ମୁମ୍ବାଇ: ଫିଲ୍ମ ନିର୍ମାତା ବିବେକ ଅଗ୍ନିହୋତ୍ରୀ ବୁଧବାର ଘୋଷଣା କରିଛନ୍ତି କି ତାଙ୍କ ଆଗାମୀ ଫିଲ୍ମର ଟାଇଟଲ । ଆଉ ଫିଲ୍ମର ଟାଇଟଲ ରଖିଛନ୍ତି ‘ଦ କଶ୍ମୀର ଫାଇଲ୍ସ’ । ଯାହା କାଶ୍ମୀର ହିନ୍ଦୁଙ୍କ ନରସଂହାର ଉପରେ ଆଧାରିତ । ଏହି ଫିଲ୍ମଟି ଆସନ୍ତା ବର୍ଷ ଅଗଷ୍ଟରେ ରିଲିଜ କରିବାର ଯୋଜନା କରୁଛନ୍ତି ମେକର୍ସ ।
ଏହାର ସୂଚନା ବିବେକ ଟ୍ବିଟ କରି ଦେଇଛନ୍ତି । ସେ ଲେଖିଛନ୍ତି, ‘ପ୍ରସ୍ତୁତ କରୁଛି ଦ କଶ୍ମୀର ଫାଇଲ୍ସ । ଆସନ୍ତା ବର୍ଷ, ଏହି ସମୟରେ 73ତମ ସ୍ବାଧୀନତା ଦିବସ ଅବସରରେ, କେବେ କୁହାଯାଇନଥିବା କାଶ୍ମୀର ହିନ୍ଦୁଙ୍କ ସବୁଠାରୁ ଦୁଃଖଦ ଏବଂ କଷ୍ଟଦାୟକ କାହାଣୀ ଆପଣଙ୍କ ସାମ୍ନାକୁ ନେଇ ଆସିବି । ଦୟା କରି ଆମ ଟିମ ପାଇଁ ପ୍ରାର୍ଥନା କରନ୍ତୁ, କାରଣ ଏହା ସହଜ କାହାଣୀ ନୁହେଁ ଫିଲ୍ମ ନିର୍ମାଣ କରିବା ।’
ଟ୍ବିଟରର ପୋଷ୍ଟରେ ବିବେକ ଫିଲ୍ମର ପୋଷ୍ଟର ମଧ୍ୟ ସେୟାର କରିଛନ୍ତି । ଯେଉଁଥିରେ କାଶ୍ମୀର ନକ୍ସାକୁ କମଳା ରଙ୍ଗରେ ରଙ୍ଗା ଯାଇଥିବାର ଦେଖିବାକୁ ମିଳୁଛି । ଆଉ ପୋଷ୍ଟର ଉପରେ ‘ଦ ରାଇଟ ଟୁ ଟ୍ରୁଥ କଣ୍ଟିନ୍ୟୁଜ’ ଲେଖାଯାଇଛି ।
ଫିଲ୍ମକୁ ନେଇ ଅଧିକ ସୂଚନା ଏଯାବତ ସାମ୍ନାକୁ ଆସିନାହିଁ । ନିକଟରେ ବିବେକ ନିଜର ପୂର୍ବ ଫିଲ୍ମ ‘ଦ ତାସକେଣ୍ଡ ଫାଇଲ୍ସ’କୁ ନେଇ ଚର୍ଚ୍ଚାରେ ଆସିଥିଲେ । ଫିଲ୍ମକୁ ନେଇ ଅନେକ ବାଦବିବାଦ ଦେଖାଖିବାକୁ ମିଳିଥିଲା । ଖାଲି ଏତିକି ନୁହେଁ ଫିଲ୍ମ ରିଲିଜକୁ ରୋକିବା ପାଇଁ ଅନେକ ପ୍ରାୟସ କରାଯାଇଥିଲା । ଏହା ସତ୍ତ୍ବେ ଫିଲ୍ମଟି ରିଲିଜ ହୋଇଥିଲା । ଆଉ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଥିଲା ।