ETV Bharat / sitara

ଷ୍ଟ୍ରିମିଂର କିଛି ଘଣ୍ଟା ମଧ୍ୟରେ ଲିକ ହେଲା ଅନୁଷ୍କାଙ୍କ ‘ପାତାଲ ଲୋକ’ - ଅନୁଷ୍କା ଶର୍ମାଙ୍କ ପ୍ରଥମ ପ୍ରଯୋଜିତ ୱେବ ସିରିଜ ପାତାଲ ଲୋକ

ଶୁକ୍ରବାର ସକାଳ ଆମାଜନ ପ୍ରାଇମ ଭିଡିଓରେ ଷ୍ଟ୍ରିମିଂ ହୋଇଥିବା କ୍ରାଇମ, ଥ୍ରିଲର ଡ୍ରାମା ୱେବ ସିରିଜ ‘ପାତାଲ ଲୋକ’ ମେକର୍ସଙ୍କୁ ବଡ ଝଟକା । ଅନଲାଇନ ଲିକ ହେଲା ସିରିଜ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅନୁଷ୍କା ଶର୍ମା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅନୁଷ୍କା ଶର୍ମା
author img

By

Published : May 15, 2020, 9:48 PM IST

ମୁମ୍ବାଇ: ଟେଲିଭିଜନ ଶୋ ଓ ୱେବ ସିରିଜ ନିର୍ମାତା ସବୁବେଳେ ଚେଷ୍ଟା ଚଳାଇଥାଆନ୍ତି ଯେ ତାଙ୍କ ଶୋ କିମ୍ବା ଫିଲ୍ମକୁ ଅନଲାଇନ ଲିକରୁ ବଞ୍ଚାଇବା ପାଇଁ । ଏଥିପାଇଁ ସେମାନେ ସୁରକ୍ଷାର ଅନେକ ଉପାୟ ମଧ୍ୟ ଆପଣାଇଥାଆନ୍ତି । ହେଲେ କୌଣସି ନା କୌଣସି କାରଣ ପାଇଁ ଅନେକ ୱେବ ସିରିଜ ଫିଲ୍ମ ଅନଲାଇନ ଲିକ ହୋଇଯାଇଥାଏ । ଯାହା ପାଇଁ ମେକର୍ସଙ୍କୁ ବଡ କ୍ଷତି ସହିବାକୁ ପଡିଥାଏ । ଏବେ ଏପରି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଆମାଜନ ପ୍ରାଇମର ନୂଆ ୱେବ ସିରିଜ ‘ପାତାଲ ଲୋକ’ର ମେକର୍ସ ।

ଆଜ୍ଞା ହଁ, ଶୁକ୍ରବାର ଷ୍ଟ୍ରିମିଂ ହୋଇଥିବା ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ପ୍ରଯୋଜିତ ଏହି ସିରିଜ ଅନଲାଇନ ଲିକ ହୋଇଯାଇଛି । ଯାହାକୁ ନେଇ ଚିନ୍ତିତ ମେକର୍ସ । ସିରିଜର ପୁରା ସିଜନ ଏଚଡି କ୍ବାଲିଟିରେ କୁଖ୍ୟାତ ଅନଲାଇକ ସାଉଟ ତାମିଲରକର୍ସରେ ଲିକ ହୋଇଛି ।

ଟେଲିଗ୍ରାମ ଭଳି ସାଇଟରେ ଲିକ ହୋଇସାରିଛି ‘ପାତାଲ ଲୋକ’। ଏହାବ୍ୟତୀତ ସିରିଜର ଫ୍ରି ଲିଙ୍କ ଡାଉନଲୋଡ ଓ ଅନଲାଇନ ଦେଖିବା ପାଇଁ ଉପଲବ୍ଧ କରାଯାଇଛି । ପ୍ରକାଶ ଥାଉକି ‘ପାତାଲ ଲୋକ’ ରିଲିଜକୁ 24 ଘଣ୍ଟା ମଧ୍ୟ ହୋଇନାହିଁ । ତଥାପି ଅନଲାଇନ ଏହାକୁ ଲିକ କରାଇ ମେକର୍ସଙ୍କ ଚିନ୍ତା ବଢାଇ ଦେଇଛନ୍ତି ହ୍ୟାକର୍ସ ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.