ମୁମ୍ବାଇ: ବଲିଉଡର ବିଶିଷ୍ଟ ଅଭିନେତ୍ରୀ ୱାହୀଦା ରେହମନଙ୍କୁ ଆସନ୍ତାକାଲି କିଶୋର କୁମାର ସମ୍ମାନ 2018ରେ ସମ୍ମାନିତ କରାଯିବ । ତାଙ୍କୁ ଏହି ସମ୍ମାନ ମଧ୍ୟପ୍ରଦେଶର ସଂସ୍କୃତି ମନ୍ତ୍ରୀ ବିଜୟଲକ୍ଷ୍ମୀ ସାଧୋ ପ୍ରଦାନ କରିବେ । ଲୋକପ୍ରିୟ ଗାୟକ କିଶୋର କୁମାରଙ୍କ ନାଁରେ ମିଳିବାକୁ ଯାଉଥିବା ଏହି ପୁରସ୍କାର ମଧ୍ୟ ପ୍ରଦେଶ ସରକାରଙ୍କ ଦ୍ବାରା ପ୍ରସିଦ୍ଧ କଳାକାରଙ୍କୁ ଦିଆଯାଏ ।
ମଧ୍ୟ ପ୍ରଦେଶର ଜନସମ୍ପର୍କ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ନିଷ୍ପତ୍ତି ମଣ୍ଡଲ ଦ୍ବାରା ୱାହୀଦା ରେହମନଙ୍କୁ ଏହି ସମ୍ମାନ ଦେବା ନିଷ୍ପତ୍ତି ସର୍ବସମ୍ମତି ରୂପେ ନିଆଯାଇଛି । ପ୍ରକାଶ ଥାଉକି ତାଙ୍କୁ ଏହି ସମ୍ମାନ ଗତ ବର୍ଷ ଅକ୍ଟୋବରରେ ଖଣ୍ଡୱାରେ କିଶୋର କୁମାରଙ୍କ 32 ତମ ପୁଣ୍ୟତିଥି କାର୍ଯ୍ୟକ୍ରମରେ ଦିଆଯିବାର ଥିଲା । ହେଲ ସେ ଅସୁସ୍ଥ ଥିବାରୁ ସେହି କାର୍ଯ୍ୟକ୍ରମରେ ସାମିଲ ହୋଇପାରି ନଥିଲେ ।
ସଂସ୍କୃତି ମନ୍ତ୍ରୀ ବିଜୟଲକ୍ଷ୍ମୀ ସାଧୋ ମଙ୍ଗଳବାର 3.30 ଘଟିକା ସମୟରେ ୱାହୀଦାଙ୍କୁ ମୁମ୍ବାଇର ବାନ୍ଦ୍ରା ସ୍ଥିତ ଆବାସକୁ ଯାଇ ସମ୍ମାନ ସ୍ବରୂପ 2 ଲକ୍ଷ ଟଙ୍କା, ସଲ-ଶ୍ରୀଫଲ ଓ ପ୍ରଶାସ୍ତି ପାଟ୍ଟିକା ପ୍ରଦାନ କରିବେ ।