ମୁମ୍ବାଇ: ବଲିଉଡରେ ରିଲିଜ ହେଉଥିବା ଏମିତି ଅନେକ ଫିଲ୍ମ ଦର୍ଶକଙ୍କୁ ଏଣ୍ଟରଟେନ କରିବା ସହ ମୋଟିଭେଟ ମଧ୍ୟ କରୁଛି । ଏଥିରେ ଅଧିକାଂଶ ସେହି ଫିଲ୍ମର ନାମ ସାମିଲ ହେଉଛି, ଯାହା କୌଣସି ସତ୍ୟ ଘଟଣା କିମ୍ବା ରିୟଲ ହିରୋଙ୍କ ଉପରେ ଆଧାରିତ । 'ମେରୀ କମ' ଫିଲ୍ମରୁ ନେଇ 'ମିଲ୍ଖା ସିଂହ' ପର୍ଯ୍ୟନ୍ତ ଏମିତି ଫିଲ୍ମ ଅଛି । ଯାହାକୁ ଦେଖିଲା ପରେ ଦର୍ଶକଙ୍କ ମଧ୍ୟରେ ଖୁବ୍ ଉତ୍ସାହ ଦେଖିବାକୁ ମିଳିଥାଏ । ଏବେ ଏହି ତାଲିକାରେ ସାମିଲ ହୋଇଛି ଅଭିନେତା ବିକ୍କୀ କୌଶଲଙ୍କ ବ୍ଲକବଷ୍ଟର ଫିଲ୍ମ 'ଉରି' ।
'ଉରି'ର ଯାଦୁ କିଛି ଏପରି ଚଢିଲା ଯେ ଜଣେ ଫ୍ୟାନ ଏହି ଫିଲ୍ମ ଦେଖି ଇଣ୍ଡିଆନ ନେଭି ଜୟନ କରିନେଲେ । ଏହି କଥାର ସୂଚନା ବିକ୍କୀ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ଦେଇଛନ୍ତି ।
'ଉରି' ଫିଲ୍ମରେ ନିଜ ଅଭିନୟ ଜରିଆରେ ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟରେ ଛାଇ ଯାଇଥିବା ବିକ୍କୀ ନିକଟରେ ନିଜ ଇନଷ୍ଟାଷ୍ଟୋରୀରେ ଜଣେ ଫ୍ୟାନଙ୍କ ନୋଟ ସେୟାର କରିଥିଲେ । ସେୟାର ହୋଇଥିବା ଏହି ନୋଟରେ ଫ୍ୟାନ ଜଣକ ଲେଖିଥିଲେ କି 'ଉରି' ତାଙ୍କୁ ଇଣ୍ଡିଆନ ନେଭିର ଅଂଶ କରିବାକୁ ପାଇଁ ପ୍ରୋତ୍ସାହିତ କରିଥିଲା । ଏହାପରେ ସେ ବିକ୍କୀଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଥିଲେ ।
"ମୁଁ ଜାଣି ନାହିଁ କି ଆପଣଙ୍କର ମୁଁ ମନେ ଅଛି କି ନାହିଁ, କିନ୍ତୁ ମୁଁ ଆପଣଙ୍କ ସହ ଗୋଟିଏ ଖୁସି ସେୟାର କରିବାକୁ ଚାହୁଁଛି । ଖୁବଶୀଘ୍ର ମୁଁ ଇଣ୍ଡିଆନ ନେଭି ଜୟନ କରିବାକୁ ଯାଉଛି । ଯାହାର ଟ୍ରେନିଂ ଜୁଲାଇ 15ରେ ଆରମ୍ଭ ହେବ ଆଉ 4 ବର୍ଷ ପର୍ଯ୍ୟନ୍ତ ଚାଲିବ । ବିକ୍କୀ ଆପଣଙ୍କ ଫିଲ୍ମ ମୋତେ ସେନାରେ ଭର୍ତ୍ତି ହେବା ପାଇଁ ପ୍ରେରଣା ଦେଇଛି । ମୁଁ ଏହି ନୂଆ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଏହି ଖୁସି ଆପଣଙ୍କ ସହ ସେୟାର କରିବାକୁ ଚାହୁଁଥିଲି ବୋଲି ନୋଟରେ ଲେଖିଛନ୍ତି ଫ୍ୟାନ ।" ଅନ୍ୟପଟେ ବିକ୍କୀ ମଧ୍ୟ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ପ୍ରକାଶ ଥାଉକି ଏବର୍ଷ ଜାନୁଆରୀ 11ରେ ରିଲିଜ ହୋଇଥିବା 'ଉରି' ଫିଲ୍ମ ଭାରତୀୟ ସେନା ଦ୍ବାରା ପାକିସ୍ତାନୀ ସୀମାରେ ଉପସ୍ଥିତ ଥିବା ଆତଙ୍କବାଦୀ ବେସ କ୍ୟାମ୍ପ୍ସ ଉପରେ ସର୍ଜିକାଲ ଷ୍ଟାଇକ ଉପରେ ଆଧାରିତ । ଜାମ୍ମୁ-କଶ୍ମୀରର ଉରି ଅଞ୍ଚଳରେ ଭାରତୀୟ ସେନା କ୍ୟାମ୍ପ ଉପରେ ହୋଇଥିବା ଗୋଟିଏ ଆକ୍ରମଣ ପରେ ଭାରତୀୟ ସେନା ଏପରି ଅପରେଶନ କରିଥିଲା ।