ମୁମ୍ବାଇ: ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଲୋକପ୍ରିୟ 'ଟେକ୍ ଏ ବ୍ରେକ୍' ଧାରାବାହିକରେ ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ନଜର ଆସିଥିବା ପ୍ରଥମ ଭାରତୀୟ ସାଜିଛନ୍ତି ।
ଏହି ସମୟରେ, ଏହି ଦମ୍ପତି ସମସ୍ତଙ୍କୁ ନିରାପଦରେ ରହିବାକୁ ଏବଂ ଏହି କଷ୍ଟଦାୟକ ସମୟ ମଧ୍ୟରେ ନିଜ ପାଇଁ ଆରାମର ମୁହୂର୍ତ୍ତ ଖୋଜିବାକୁ ଉତ୍ସାହିତ କରିଥିଲେ ।
ଇନଷ୍ଟାଗ୍ରାମରେ ଅନୁଷ୍କା 40 ମିଲିୟନ ଫଲୋଅର୍ସ ଏବଂ 70 ମିଲିୟନ ଫଲୋଅର୍ସଙ୍କ ସହିତ ବିରାଟ ଦୁହେଁ ପରସ୍ପରକୁ ସେମାନଙ୍କ ବୃତ୍ତି, ବ୍ୟକ୍ତିଗତ ଜୀବନ ଇତ୍ୟାଦି ବିଷୟରେ ପଚାରିଥିଲେ ।
- " class="align-text-top noRightClick twitterSection" data="
">
ପ୍ରାୟ 6 ମିନିଟର ଏହି ଏପିସୋଡରେ ଦର୍ଶକମାନେ ଜାଣିବାକୁ ପାଇଲେ ଯେ, କିଏ ଅଧିକ ପିଜା ଖାଏ, କିଏ ସ୍ପେସ୍ ମିଶନରେ ଯିବାକୁ ଚାହୁଁଛି ଏବଂ କିଏ ଦୁଇଜଣଙ୍କର ମଧ୍ୟରୁ ଉତ୍ତମ ଫଟୋଗ୍ରାଫର ଅଟନ୍ତି ।
ଏହା ସହିତ ଏହି ଦମ୍ପତି ସେଲିନା ଗୋମେଜ, ମିଲି ସାଇରସ୍ ଏବଂ ନାଓମି କ୍ୟାମ୍ପବେଲଙ୍କ ପରି ସେଲିବ୍ରିଟିଙ୍କ ତାଲିକାରେ ସାମିଲ ହୋଇଛନ୍ତି । ଯେଉଁମାନେ ଏପର୍ଯ୍ୟନ୍ତ 'ଟେକ୍ ଏ ବ୍ରେକ୍' ସିରିଜରେ ଭାଗ ନେଇଛସାରିଛନ୍ତି ।
ମାର୍ଚ୍ଚରେ ଆରମ୍ଭ ହୋଇଥିବା ଏହି ଏପିସୋଡ୍ ପ୍ରେଜେଣ୍ଟ ପବ୍ଲିକ ପରର୍ସନାଲିଟିକୁ ଉପସ୍ଥାପନ କରିଥାଏ । ଏପିସୋଡରେ, ସେମାନେ ଅନନ୍ୟ ଉପାୟରେ ଦର୍ଶକଙ୍କୁ ମନୋରଞ୍ଜନ କରନ୍ତି ।