ETV Bharat / sitara

ଜାଣନ୍ତୁ କେବେ ରିଲିଜ ହେବ 'ସର୍ଦ୍ଦାର ଉଦ୍ଧମ ସିଂହ'

author img

By

Published : Jun 17, 2019, 11:24 PM IST

Updated : Jun 17, 2019, 11:32 PM IST

ଅଭିନେତା ବିକ୍କୀ ନିଜର ଆଗାମୀ ଫିଲ୍ମ 'ସର୍ଦ୍ଦାର ଉଦ୍ଧମ ସିଂହ'କୁ ନେଇ ଖୁବ୍ ଉତ୍ସାହିତ । ଆସନ୍ତା ବର୍ଷ ଅକ୍ଟୋବର 2ରେ ପରଦାରେ ରିଲିଜ ହେବାକୁ ଯାଉଛି ଏହି ଫିଲ୍ମ ।

ଫଟୋ ସୌଜନ୍ଯ: ସୋସିଆଲ ମିଡିଆ/ଟ୍ବିଟର@ତରଣ ଆଦର୍ଶ

ମୁମ୍ବାଇ: 'ଉରି' ଫିଲ୍ମ ଦ୍ବାରା ରାତାରାତି ସଫଳ ହୋଇଥିବା ଅଭିନେତା ବିକ୍କୀ କୌଶଲ ଆଜିକାଲି ନିଜର ଅପକମିଂ ଫିଲ୍ମ 'ସର୍ଦ୍ଦାର ଉଦ୍ଧମ ସିଂହ' ସୁଟିଂରେ ବ୍ୟସ୍ତ ଅଛନ୍ତି । କିଛି ଦିନ ପୂର୍ବରୁ ଏହି ଫିଲ୍ମରୁ ବିକ୍କୀଙ୍କ ଫାଷ୍ଟ ଲୁକ ସାମ୍ନାକୁ ଆସିଥିଲା । ବିକ୍କୀଙ୍କ ଫ୍ୟାନ୍ସ ମଧ୍ୟ ଏହି ଫିଲ୍ମକୁ ନେଇ ବେଶ ଉତ୍ସାହିତ । ଏବେ ଫିଲ୍ମର ରିଲିଜ ତାରଖ ଘୋଷଣା ହୋଇଯାଇଛି ।

twitter

ଯାହାକୁ ନେଇ ଖୁସି ହୋଇଛନ୍ତି ଦର୍ଶକ । ଫିଲ୍ମର ରିଲିଜ ତାରିଖ ଘୋଷଣା କରି ଫିଲ୍ମ କ୍ରିଟିକ ଏବଂ ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶକ ଦର୍ଶକଙ୍କୁ ଏହାର ସୂଚନା ଦେଇଛନ୍ତି । ଫିଲ୍ମର ପୋଷ୍ଟର ସେୟାର କରି କ୍ୟାପସନରେ ତରଣ ଲେଖିଛନ୍ତି, "ଫିଲ୍ମର ରିଲିଜ ତାରିଖ ସ୍ଥିର ହୋଇଯାଇଛି, ଫିଲ୍ମଟି 2020 ଅକ୍ଟୋବର 2ରେ ରିଲିଜ ହେବାକୁ ଯାଉଛି ।"

ଜଣାଇ ଦେଉଛୁ ଯେ 'ସର୍ଦ୍ଦାର ଉଦ୍ଧମ ସିଂହ' ବାୟୋପିକ ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ସୁଜିତ ସରକାର । ଫିଲ୍ମଟି ସ୍ବାଧୀନତା ସଂଗ୍ରାମୀ ଉଦ୍ଧମ ସିଂହଙ୍କ ଉପରେ ଆଧାରିତ । ଯିଏ ଇଂଲଣ୍ଡ ଯାଇ ସେଠାରେ ଅଫିସର ଡାୟରଙ୍କ ହତ୍ୟା କରିଥିଲେ । ଫିଲ୍ମର ପ୍ରଥମ ସିଡ୍ୟୁଲ ସୁଟିଂ ଜାନୁଆରୀରୁ ଆରମ୍ଭ ହୋଇଥିଲା । ଫିଲ୍ମର ଅବଶିଷ୍ଟ ସୁଟିଂ ଅକ୍ଟୋବରରେ ଆରମ୍ଭ ହେବ । ଆଗାମୀ ସିଡ୍ୟୁଲ ୟୁକେ, ରଶିୟା, ୟୁରୋପ ଏବଂ ନର୍ଥ ଇଣ୍ଡିଆରେ ସୁଟ ହେବ ।

Intro:Body:

dhd

Conclusion:
Last Updated : Jun 17, 2019, 11:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.