ETV Bharat / sitara

କିସକୁ ନେଇ ଅକ୍ଷୟଙ୍କ ପ୍ରଥମ ବ୍ରେକଅପ !

author img

By

Published : Oct 19, 2019, 3:00 PM IST

ଅକ୍ଟୋବର 26ରେ ରିଲିଜ ହେବାକୁ ପ୍ରସ୍ତୁତ ଅକ୍ଷୟ କୁମାରଙ୍କ ଅଭିନୀତ ମଲ୍ଟି ଷ୍ଟାରର ଫିଲ୍ମ ‘ହାଉସଫୁଲ 4’ । ବର୍ତ୍ତମାନ ଫିଲ୍ମ ପ୍ରମୋଶନରେ ବ୍ୟସ୍ତ ଥିବା ଷ୍ଟାରକାଷ୍ଟ ଶନିବାର ପହଞ୍ଚିବେ କମେଡି ଶୋ ଦ କପିଲ ଶର୍ମାରେ। ଏଥର କପିଲଙ୍କ ଶୋ ହେବ ଦମଦାର ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅକ୍ଷୟ କୁମାର

ମୁମ୍ବାଇ: ଶନିବାର ରାତିରେ ଛୋଟ ପରଦାର କମେଡି କିଙ୍ଗ କପିଲ ଶର୍ମାଙ୍କ ଶୋ ହାଉସଫୁଲ ହେବାକୁ ଯାଉଛି । କାରଣ ସୁପରଷ୍ଟାର ଅକ୍ଷୟ କୁମାର ନିଜର ମଲ୍ଟି ଷ୍ଟାରର ଫିଲ୍ମ ‘ହାଉସଫୁଲ 4’ ଟିମ ସହ କପିଲଙ୍କ ଶୋରେ ମଚାଇବେ ଧୁମ। କମେଡି ଫିଲ୍ମର ପ୍ରମୋଶନ କପିଲଙ୍କ ଶୋରେ ହେବା ଦର୍ଶକଙ୍କ ପାଇଁ କୌଣସି ବଡ ଉପହାର ଠାରୁ କମ ନୁହେଁ । ଏହି ଏପିସୋଡର ସୁଟିଂ ମଧ୍ୟ ନିକଟରେ କରିଥିଲେ ଷ୍ଟାରକାଷ୍ଟ । ଯାହାର ଅନେକ ପ୍ରୋମୋ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି ।

ଅକ୍ଷୟଙ୍କ ସହ ରିତେଶ ଦେଶମୁଖ, ବବି ଦେଓଲ ପରସ୍ପର ରାଜ୍ ଉପରୁ ପରଦା ଉଠାଉଥିବାର ନଜର ଆସିବେ । ଏହାସହ ଅକ୍ଷୟ ମଧ୍ୟ ନିଜ ମଜାଦାର କାହାଣୀ ଦର୍ଶକଙ୍କୁ କହିବେ । ତାଙ୍କୁ ଜଣେ ଝିଅ ରିଜେକ୍ଟ କରିବା କଥା ମଧ୍ୟ ବଖାଣିବେ ।

ପୂର୍ବରୁ ସେ ବହୁତ ଲାଜୁଆ ପୁଅ ଥିଲେ । ନିଜର ପ୍ରଥମ ପ୍ରେମିକାଙ୍କୁ ନେଇ ସେ ଅନେକ କୈଫେ ଏବଂ ରେସ୍ତୋରାଁକୁ ନେଇକି ଯାଉଥିଲେ । ତାଙ୍କ ପ୍ରେମିକା ଚାହୁଁଥିଲେ ଯେ ସେ ତାଙ୍କ ସହିତ ଟିକେ ରୋମାଣ୍ଟିକ ବୟଫ୍ରେଣ୍ଡ ପରି ହୁଅନ୍ତୁ । କିନ୍ତୁ ସେ ବହୁତ ଲାଜୁଆ ଥିବାରୁ ସେ ଝିଅକୁ କିସ୍ ମଧ୍ୟ କରିପାରୁନଥିଲେ । ଯାହାଦ୍ବାରା ଡେଟର କିଛି ଦିନ ପରେ ତାଙ୍କୁ ଛାଡି ଦେଇଥିଲେ ସେହି ଝିଅ । ଅକ୍ଷୟଙ୍କ ପରି ବବି ଓ ରିତେଶ ମଧ୍ୟ ନିଜ ଲାଇଫର ମଜାଦାର କାହାଣୀ ଦର୍ଶକଙ୍କୁ ଶୁଣାଇଥିଲେ । ପୁରା ଏପିସୋଡ ଦେଖିବାକୁ ପାଇଁ ଦର୍ଶକଙ୍କୁ ଶନିବାର ରାତି ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.