ନୂଆଦିଲ୍ଲୀ: ସୋମବାର ସଂସଦରେ ଉଠିଛି ମହିଳା ସୁରକ୍ଷାର ପ୍ରଶ୍ନ । ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ସମ୍ପୁର୍ଣ୍ଣ ଦେଶ ସ୍ତବ୍ଧ । ସମାଜବାଦୀ ପାର୍ଟି ନେତ୍ରୀ ତଥା ରାଜ୍ୟସଭା ସାଂସଦ ଜୟା ବଚ୍ଚନ ସୋମବାର ଏହି ଘଟଣାକୁ ନେଇ ସଂସଦରେ ସ୍ବର ଉଠାଇଛନ୍ତି। ଦୁଷ୍କର୍ମକାରୀଙ୍କୁ ଫାଶୀ ନୁହେଁ ବରଂ ଲୋକଙ୍କ ମଧ୍ୟରେ ଛାଡିଦେବାକୁ କହିଛନ୍ତି ।
ଏନେଇ ଜୟା କହିଛନ୍ତି କି, ସମୟ ଆସିଯାଇଛି ସରକାର ଏବେ ଦୃଢ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। ସେ ଏହା ମଧ୍ୟ କହିଥିଲେ ଯେ, ଏଭଳି ଲୋକଙ୍କୁ ମଝି ରାସ୍ତାରେ ଜନତାଙ୍କ ମଧ୍ୟରେ ଛାଡିଦେବା ଉଚିତ୍। ଏମାନଙ୍କ ନିର୍ଣ୍ଣୟ ଜନତା ହିଁ କରିବେ।
ଅନ୍ୟପକ୍ଷେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ଘଟଣାକୁ ନିନ୍ଦା କରିବା ସହ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ । ଅପରାଧୀଙ୍କ ବିରୋଧରେ ଏଥର କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ହାଇଦ୍ରାବାଦରେ ପଶୁ ଡାକ୍ତରାଣୀଙ୍କୁ 4ଜଣ ଗଣଦୁଷ୍କର୍ମ କରିବା ସହ ଜାଳି ମାରି ଦେଇଥିଲେ। ପୋଲିସ 4ଜଣଙ୍କୁ ଗିରଫ କରିସାରିଛି।