ମୁମ୍ବାଇ: ବି-ଟାଉନର ଧକ୍ ଧକ୍ ଗାର୍ଲ ମାଧୁରୀ ଦୀକ୍ଷିତଙ୍କ ଅଭିନୟ ବ୍ୟତୀତ ଡାନ୍ସକୁ ଖୁବ୍ ପସନ୍ଦ କରନ୍ତି ଦର୍ଶକ । ସେ ବଲିଉଡର ଏମିତି ଅଭିନେତ୍ରୀ ଯାହାଙ୍କ ଠୁମକାରେ ସମସ୍ତେ ଦିୱାନା। ଏବେ ସେ ଆଉ ଏକ ଡାନ୍ସ ଫର୍ମ ବିଷୟରେ ଆଲୋଚନା କରି ଚର୍ଚ୍ଚାରେ । କେ-ପପ୍ ଡାନ୍ସ ଷ୍ଟାଇଲ ବିଷୟରେ ସମସ୍ତଙ୍କୁ ଜଣାଇଛନ୍ତି ସେ ।
ଆଉ କହିଛନ୍ତି, ‘କୋରିଓଗ୍ରାଫି ଥିବାରୁ ଏହା ଏକ ଡାନ୍ସ ଫର୍ମ । ଯାହା ଶରୀରର ଗତି ଭଳି, ତେଣୁ ଏହା ଏକ ଡାନ୍ସ ଫର୍ମ । ଯୁବପିଢି ଏଥିରେ ଲାଗିଛନ୍ତି ଏବଂ ଯେକୌଣସି ପ୍ରକାରର ଡାନ୍ସ ମୋ ପାଇଁ କରୁଛନ୍ତି । ବହୁତ ପ୍ରକାରର ଡାନ୍ସ ଫର୍ମ ଆସୁଛି ଯାହାକୁ ଆମେ ଦେଖିବାକୁ ଯାଉଛୁ । ଫ୍ରି ଷ୍ଟାଇଲ୍ ଡାନ୍ସ ପରି କିଛି, କେହି ପରୀକ୍ଷାମୂଳକ ଡାନ୍ସ ମଧ୍ୟ କରୁଛନ୍ତି । ତେଣୁ ଏହା ସେମାନଙ୍କର ନୃତ୍ୟର ବ୍ୟାଖ୍ୟା । ମୁଁ ଭାବୁଛି ଆମେ ବିଭିନ୍ନ ନୃତ୍ୟ ଫର୍ମ ଆଗାମୀ ଦିନରେ ଦେଖିବାକୁ ପାଇବୁ । ଯାହା ଦେଖିବା ସର୍ବଦା ଆକର୍ଷଣୀୟ ।’
ମାଧୁରୀ ମାତ୍ର ତିନି ବର୍ଷ ବୟସରେ ନାଚିବା ଆରମ୍ଭ କରିଥିଲେ ଏବଂ ଜଣେ ପ୍ରଶିକ୍ଷିତ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ରୂପେ ସେ କଥକ ମଧ୍ୟ ଶିଖିଛନ୍ତି । ତାଙ୍କ ଠୁମକାର ଆଜି ମଧ୍ୟ ଦିୱାନା ଅନେକ ଦର୍ଶକ । ମାଧୁରୀଙ୍କ ଜବରଦସ୍ତ ଡାନ୍ସ ଫିଲ୍ମ ‘ତେଜାବ୍’, ‘ବେଟା’, ‘ୟାରାନା’, ‘ଅନଜାମ୍’, ‘ଦେବଦାସ’ ଭଳି ଫିଲ୍ମରେ ଦେଖିବାକୁ ମିଳିସାରିଛି ।
ପ୍ରକାଶ ଥାଉକି ଗତ ବର୍ଷ ଲକଡାଉନ ସମୟରେ ସେ ଫ୍ୟାନ୍ସଙ୍କୁ ମନୋରଞ୍ଜନ କରିବା ସହ ଡାନ୍ସ ଟ୍ରେନିଂ ଦେବାକୁ ଅନଲାଇନ କ୍ଲାସ ମଧ୍ୟ ଦେଇଥିଲେ । ଯେଉଁଥିରେ ସେ ଏଯାବତ ଡାନ୍ସ ଟ୍ରେନିଂ ଦେଉଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ