ମୁମ୍ବାଇ: ଧୀରେ ଧୀରେ ବଲିଉଡ଼ରେ ନିଜ ଉପସ୍ଥିତି ଦେଖାଇବାରେ ଲାଗିଛନ୍ତି ଟେଲିଭିଜନର ହଟ୍ ଅଭିନେତ୍ରୀ ମୌନି ରୟ । କିନ୍ତୁ ନିଜ ବର୍ଥ ଡେ' ପାର୍ଟିରେ କାନ୍ଦିଛନ୍ତି ମୌନି । ତେବେ ଏହା ଦୁଃଖର ଲୁହ ନୁହେଁ । ବନ୍ଧୁଙ୍କ ନିକଟରୁ ଗୋଆ ମୋଇରାରେ ବର୍ଥ ଡେ' ସରପ୍ରାଇଜ ପାଇବା ପରେ ଖୁସିରେ ଏହି ୩୬ ବର୍ଷୀୟ ଅଭିନେତ୍ରୀ କାନ୍ଦି ପକାଇଥିବା ଦେଖିବାକୁ ମିଳିଛି ।
ମୋଇରାରେ ଏକ ସୁନ୍ଦର ଭିଲେଜ ରେସର୍ଟରେ ଅଛନ୍ତି ମୌନି । ସେଠାରେ ତାଙ୍କ ସହିତ ରହିଛନ୍ତି ଡିଜାଇନର ଅନୁରାଧା ଖୁରାନାଙ୍କ ସମେତ ମ୍ୟୁଜିକ ଡିରେକ୍ଟର ମନମିତ ସିଂ ଓ ତାଙ୍କ ଘନିଷ୍ଠ ବନ୍ଧୁ । ରେସର୍ଟର ଏକ ପୁଲସାଇଡ଼ରେ ମୌନିଙ୍କୁ ବନ୍ଧୁମାନେ ବର୍ଥ ଡେ' ସରପ୍ରାଇଜ ଦେଇଛନ୍ତି । ଏହି ସରପ୍ରାଇଜର ସାଜସଜ୍ଜା କରିଛନ୍ତି ୱେଡିଙ୍ଗ ଷ୍ଟାଇଲିଷ୍ଟ ତଥା କନସେପ୍ଟ କ୍ୟୁରେଟର ଦୀପା ମିତ୍ତଲ । ଏଭଳି ସ୍ପେଶାଲ ସରପ୍ରାଇଜ ପାଇବା ପରେ ମୌନି ଖୁସିରେ କାନ୍ଦି ପକାଇଥିବା ଦେଖିବାକୁ ମିଳିଛି । ଏହି ସମୟର ଏକ ଭିଡ଼ିଓକୁ ମୌନିଙ୍କ ବନ୍ଧୁ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ।
ଅନ୍ୟ ଏକ ଭିଡ଼ିଓରେ ମୌନି ବନ୍ଧୁଙ୍କ ସହିତ ଗୀତ ଗାଉଥିବାବେଳେ ସ୍ବାଦିଷ୍ଟ ଭୋଜନ କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ସେପଟେ ମୌନିଙ୍କ କାମ ସମ୍ପର୍କରେ ଆଲୋଚନା କଲେ ସେ ଆଗକୁ ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ଫିଲ୍ମ 'ବ୍ରହ୍ମାସ୍ତ୍ର'ରେ ନଜର ଆସିବାକୁ ଯାଉଛନ୍ତି । ଏଥିରେ ସେ ଜଣେ ଖଳନାୟିକା ଭୂମିକାରେ ଅଭିନୟ କରିଛନ୍ତି । ନିକଟରେ ସେ ରୋମାନ୍ସିଂ ସିଙ୍ଗର ଜୁବିନ ନୌଟିୟାଲଙ୍କ ମ୍ୟୁଜିକ ଭିଡ଼ିଓ 'ଦିଲ ଗଲତି କର ବୈଠା ହେ' ନଜର ଆସିଥିଲେ । ଏହି ଗୀତକୁ ମିଟ ବ୍ରୋଜ କମ୍ପୋଜ କରିଥିବାବେଳେ ଲିରିକ୍ସ ଲେଖିଥିଲେ ମନୋଜ ମୁନ୍ତାଶିର ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ