ETV Bharat / sitara

ମନୋଜଙ୍କ ଆଗାମୀ ଫିଲ୍ମକୁ ରାମଗଡବାସୀଙ୍କ ବିରୋଧ, ବନ୍ଦ ହେଲା ସୁଟିଂ - ଅଭିନେତା ମନୋଜ ବାଜପେୟୀଙ୍କ ନ୍ୟୁଜ

କୋରୋନା କାଳରେ ନିଜ ଗାଁରେ ଫିଲ୍ମ ସୁଟିଂ କରିବାକୁ ଅନୁମତି ଦେଲେନି ରାମଗଡ ବ୍ଲକର ସୋନାପାନି ଗ୍ରାମବାସୀ । ନିରାଶ ମନୋଜ ବାଜପେୟୀ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମନୋଜ ବାଜପେୟୀ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମନୋଜ ବାଜପେୟୀ
author img

By

Published : May 29, 2021, 1:43 PM IST

ମୁମ୍ବାଇ: ରାମଗଡ ବ୍ଲକର ସୋନାପାନି ଗ୍ରାମରେ ବଲିଉଡ ଅଭିନେତା ମନୋଜ ବାଜପେୟୀଙ୍କ ଆଗାମୀ ଫିଲ୍ମର ସୁଟିଂକୁ ଗ୍ରାମବାସୀ ବିରୋଧ କରିଛନ୍ତି। ଶୁକ୍ରବାର ଦିନ ଏହି ସୁଟିଂ ପାଇଁ ଗ୍ରାମବାସୀ ଆପତ୍ତି କରିଥିଲେ । ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ କୋରୋନା କାଳରେ ଏହି ଫିଲ୍ମର ସୁଟିଂ କୋଭିଡ ପ୍ରୋଟୋକଲର ଉଲ୍ଲଘଂନ ଏବଂ ଏହି ଅଞ୍ଚଳର ସଂକ୍ରମଣ ବଢିବାର ଆଶଙ୍କା ବଢାଉଛି ।

ସେପଟେ ଫିଲ୍ମର ସୁଟିଂ ପାଇଁ ବୁଧବାର ଫିଲ୍ମର କ୍ରୁ ଏଠାକୁ ଆସିଥିଲେ । ଶୁକ୍ରବାର ସେଟ ଲଗାଇବା କାମ ଆରମ୍ଭ ହୋଇଥିଲା । ସୋନାପାନି ନିକଟ ଜଙ୍ଗଲରେ ଏହି ସେଟ୍ ସ୍ଥାପିତ ହୋଇଥିବାରୁ ସୁଟିଂ ସମୟରେ ଗ୍ରାମବାସୀ ବାହାରକୁ ଆସିଥିଲେ।

ଆଉ ଯୁକ୍ତି ଦର୍ଶାଇଥିଲେ ଯେ ଯେତେବେଳେ କୋରୋନା କାଳ ଅବଧି ସମୟରେ ଆବଶ୍ୟକ ବ୍ୟତୀତ ସମସ୍ତ କାର୍ଯ୍ୟକଳାପ ବନ୍ଦ ହୋଇଛି, ତେବେ ଫିଲ୍ମର ସୁଟିଂ କରିବା ଠିକ୍ ନୁହେଁ । ଗାଁର ମୁଖ୍ୟ ପୁଷ୍ପା ନାୟାଲ କହିଛନ୍ତି ଯେ ଗାଁର ଅଧିକାଂଶ ଯୁବକ ହୋଟେଲରେ କାମ କରନ୍ତି। ଏପରି ପରିସ୍ଥିତିରେ ଯଦି କେହି ସଂକ୍ରମିତ ହୁଅନ୍ତି, ତେବେ ସେହି ଅଞ୍ଚଳରେ କୋରୋନା ହେବାର ଆଶଙ୍କା ପୁଣି ବଢିବ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.