥାଏ ଯେତେବେଳେ ଆମେ ଏହାକୁ ସୁଯୋଗ ଦେଇଥାଏ । ଏହାସହ ଲଢିବା ପାଇଁ ଆମେ ନିଜକୁ ନିଜେ ପ୍ରସ୍ତୁତ କରିବା ଦରକାର । ଯେତେବେଳେ ବି ଏପରି କିଛି ଅନୁଭବ ହେବ ସଙ୍ଗେ ସଙ୍ଗେ ନିଜକୁ ସତେଜ ରଖିବା ପାଇଁ କିଛି କାର୍ଯ୍ୟ କରିବା ଆବଶ୍ୟକ । ପରିବାର ଓ ବନ୍ଧୁବାନ୍ଧବଙ୍କ ସହ ସମୟ ବିତାଇବା ଫଳରେ ଏହି ଚିନ୍ତା ଦୂର ହୋଇଯିବ । ଜୀବନରେ କେହି କେବେ ଖାଲି ହାତରେ ଆସିନଥାଏ କିମ୍ବା କୌଣସି ଲକ୍ଷ୍ୟବିହୀନ ହୋଇନଥାଏ । ସମସ୍ତଙ୍କ ଜୀବନରେ କିଛି ନା କିଛି ମୂଲ୍ୟବୋଧ ରହିଥାଏ ଯାହା ପରବର୍ତ୍ତୀ ସମୟରେ ହାସଲ ହୋଇଥାଏ । ତେଣୁ ଏଭଳି ଖରାପ ଚିନ୍ତାଧାରା କିମ୍ବା ନିଜକୁ ଆଘାତ ପହଞ୍ଚାଇବା ଭଳି କିଛି କାର୍ଯ୍ୟରୁ ଦୂରେଇ ରହିବା ଆବଶ୍ୟକ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.