ETV Bharat / sitara

ମିଥୁନ-ନାସିରୁଦ୍ଦିନଙ୍କୁ ନିଜ ଫିଲ୍ମରେ ନେବାକୁ ଡରୁଥିଲେ ବିବେକ - ମିଥୁନ-ନାସିରୁଦ୍ଦିନଙ୍କୁ ନିଜ ଫିଲ୍ମରେ ନେବାକୁ ଡରୁଥିଲେ

ବିବେକ ଅଗ୍ନିହୋତ୍ରୀ କହିଛନ୍ତି ଯେ, ନାସିରୁଦ୍ଦିନ ଶାହା ଏବଂ ମିଥୁନ ଚକ୍ରବର୍ତ୍ତୀଙ୍କୁ ତାଙ୍କ ଚଳଚ୍ଚିତ୍ର 'ଦ ତାଶକେଣ୍ଟ ଫାଇଲ୍ସ'ରେ ଏକାଠି ନେବା ପାଇଁ ଡରୁଥିଲେ । ଜାଣନ୍ତୁ କାହିଁକି...

vivek agnihotri was scared bringing naseer mithun together in the tashkent files
ମିଥୁନ-ନାସିରୁଦ୍ଦିନଙ୍କୁ ନିଜ ଫିଲ୍ମରେ ନେବାକୁ ଡରୁଥିଲେ ବିବେକ
author img

By

Published : Aug 20, 2020, 6:47 PM IST

ମୁମ୍ବାଇ: ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଚଳଚ୍ଚିତ୍ର 'ଦ ତାଶକେଣ୍ଟ ଫାଇଲ୍ସ' ଏକ ବର୍ଷ ପୂର୍ବେ ଏପ୍ରିଲ 12ରେ ରିଲିଜ ହୋଇଥିବାବେଳେ ଗୁରୁବାର ଦିନ ସେ ଫିଲ୍ମ ନିର୍ମାଣ କରିବାର ଅଭିଜ୍ଞତା ସେୟାର କରିଛନ୍ତି ।

ଏହି ଚଳଚ୍ଚିତ୍ରର କାହାଣୀରେ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ରହସ୍ୟମୟ ମୃତ୍ୟୁର କାରଣ ଦର୍ଶାଯାଇଛି । ଏହି ଚଳଚ୍ଚିତ୍ରରେ ମିଥୁନ ଚକ୍ରବର୍ତ୍ତୀ, ନାସିରୁଦ୍ଦିନ ଶାହା, ପଙ୍କଜ ତ୍ରିପାଠୀ, ଶ୍ୱେତା ବସୁ ପ୍ରସାଦ, ରାଜେଶ ଶର୍ମା ଏବଂ ବିନୟ ପାଠକ ମଧ୍ୟ ଅଭିନୟ କରିଛନ୍ତି ।

  • " class="align-text-top noRightClick twitterSection" data="">

ଅଗ୍ନିହୋତ୍ରୀ କହିଛନ୍ତି ଯେ, ଏହି ଫିଲ୍ମରେ ମିଥୁନ ଏବଂ ନାସିରୁଦ୍ଦିନଙ୍କୁ ଏକାଠି ନେବା ମୋ ପାଇଁ କୌଣସି ଚ୍ୟାଲେଞ୍ଜ ଠୁ କମ୍ ନଥିଲା । ଅବଶ୍ୟ, ଏହି ଦୁଇ କଳାକାର 'ଖ୍ବାବ (1980)', 'ହମ୍ ପାଞ୍ଚ (1981)', 'ସ୍ବାମୀ ଦାଦା (1982)' ଏବଂ 'ଗୁଲାମି (1985)' ଭଳି ବହୁ ଚଳଚ୍ଚିତ୍ରରେ 33 ବର୍ଷ ପୂର୍ବରୁ ଏକାଠି କାମ କରିଥିଲେ ।

ବାସ୍ତବରେ ଏହି ଫିଲ୍ମରେ ଏହି ଦୁଇ ବଡ କଳାକାରଙ୍କୁ ଏକାଠି ନେବା ମୋ ପାଇଁ ଏକ ବହୁତ ବଡ କଥା । ପ୍ରଥମେ ମୁଁ ବହୁତ ଡରି ଯାଇଥିଲି । ଅନେକ ବ୍ୟକ୍ତିଗତ କାରଣରୁ ସେମାନେ 30 ବର୍ଷ ଧରି ଏକାଠି କାମ କରିନଥିଲେ । କିନ୍ତୁ ଯେତେବେଳେ ମୁଁ ସ୍କ୍ରିପ୍ଟ ସହିତ ତାଙ୍କ ପାଖକୁ ଯାଇଥିଲି, ସେତେବେଳେ ଦୁହେଁ ଏହି ଫିଲ୍ମରେ କାମ କରିବାକୁ ରାଜି ହୋଇଯାଇଥିଲେ ।

ଉଭୟ ବରିଷ୍ଠ ଅଭିନେତା ଏହି ଚଳଚ୍ଚିତ୍ରରେ ରାଜନେତାଙ୍କ ଭୂମିକାରେ ଅଭିନୟ କରିଛନ୍ତି ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.