ETV Bharat / sitara

‘ମିଷ୍ଟର. ଲେଲେ’ରେ ବରୁଣଙ୍କୁ ରିପ୍ଲେସ୍ କଲେ ଭିକି

author img

By

Published : Jan 19, 2021, 5:15 PM IST

ଅଭିନେତା ବରୁଣ ଧାୱନ, ନିର୍ମାତା କରଣ ଜୋହର ଏବଂ ନିର୍ଦ୍ଦେଶକ ଶଶାଙ୍କ ଖୈତାନ ମିଷ୍ଟର.ଲେଲେ ନାମକ ଏକ କମେଡି ଫିଲ୍ମ ନେଇ ପୁଣି ଆସିବେ ବୋଲି ଚର୍ଚ୍ଚା ହେଉଥିଲା । ମାତ୍ର ବର୍ତ୍ତମାନ ବରୁଣଙ୍କ ବଦଳରେ ନଜର ଆସିବେ ଭିକି କୌଶଲ୍ । ଅଧିକ ପଢନ୍ତୁ...

‘ମିଷ୍ଟର. ଲେଲେ’ରେ ବରୁଣଙ୍କୁ ରିପ୍ଲେସ୍ କଲେ ଭିକି କୌଶଲ୍

ହାଇଦ୍ରାବାଦ: ଅଭିନେତା ବରୁଣ ଧାୱନ, ନିର୍ମାତା କରଣ ଜୋହର ଏବଂ ନିର୍ଦ୍ଦେଶକ ଶଶାଙ୍କ ଖୈତାନ ମିଷ୍ଟର.ଲେଲେ ନାମକ ଏକ କମେଡି ଫିଲ୍ମ ନେଇ ପୁଣି ଆସିବେ ବୋଲି ଚର୍ଚ୍ଚା ହେଉଥିଲା । ହମ୍ପଟି ଶର୍ମା କି ଦୁଲହନିଆ (2014) ଏବଂ ବଦ୍ରିନାଥ କି ଦୁଲହନିଆ (2017) ପରେ ଏହି ଚଳଚ୍ଚିତ୍ର ସେମାନଙ୍କର ତୃତୀୟ ସିନେମା ହେବ ବୋଲି କୁହାଯାଉଥିଲା ।

ନିର୍ମାତାମାନେ ଜାନୁୟାରୀ 2020 ରେ ମିଷ୍ଟର.ଲେଲେର ବରୁଣଙ୍କ ପ୍ରଥମ ଲୁକ୍ ପୋଷ୍ଟର ମଧ୍ୟ ରିଲିଜ୍ କରିଥିଲେ। ଶଶାଙ୍କ ଏହା ପ୍ରତି ଏକ ସକରାତ୍ମକ ଦୃଷ୍ଟିକୋଣ ରଖିଥିଲେ ଏବଂ ସେତେବେଳେ ସେ କହିଥିଲେ ଯେ 13 ମାର୍ଚ୍ଚ 2020 ରୁ ଫିଲ୍ମ ଆରମ୍ଭ ହେବ ମାତ୍ର କୋଭିଡ-19 କାରଣରୁ ସମଗ୍ର ଦେଶରେ ଲକଡାଉନ୍ ସ୍ଥିତି ଥିଲା ।

ତେବେ ମିଷ୍ଟର.ଲେଲେକୁ ନେଇ ବର୍ତ୍ତମାନ ଚିନ୍ତା କରାଯାଉଛି । ତେବେ ସୂଚନା ମିଳୁଛି ଯେ, ବର୍ତ୍ତମାନ ବରୁଣଙ୍କ ବଦଳରେ ଭିକି କୌଶଲଙ୍କୁ ଦେଖିବାକୁ ମିଳିବ । ଏକ ୱେବଲଏଡ୍ ରିପୋର୍ଟ ଅନୁଯାୟୀ, ଶଶାଙ୍କ ପୁରା ସ୍କ୍ରିପ୍ଟକୁ ପୁଣି ନିର୍ମାଣ କରିଛନ୍ତି ଏବଂ ଚଳିତ ବର୍ଷ ସୁଟିଂ ଆରମ୍ଭ କରିବାକୁ ପ୍ରସ୍ତୁତ ଅଛନ୍ତି।

ଶଶାଙ୍କଙ୍କ ଅନ୍ୟ ନିର୍ଦ୍ଦେଶନା ନିର୍ମିତ ଏକ ଫିଲ୍ମରୁ ଶାହିଦ କପୁର ବ୍ୟାକଡ୍ରପ୍ କରିବା ପରେ ଶଶାଙ୍କ ମିଷ୍ଟର. ଲେଲେ ଉପରେ ଫୋକସ୍ କରିଥିଲେ । ନିର୍ମାତା ଫିଲ୍ମକୁ ଏକ ମାସ ମଧ୍ୟରେ ପ୍ରସ୍ତୁତ କରିବାକୁ ଯୋଜନା ରଖିଛନ୍ତି । ଭିକି କୌଶଲ୍ ମାର୍ଚ୍ଚରୁ ସୁଟିଂ ଆରମ୍ଭ କରିବେ। ‘ରାଜି’ ଏବଂ ‘ଭୂତ୍’ ପରେ ମିଷ୍ଟର.ଲେଲେ କରଣ ଜୋହରଙ୍କ ବ୍ୟାନର ଧର୍ମା ପ୍ରଡକ୍ସନରେ ଭିକିଙ୍କ ତୃତୀୟ ଫିଲ୍ମ ହେବେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.