ETV Bharat / sitara

ଭାରି ପଡିଲା ଦେଶୀ ଗର୍ଲଙ୍କୁ ଗାଲା ଲୁକ

ପ୍ରିୟଙ୍କା ଚୋପ୍ରାଙ୍କ ଗାଲା ଲୁକର ମଜାକ ଉଡାଇଛନ୍ତି ୟୁଜର୍ସ । ଟ୍ବିଟରରେ ପିସିଙ୍କୁ କରାଯାଇଛି ଟ୍ରୋଲ ।

author img

By

Published : May 8, 2019, 3:13 AM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ପ୍ରିୟାଙ୍କା ଚୋପ୍ରା

ନୂଆଦିଲ୍ଲୀ: ଗ୍ଲୋବାଲ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ବର୍ତ୍ତମାନ ମଜାକ ଉଡାଇବାରେ ଲାଗିପଡିଛନ୍ତି ସୋସିଆଲ ମିଡିଆ ୟୁଜର୍ସ । କିଛି ନା କିଛି କଥାକୁ ନେଇ ଚର୍ଚ୍ଚାରେ ଆସୁଥିବା ପ୍ରିୟଙ୍କା ଏବେ ମେଟ ଗାଲାକୁ ନେଇ ପୁଣି ଚର୍ଚ୍ଚାରେ । ଦେଶୀ ଗର୍ଲ ପ୍ରିୟଙ୍କା ଓ ତାଙ୍କ ସ୍ବାମୀ ନିକ ଜୋନସ ମେଟ ଗାଲା-2019ର ଇଭେଣ୍ଟରେ ସାମିଲ ହୋଇଥିଲେ । ଯାହାର ଅନେକ ଫଟୋ ଏବେ ସୋସିଆଲ ମିଡିଆରେ ଘୁରିବୁଲୁଛି । ପିସିଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ମାତ୍ରେ ୟୁଜର୍ସ ମଜାକ ଉଡାଇବା ଆରମ୍ଭ କରିଦେଇଛନ୍ତି ।

କଥାଟି ହେଲା କି, ପିସି ଏପରି ଲୁକରେ ନଜର ଆସିଛନ୍ତି, ଯାହା ୟୁଜର୍ସଙ୍କୁ ହଜମ ହେଉନାହିଁ । ସେ ଗାଲା ଗେଟଅପରେ ଆଦୌ ଚିହ୍ନା ପଡୁନାହାଁନ୍ତି । ତେଣୁ ତାଙ୍କର ମଜାକ ସୋସିଆଲ ମିଡିଆରେ କରାଯାଇଥିବା ଦେଖିବାକୁ ମିଳୁଛି ।

ଅନ୍ୟପଟେ ଟ୍ବିଟରରେ ୟୁଜର୍ସ ଭିନ୍ନ ଭିନ୍ନ କମେଣ୍ଟ କରି ତାଙ୍କ ମଜାକ ଉଡାଉଛନ୍ତି । ଜଣେ ୟୁଜର ଲେଖିଛନ୍ତି, "ପ୍ରିୟଙ୍କାଙ୍କୁ ଦେଖି ତାଙ୍କୁ ପେସ ବୋଲର ଲସିଥ ମାଲିଙ୍ଗାଙ୍କ କଥା ମନେ ପଡିଗଲା "।

ଆଉ ଜଣେ ୟୁଜର ଲେଖିଛନ୍ତି, "ଏବେ ତ ତାଙ୍କ ବିବାହକୁ ମାତ୍ର 4 ମାସ ହୋଇଛି, ଏପରି ଅବସ୍ଥା ତାଙ୍କର ହୋଇଗଲା ।" ସେହିପରି ଆଉ ଜଣେ ୟୁଜର ପ୍ରିୟଙ୍କାଙ୍କ ହେୟାର ଷ୍ଟାଇଲ ତୁଳନା ବାସନ ମାଜିବା ବ୍ରସ ସହ କରିଛନ୍ତି ।

ପ୍ରକାଶ ଥାଉକି, ଏବର୍ଷ ମେଟ ଗାଲା ଇଭେଣ୍ଟରେ ତାଙ୍କ ଭିନ୍ନ ଲୁକ ଦେଖିବାକୁ ମିଳିଛି । ଯେଉଁଠାରେ ଡିଜାଇନର ତାଙ୍କ ଲୁକକୁ ଏକ୍ସପେରିମେଣ୍ଟ କରିଛନ୍ତି । ସେହିଠାରେ ସାଧରଣ ଜନତାଙ୍କୁ ଏହା ମଜା ଲାଗୁଛି । ଜଣାଇ ଦେଉଛୁ ଯେ ଏବର୍ଷ ନୁହେଁ ଗତବର୍ଷ ମଧ୍ୟ ସ୍ବାମୀ ନିକଙ୍କ ସହ ମେଟ ଗାଲାରେ ପହଞ୍ଚିଥିବା ପିସି ନିଜ ଲମ୍ବା କୋଟ ପାଇଁ ଟ୍ରୋଲର ଶିକାର ହୋଇଥିଲେ ।

Intro:Body:

df

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.