ମୁମ୍ବାଇ: ଏକ ସପ୍ତାହରୁ ଅଧିକ ସମୟ ପୂର୍ବରୁ କୋଭିଡ -19 ରେ ସଂକ୍ରମିତ ହୋଇଥିବା ଭେଟେରାନ ଅଭିନେତ୍ରୀ ତବସୁମ୍ ଏବେ ସୁସ୍ଥ ହୋଇଯାଇଛନ୍ତି ।
ଏବେ ତାଙ୍କର ରିପୋର୍ଟ ନେଗେଟିଭ ଆସିଛି ଏବଂ ତାଙ୍କୁ ଦିନେ କିମ୍ବା ଦୁଇ ଦିନ ଭିତରେ ଡାକ୍ତରଖାନାରୁ ଡିସଚାର୍ଜ କରାଯିବ । ତାଙ୍କ ପୁଅ ତଥା ଅଭିନେତା-ଚଳଚ୍ଚିତ୍ର ନିର୍ମାତା ହୋଶାଙ୍ଗ ଗୋବିଲ ଏହି ସୂଚନା ଦେଇଛନ୍ତି ।
ପ୍ରକାଶ ଥାଉ ଯେ, ଅଭିନେତ୍ରୀ ମାର୍ଚ୍ଚ ଶେଷରେ ତାଙ୍କ ଘରେ ନିଜ ଡିଜିଟାଲ୍ ସୋ ତବସୁମ୍ ଟକିଜ୍ ସୁଟିଂ କରୁଥିଲେ, ଯାହାର ଦୁଇ ଦିନ ପରେ ସେ କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଥିଲା।