ETV Bharat / sitara

ଛୋଟ ପରଦାରେ ରୋହିତଙ୍କ 'ଗୋଲମାଲ ଜୁନିୟର'

କମେଡି ଫିଲ୍ମ 'ଗୋଲମାଲ' ଦେଖିସାରିଲା ପରେ ଏବେ ଛୋଟ ପରଦାରେ ଦେଖିବାକୁ ମିଳିବ 'ଗୋଲମାଲ ଜୁନିୟର' । ଖୁବ୍ ଶୀଘ୍ର ରୋହିତ ସେଟ୍ଟୀଙ୍କ ଶୋ ଟିଭିରେ ପ୍ରସାରଣ ହେବାକୁ ଯାଉଛି ।

author img

By

Published : May 12, 2019, 1:42 AM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ରୋହିତ ସେଟ୍ଟୀ

ମୁମ୍ବାଇ: ଗତ ବର୍ଷ ରିଲିଜ ହୋଇଥିବା ଫିଲ୍ମ ନିର୍ମାତା ରୋହିତ ସେଟ୍ଟୀ ଆକ୍ସନ ଫିଲ୍ମ 'ସିମ୍ବା' ବକ୍ସ ଅଫିସରେ ଶାନଦାର କଲେକ୍ସନ କରିବାରେ ସଫଳ ହୋଇଥିଲା । ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନେତା ରଣଭୀର ସିଂହ ଓ ସାରା ଅଲ୍ଲୀ ଖାନ ନଜର ଆସିଥିଲେ । ଏବେ ସେ ନିଜର ଆଗାମୀ ଫିଲ୍ମ 'ସୂର୍ଯ୍ୟବଂଶୀ'ର ସୁଟିଂରେ ଖୁବ୍ ବ୍ୟସ୍ତ ଅଛନ୍ତି । ରୋହିତଙ୍କ ଏହି ଫିଲ୍ମରେ ଏଥର ଦମଦାର ଆକ୍ସନର ତଡକା ଲଗାଇବେ ଅକ୍ଷୟ କୁମାର ।

ଏହାସହ ରୋହିତଙ୍କ ଦ୍ବାରା ତିଆରି ହୋଇଥିବା 'ଗୋଲମାଲ' ଆନିମେଟେଡ ଶୋ ଖୁବ୍ ଶୀଘ୍ର ଛୋଟ ପରଦାରେ ପ୍ରସାରଣ ହେବାକୁ ଯାଉଛି । ଇତିମଧ୍ୟରେ ରୋହିତ କହିଛନ୍ତି କି 'ଗୋଲମାଲ' ଫିଲ୍ମ ତିଆରି କରିବା ଏକ ଦାୟୀତ୍ବର କାମ ଥିଲା । କାରଣ ଦୀର୍ଘ ସମୟରୁ ଦର୍ଶକ ଏହି ଫିଲ୍ମର ଖୁବ୍ ପ୍ରଶଂସା କରିଆସୁଛନ୍ତି ।

ଶୁକ୍ରବାର ପିଲାଙ୍କ ପାଇଁ ଆସିବାକୁ ଥିବା ଶୋ 'ଗୋଲମାଲ ଜୁନିୟର'ର ଲଞ୍ଚିଂରେ ରୋହିତ ପହଞ୍ଚିଥିଲେ । 'ଗୋଲମାଲ ଜୁନିୟ'ର ବିଷୟରେ କଥା ହୋଇ ସେ କହିଥିଲେ କି 'ଗୋଲମାଲ' ପ୍ରକୃତରେ ଛୁଆଙ୍କ ବ୍ରାଣ୍ଡ । ସେ ଏହା ଏଥି ପାଇଁ କହୁଛନ୍ତି ଯେ କାରଣ ବୟସ୍କ ଦର୍ଶକ 'ଗୋଲମାଲ' ଦେଖିବାକୁ ଆସିଲେ ମଧ୍ୟ ଛୁଆ ହୋଇଯାଆନ୍ତି । ତାଙ୍କ ପାଇଁ ଅଜୟ ଦେବଗନ, ଆର୍ଶଦ ୱାରସୀ, କୁନାଲ ଖେମୁ ଓ ଶ୍ରେୟସ ତଲପଡେ ଦୀର୍ଘ ସମୟରୁ ପିଲା ବେଳେର ସ୍ମୃତି ପରି ରହିଆସୁଛନ୍ତି । 2005ରେ ଆରମ୍ଭ ହୋଇଥିବା 'ଗୋଲମାଲ' ସିରିଜ ସହ ସେ ଏଯାବତ ସମ୍ପୃକ୍ତ ଅଛନ୍ତି ।

ଏହି ସିରିଜ ଛୁଆଙ୍କ ପାଇଁ ଅଧିକା ଭଲ ସାବ୍ୟସ୍ତ ହେବ ତେଣୁ ଏହାକୁ ଆନିମେଟେଡ ଫର୍ମାଟରେ ତିଆରି କରିବାକୁ ଭାବିଥିଲେ । ଦର୍ଶକଙ୍କୁ 'ଗୋଲମାଲ' ସିରିଜ ପ୍ରାୟତଃ ଦୁଇବର୍ଷ ଅନ୍ତରାଳରେ ଦେଖିବାକୁ ମିଳିଥାଏ । କିନ୍ତୁ ଏବେ ସମସ୍ତେ ନିୟମିତ ରୂପେ ଟେଲିଭିଜନରେ ଏହି ଆନିମେଟେଡ ସଂସ୍କରଣ ଦେଖିବାକୁ ପାଇବେ ବୋଲି କହିଛନ୍ତି ରୋହିତ ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.