ETV Bharat / sitara

କରନଙ୍କ ଉପରେ ଦୁଷ୍କର୍ମ ଅଭିଯୋଗ ଆଣିଥିବା ମହିଳା ଗିରଫ - arrested

ଟେଲି ଅଭିନେତା କରନଙ୍କ ଉପରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ ଜଣେ ମହିଳା । ଏବେ ମାମଲାରେ ବଡ ଖୁଲାସା । ମହିଳାଙ୍କୁ ଗିରଫ କରିଛି ପୋଲିସ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@କରନ ଓବରାୟ
author img

By

Published : Jun 17, 2019, 11:37 PM IST

ମୁମ୍ବାଇ: କିଛି ଦିନ ପୂର୍ବରୁ ଟିଭିର ଜଣାଶୁଣା ଅଭିନେତା କରନ ଓବରୟଙ୍କ ଉପରେ ଜଣେ ମହିଳା ଦୁଷ୍କର୍ମ ଅଭିଯୋଗ ଲଗାଇଥିଲେ । ଏହି ମାମଲା ପାଇଁ ଦୀର୍ଘ ସମୟରୁ ସେ ଆଲୋଚନାର ଶିକାର ହେଉଆସୁଛନ୍ତି । ନିକଟରେ ତାଙ୍କୁ ଜାମିନ ମିଳିଥିଲା । ଇତିମଧ୍ୟରେ ଶୁଣିବାକୁ ମିଳୁଛି ଯେ ତାଙ୍କ ଉପରେ ଦୁଷ୍କର୍ମ ଅଭିଯୋଗ ଲଗାଇଥିବା ମହିଳାକୁ ବର୍ତ୍ତମାନ ପୋଲିସ ଗିରଫ କରିନେଇଛି ।

ଏହି ଖବର ଏବେ ଜୋର ଧରିଛି ଯେ କରନଙ୍କ ଉପରେ ଦୁଷ୍କର୍ମ ଅଭିଯୋଗ ଲଗାଇଥିବା ମହିଳା ଜଣକ ନିଜ ଉପରେ ମିଥ୍ୟା ଆକ୍ରମଣ କରାଇ କରନଙ୍କୁ ଫସାଇଥିବା ମାମଲାରେ ତାଙ୍କୁ ଗିରଫ କରାଯାଇଛି । ଯାହା ପରେ ତାଙ୍କୁ କୋର୍ଟରେ ଉପସ୍ଥିତ କରାଯାଇଥିଲା । ଏହା ପୂର୍ବରୁ ସେହି ମହିଳାଙ୍କ ଓକିଲଙ୍କୁ ଗିରଫ କରିଥିଲା ପୋଲିସ । ଓକିଲ ବୟାନକୁ ଆଧାର କରି ମହିଳାଙ୍କୁ ପରେ ଗିରଫ କରିଛି ପୋଲିସ ।

ପ୍ରକାଶ ଥାଉକି କରନଙ୍କ ଉପରେ ଦୁଷ୍କର୍ମ ଅଭିଯୋଗ ଲଗାଇଥିବା ମହିଳା ଉପରେ କିଛି ଦିନ ପୂର୍ବରୁ ମର୍ଣ୍ଣିଂ ୱାଲ୍କ ସମୟରେ ଆକ୍ରମଣ କରାଯାଇଥିଲା । ଏହି ଆକ୍ରମଣରେ ମହିଳାଙ୍କ ଓକିଲ କାଶିଫ ଖାନଙ୍କ ନାମ ସାମ୍ନାକୁ ଆସିଥିଲା । ଏହି ଆକ୍ରମଣରେ ଆଉ ଚାରି ବ୍ୟକ୍ତି ସାମିଲ ମଧ୍ୟ ଥିଲେ ବୋଲି ପୋଲିସ ହାତରେ ଧରାପଡିଲା ପରେ ମହିଳାଙ୍କ ଓକିଲ କହିଥିଲେ ।

ଏହାପରେ କାଶିଫ ଫେରାର ହୋଇଯାଇଥିଲେ । ଚାରି ଦିନ ନିଖୋଜ ରହିଲା ପରେ ଓଶିୱାରା ପୋଲିସ ସାମ୍ନାରେ ସରେଣ୍ଡର କରିଥିଲେ କାଶିଫ । ଗିରଫ ହେବା ପରେ ଅନ୍ଧେରୀ କୋର୍ଟରେ ତାଙ୍କୁ ଉପସ୍ଥିତ କରାଯାଇଥିଲା । ଯାହାପରେ ତାଙ୍କୁ ଜାମିନ ମିଳିଛି ।

Intro:Body:

dhd

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.