ETV Bharat / sitara

ଫିଲ୍ମ ସାଇନ କରିବାରେ ବ୍ୟସ୍ତ ୱିଙ୍କ ଗାର୍ଲ

ଆଉ ଏକ ଫିଲ୍ମ 'ଲଭ ହ୍ୟାକର୍ସ'ରେ ସାଇନ କରିସାରିଲେଣି ପ୍ରିୟା ପ୍ରକାଶ ୱାରିୟର । ବର୍ତ୍ତମାନ ଡେବ୍ୟୁ ଫିଲ୍ମର ସୁଟିଂରେ ବ୍ୟସ୍ତ ପ୍ରିୟା ।

author img

By

Published : Jul 17, 2019, 12:14 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପ୍ରିୟା ପ୍ରକାଶ ୱାରିୟର

ମୁମ୍ବାଇ: ସାଉଥର ଫେମସ ଅଭିନେତ୍ରୀ ତଥା ୱିଙ୍କ ଗାର୍ଲ ନାମରେ ପରିଚିତ ଅଭିନେତ୍ରୀ ପ୍ରିୟା ପ୍ରକାଶ ୱାରିୟର ଆଜିକାଲି ବିଶିଷ୍ଟ ଅଭିନେତ୍ରୀ ଶ୍ରୀଦେବୀଙ୍କ ବାୟୋପିକ 'ଶ୍ରୀଦେବୀ ବଙ୍ଗଲୋ'ର ସୁଟିଂରେ ବ୍ୟସ୍ତ । ଏବେ ତାଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି । ଯାହା ଶୁଣି ଫ୍ୟାନ୍ସ ଖୁସି ହୋଇଯିବେ । ଆଜ୍ଞା ହଁ, ବଲିଉଡରେ ଡେବ୍ୟୁ କରିବାକୁ ଯାଉଥିବା ପ୍ରିୟାଙ୍କୁ ଇତିମଧ୍ୟରେ ଆଉ ଏକ ହିନ୍ଦୀ ଫିଲ୍ମର ଅଫର ମିଳିଛି । ଯାହାକୁ ନେଇ ଖୁବ୍ ଉତ୍ସାହିତ ପ୍ରିୟା । ନିଜର ଲୋକପ୍ରିୟତା ଦେଖି ପ୍ରିୟା ଏବେ ଅଧିକରୁ ଅଧିକ ହିନ୍ଦୀ ଫିଲ୍ମରେ ଅଭିନୟ କରିବାକୁ ଚାହୁଁଛନ୍ତି ।

ଫିଲ୍ମ 'ଶ୍ରୀଦେବୀ ବଙ୍ଗଲୋ' ଜରିଆରେ ବଲିଉଡରେ ପଦାର୍ପଣ କରିବେ ପ୍ରିୟା । ତାଙ୍କୁ ଦ୍ବିତୀୟ ହିନ୍ଦୀ ଫିଲ୍ମ ଅଫର ମିଳିବା ଖୁସିରେ ସେ କହିଛନ୍ତି କି ଭବିଷ୍ୟତରେ ଅଧିକରୁ ଅଧିକ ହିନ୍ଦୀ ଫିଲ୍ମରେ କାମ କରିବାକୁ ଇଚ୍ଛୁକ । ମୁମ୍ବାଇରେ 'ଶ୍ରୀଦେବୀ ବଙ୍ଗଲୋ' ସୁଟିଂ ସେଟରେ ସେ ମିଡିଆ ସହ କଥାବାର୍ତ୍ତା ସମୟରେ କହିଥିଲେ କି 'ଲଭ ହ୍ୟାକର୍ସ' ନାମଙ୍କ ହିନ୍ଦୀ ଫିଲ୍ମର ଅଫର ତାଙ୍କୁ ମିଳିଛି । ଆଉ ଯେଉଁଥିରେ ସେ ସାଇନ ମଧ୍ୟ କରିସାରିଲେଣି । ଫିଲ୍ମଟି ସାଇବର କ୍ରାଇମ କାହାଣୀ ଉପରେ ଆଧାରିତ ।

ପ୍ରକାଶ ଥାଉକି ପ୍ରଶାନ୍ତ ମେମ୍ବୁଲ୍ଲୀଙ୍କ 'ଶ୍ରୀଦେବୀ ବଙ୍ଗଲୋ' କିଛି ଦିନ ପୂର୍ବରୁ ଚର୍ଚ୍ଚାରେ ଆସିଥିଲା । ଯେବେ ନିର୍ମାତାଙ୍କୁ ଶ୍ରୀଦେବୀଙ୍କ ସ୍ବାମୀ ଅର୍ଥାତ ବଲିଉଡ ନିର୍ମାତା ବୋନି କପୁରଙ୍କୁ ଲିଗଲ ନୋଟିସ ପଠାଇଥିଲେ । ସେ ଫିଲ୍ମର ଟାଇଟଲ ଏବଂ ଫିଲ୍ମର ଗୋଟିଏ ସିନ ଉପରେ ଆପତ୍ତି ଜାହିର କରିଥିଲେ । ଫିଲ୍ମର ସେହି ସିନରେ ଶ୍ରୀଦେବୀଙ୍କ ଭୂମିକାରେ ଥିବା ପ୍ରିୟାଙ୍କ ମୃତ୍ୟୁ ଏକ ବାଥଟବରେ ବୁଡିବାକୁ ହେଉଛି । ଯେମିତି ଶ୍ରୀଦେବୀଙ୍କ ମୃତ୍ୟୁ 2018 ଘଟିଥିଲା ।

'ଶ୍ରୀଦେବୀ ବଙ୍ଗଲୋ' ଫିଲ୍ମରେ ପ୍ରିୟାଙ୍କ ସହ ଅଭିନେତା ଅରବାଜ ଖାନ ମଧ୍ୟ ନଜର ଆସିବେ । ଏବର୍ଷ ଶେଷ ଆଡକୁ ଫିଲ୍ମ ରିଲିଜ କରିବେ ବୋଲି ଯୋଜନା କରିଛନ୍ତି ମେକର୍ସ ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.