ETV Bharat / sitara

ଭୟାନକ ଅବତାରରେ ରାମ, ଆସିଲା ‘ଅଭୟ 2’ର ଫାଷ୍ଟଲୁକ ପୋଷ୍ଟର - ଭୟାନକ ଅବତାରେ ରାମ, ଆସିଲା ‘ଅଭୟ 2’ର ଫାଷ୍ଟଲୁକ ପୋଷ୍ଟର

ଖୁବଶୀଘ୍ର ଜି 5ରେ ଅଭୟ 2ର ପ୍ରିମିୟର ହେବାକୁ ଯାଉଛି । ହେଲେ ଏବେ ଜାରି ହୋଇଯାଇଛି ରାମ କପୁରଙ୍କ ଫାଷ୍ଟଲୁକ ପୋଷ୍ଟର...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରାମ କପୁର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରାମ କପୁର
author img

By

Published : Jun 19, 2020, 8:44 PM IST

ମୁମ୍ବାଇ: ଫେମସ ଅଭିନେତା ରାମ କପୁର ଖୁବଶୀଘ୍ର ୱେବ ସିରିଜ ‘ଅଭୟ 2’ରେ ନଜର ଆସିବାକୁ ଯ।ଉଛନ୍ତି । ଯାହାକୁ ନେଇ ଉତ୍ସାହିତ ତାଙ୍କ ଫ୍ୟାନ୍ସ । ଏହି ସିରିଜରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବାର ଦେଖାଯିବେ ଲୋକପ୍ରିୟ ଅଭିନେତା କୁନାଲ ଖେମୁ । ଆଉ ସେହିପରି ତାଙ୍କ ସହ ମୁହାଁମୁହିଁ ହେବେ ରାମ ଖଳନାୟକ ସାଜି । ଇତିମଧ୍ୟରେ ଫ୍ୟାନ୍ସଙ୍କ ଉତ୍ସାହ ଦୁଇଗୁଣ କରିଦେଇଛି ରାମଙ୍କ ଫାଷ୍ଟଲୁକ ପୋଷ୍ଟର । ଯାହା ଲୋମହର୍ଷଣକାରୀ ହୋଇଛି ।

ଇନଷ୍ଟାଗ୍ରାମରେ ଫ୍ୟାନ୍ସଙ୍କ ପାଇଁ ପୋଷ୍ଟର ସେୟାର କରିଛନ୍ତି ସେ । ଆଉ ନିଜ ରୋଲକୁ ନେଇ କହିଛନ୍ତି ଯେ ପରଦାରେ ଖରାପ ହେବାର ଅନୁଭବ ପୂର୍ବରୁ କେବେ ମଧ୍ୟ ନଥିଲା । କାରଣ ସେ କେବେ ମଧ୍ୟ ଖଳନାୟକ ଭୂମିକାରେ ଅଭିନୟ କରିନାହିଁନ୍ତି । ପ୍ରୋମୋ କେବଳ ଝଲକ । ଭୂମିକା ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଦେଲା ଭଳି । ଯାହାର କୌଣସି ନାମ ନାହିଁ ସେ କେବଳ ରହସ୍ୟ । ଦେଖନ୍ତୁ ପୋଷ୍ଟର...

8ଟି ଏପିସୋଡର ଏହି ସିରିଜରେ କୁନାଲ ଜଣେ ଇନଭେଷ୍ଟିଗେଟିଂ ଅଧିକାରୀ ରୂପେ ଦେଖାଯିବେ । ସେହିପରି କେନ ଘୋଷଙ୍କ ଦ୍ବାରା ନିର୍ଦ୍ଦେଶିତ ‘ଅଭୟ 2’ର ପ୍ରିମିୟର ଜି 5ରେ ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.