ETV Bharat / sitara

ପରଲୋକରେ ଲୋକପ୍ରିୟ ସିଙ୍ଗର ଜଗଜିତ କୌର - ମହମ୍ମଦ ଜାହୁର ଖୟାମ

ଲିଭିଗଲା ଲୋକପ୍ରିୟ ପ୍ଲେବ୍ୟାକ ସିଙ୍ଗର ଜଗଜିତ କୌରଙ୍କ ଜୀବନ ଦୀପ । ଆଗାମୀ ଦିନରେ ଜଗଜିତଙ୍କ ସଙ୍ଗୀତକୁ ଆଉ ଶ୍ରୋତା ଶୁଣିପାରିବେ ନାହିଁ । ଅଧିକ ପଢନ୍ତୁ...

ଆଉ ଶ୍ରୋତା ଶୁଣିପାରିବେନି ଲୋକପ୍ରିୟ ସିଙ୍ଗର Jagjit Kaurଙ୍କ ସଙ୍ଗୀତ

author img

By

Published : Aug 15, 2021, 7:37 PM IST

ମୁମ୍ବାଇ: ଆଉ ନାହାନ୍ତି ବଲିଉଡ଼ର ଦିବଂଗତ ପ୍ଲେବ୍ୟାକ ସିଙ୍ଗର ଜଗଜିତ କୌର । ଶ୍ରୋତା ଆଉ ଶୁଣିପାରିବେନି ତାଙ୍କ ମଧୁର ସଙ୍ଗୀତ । ସେ ନିଜ ମୁମ୍ବାଇସ୍ଥିତ ବାସଭବନରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ବୟସ ହୋଇଥିଲା ।

କୌର ହେଉଛନ୍ତି ସ୍ବର୍ଗତଃ ମ୍ୟୁଜିକ କମ୍ପୋଜର ମହମ୍ମଦ ଜାହୁର ଖୟାମଙ୍କ ପତ୍ନୀ । ତେବେ ସେ ଆଜି(ରବିବାର) ସକାଳ ପ୍ରାୟ ୬ଟା ସମୟରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ତାଙ୍କର ଶେଷକୃତ୍ୟ SV ରୋଡ଼ରେ ଥିବା ପୱନ ହାନ୍ସ ଶ୍ମଶାନରେ କରାଯାଇଛି । କୌର 'ଦେଖ୍‌ ଲୋ ଆଜ୍‌ ହମକୋ', 'ବାଜାର', 'ପେହଲେ ତୋ ଆଙ୍ଖ୍‌ ମିଲନା' ଓ 'ଶୋଲେ ଔର ଶବନମ' ସଙ୍ଗୀତ ପାଇଁ ସଙ୍ଗୀତପ୍ରେମୀଙ୍କ ନିକଟରେ ସେ ବେଶ ପରିଚିତ ।

କୌରଙ୍କ ବିୟୋଗରେ ଅନେକ ପ୍ରଶଂସକ ଶୋକବ୍ୟକ୍ତ କରିଛନ୍ତି । ତେବେ ସୂଚନା ଥାଉ କି କୌରଙ୍କ ସ୍ବାମୀ ତଥା ମ୍ୟୁଜିକ କମ୍ପୋଜର ଖୟାମ ମ୍ୟୁଜିକ ଡିରେକ୍ଟର ଭାବେ ଜାତୀୟ ପୁରସ୍କାର ଜିତିଛନ୍ତି । ସେ ୨୦୧୯ ମସିହାରେ ହୃଦଘାତ ଯୋଗୁଁ ମୃତ୍ୟୁବରଣ କରିଥିଲେ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.