ମୁମ୍ବାଇ: ଆମାଜନ ପ୍ରାଇମ ଭିଡିଓର ଚର୍ଚ୍ଚିତ ୱେବ ସିରିଜ ‘ମିର୍ଜାପୁର’ର ଦ୍ବିତୀୟ ସିଜନ ଦେଖିବାକୁ ଦୀର୍ଘ ସମୟରୁ ବ୍ୟାକୁଳ ଅଛନ୍ତି ଦର୍ଶକ । ଆଗାମୀ ସିଜନକୁ ନେଇ ଏକ୍ସାଇଟେଡ ସମସ୍ତେ । ‘ମିର୍ଜାପୁର’ର ପ୍ରଥମ ସିଜନ ଖୁବ୍ ଲୋକପ୍ରିୟ ହୋଇଥିଲା । ଓଟିଟି ପ୍ଲାଟଫର୍ମର ସବୁଠୁ ପସନ୍ଦୀୟ ୱେବ ସିରିଜ ମଧ୍ୟ ସାଜିଥିଲା ଅଲ୍ଲୀ ଫଜଲଙ୍କ ଏହି ସିରିଜ।
ଇତିମଧ୍ୟରେ ସିରିଜର ମେକର୍ସ ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇ ଏକ ସ୍ପେଶାଲ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଆମାଜନ ପ୍ରାଇମର ଟ୍ବିଟରରେ ଏହି ସ୍ପେଶାଲ ଭିଡିଓ ସେୟାର କରାଯାଇଛି । ଭିଡିଓରେ ‘ମିର୍ଜାପୁର 2’ର କିଛି ଝଲକ ପର୍ଯ୍ୟବେଶିତ କରାଯାଇଛି ।
-
#ms2w but just this one last time 👏 pic.twitter.com/Ux2qbMJtPc
— amazon prime video IN (@PrimeVideoIN) August 21, 2020 " class="align-text-top noRightClick twitterSection" data="
">#ms2w but just this one last time 👏 pic.twitter.com/Ux2qbMJtPc
— amazon prime video IN (@PrimeVideoIN) August 21, 2020#ms2w but just this one last time 👏 pic.twitter.com/Ux2qbMJtPc
— amazon prime video IN (@PrimeVideoIN) August 21, 2020
ପ୍ରକାଶ ଥାଉକି ଆମାଜନ ଏକ ଶୋ-ରିଲ ତିଆରି କରିଛି । ଯେଉଁଥିରେ ମିର୍ଜାପୁର ପ୍ରତି ଦର୍ଶକଙ୍କ ସ୍ନେହ ଓ ପାଗଳାମୀ ଦେଖିବାକୁ ମିଳୁଛି । ସେହିପରି ଏହାର କ୍ୟାପସନରେ ଲେଖାଯାଇଛି, ‘#ms2w ହେଲେ ବାସ୍ ଆଉ ଥରେ।’ ଚର୍ଚ୍ଚା ଜୋର ଧରିଛି ଯେ ସେପ୍ଟେମ୍ବରରେ ‘ମିର୍ଜାପୁର’ର ଷ୍ଟ୍ରିମିଂ ହେବ ବୋଲି।