ମୁମ୍ବାଇ: ବଲିଉଡର ହଟେଷ୍ଟ କପଲ ଅନୁଷ୍କା ଶର୍ମା ଓ ବିରାଟ କୋହଲୀ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି । ଏହି ଲଭବାର୍ଡ ଫ୍ୟାନ୍ସଙ୍କ ପାଇଁ ସୋସିଆଲ ମିଡିଆରେ ସବୁବେଳେ ଅନେକ ଫଟୋ ସେୟାର କରୁଥିବାର ନଜର ଆସନ୍ତି । ଆଉ ତାଙ୍କ ପ୍ରେମ ସୋସିଆଲ ମିଡିଆରେ ଦେଖିବାକୁ ଖୁବ୍ ପସନ୍ଦ କରନ୍ତି ଫ୍ୟାନ୍ସ ।
ବିବାହ ପରଠାରୁ ଅନୁଷ୍କା ଫିଲ୍ମ ଠାରୁ ଅଧିକ ନିଜ ସ୍ବାମୀଙ୍କ ସହ ସମୟ ବିତାଇବା ପାଇଁ ବିଦେଶ ଯାତ୍ରା କରିବାରେ ଲାଗିଛନ୍ତି । ଏଥର ସେ ପହଞ୍ଚି ଯାଇଛନ୍ତି ଜମାଇକାରେ । ହାତରେ ହାତ ଧରି ପତି-ପତ୍ନୀ ଜମାଇକାର ଅନେକ ସ୍ଥାନରେ ନଜର ଆସିବା ସହ ସେଠାକାର ହାଇ କମିଶନଙ୍କ ସହ ରାତ୍ରିଭୋଜନର ମଜା ନେଇଥିଲେ । ଆଉ ହାଇ କମିଶନଙ୍କ ସହ ସାକ୍ଷାତ କରି ଗର୍ବିତ ଅନୁଭବ କରୁଛନ୍ତି ଏହି ଯୋଡି ।
ଯାହାର ଅନେକ ଫଟୋ ଇନଷ୍ଟାଗ୍ରାମରେ ବିରାଟଙ୍କ ଫ୍ୟାନକ୍ଲବ ଦ୍ବାରା ସେୟାର କରିଯାଇଛି । ଫଟୋରେ ମସ୍ତି ମୁଡରେ ନଜର ଆସୁଛନ୍ତି ଏହି ଯୋଡି ।
ପ୍ରକାଶ ଥାଉକି ଶେଷଥର ଅନୁଷ୍କା ‘ଜିରୋ’ ଫିଲ୍ମରେ ଅଭିନୟ କରିଥିଲେ । ତାଙ୍କ ସହ ଏହି ଫିଲ୍ମରେ ଶାହରୁଖ ଖାନ ଓ କ୍ୟାଟ୍ରିନା କୈଫ ନଜର ଆସିଥିଲେ । ବର୍ତ୍ତମାନ ସେ ଭଲ ସ୍କ୍ରିପ୍ଟର ଅପେକ୍ଷାରେ ଅଛନ୍ତି ବୋଲି ଏକ ସାକ୍ଷାତକାରରେ ସୂଚନା ଦେଇଥିଲେ ।