ETV Bharat / sitara

Varun and Divya Break-Up: ମୁହଁ ଖୋଲିଲେ ବରୁଣଙ୍କ ବାପା, ଦିବ୍ୟାଙ୍କୁ କଲେ ପ୍ରଶଂସା

author img

By

Published : Mar 9, 2022, 10:31 AM IST

ଗତ 7 ତାରିଖରେ ଦିବ୍ୟା ଅଗ୍ରୱାଲ ଏବଂ ବରୁଣ ସୁଦ ପରସ୍ପର ଠାରୁ ଅଲଗା ହୋଇଛନ୍ତି । ଦିବ୍ୟା ନିଜେ ସୋସିଆଲ ମିଡିଆରେ ବରୁଣଙ୍କ ସହ ବ୍ରେକଅପ ସମ୍ପର୍କରେ ସୂଚନା ଦେଇଥିଲେ । ଏହି ସବୁ ମଧ୍ୟରେ ବରୁଣଙ୍କ ପିତା ପ୍ରଥମ ଥର ପାଇଁ ଏହି ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ଦେଇଛନ୍ତି । ବରୁଣଙ୍କ ପିତା ଟୁଇଟ୍ କରି ଦିବ୍ୟାଙ୍କ ବିଷୟରେ ବହୁତ କିଛି ଲେଖିଛନ୍ତି । ଅଧିକ ପଢନ୍ତୁ

ପୁଅ-ବୋହୂଙ୍କ ବ୍ରେକଅପ୍ ପରେ ମୁହଁ ଖୋଲିଲେ ଶ୍ବଶୁର

ହାଇଦ୍ରାବାଦ: ବିଗ୍‌ ବସ୍ OTT ବିଜେତା ଦିବ୍ୟା ଅଗ୍ରୱାଲ ତାଙ୍କ ବ୍ରେକଅପ୍ ଖବରକୁ ନେଇ ଆଜିକାଲି ଚର୍ଚ୍ଚାରେ ଅଛନ୍ତି । ଗତ 7 ତାରିଖରେ ଦିବ୍ୟା ଅଗ୍ରୱାଲ ଏବଂ ବରୁଣ ସୁଦ ପରସ୍ପର ଠାରୁ ଅଲଗା ହୋଇଛନ୍ତି । ଦିବ୍ୟା ନିଜେ ସୋସିଆଲ ମିଡିଆରେ ବରୁଣଙ୍କ ସହ ବ୍ରେକଅପ କରିଥିବା ସମ୍ପର୍କରେ ସୂଚନା ଦେଇଥିଲେ । ସୋସିଆଲ୍‌ ମିଡିଆରେ ଏକ ଲମ୍ବା ପୋଷ୍ଟ ମଧ୍ୟ ଲେଖିଥିଲେ ଏବଂ କହିଥିଲେ ଯେ ସେ ଏବଂ ବରୁଣ ସୁଦ ଆଉ ଏକାଠି ନାହାଁନ୍ତି । ଏହି ଖବର ସାମ୍ନାକୁ ଆସିବା ପରେ ଦିବ୍ୟା ଏବଂ ବରୁଣଙ୍କ ପ୍ରଶଂସକମାନେ ଅତ୍ୟନ୍ତ ନିରାଶ ହୋଇଯାଇଥିଲେ । ଏଥି ସହିତ, ଏହି ସବୁ ମଧ୍ୟରେ ବରୁଣଙ୍କ ପିତା ପ୍ରଥମ ଥର ପାଇଁ ଏହି ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ଦେଇଛନ୍ତି । ବରୁଣଙ୍କ ପିତା ଟୁଇଟ୍ କରି ଦିବ୍ୟାଙ୍କ ବିଷୟରେ ବହୁତ କିଛି ଲେଖିଛନ୍ତି ।

  • Dare any one say anything about Varun’s character.. not every separation happens because of character!
    He is an honest man! It’s my decision to be alone no one has the right to speak anything rubbish !
    It takes a lot of strength to take decisions like these in life !
    Respect

    — Divya Agarwal (@Divyakitweet) March 6, 2022 " class="align-text-top noRightClick twitterSection" data=" ">

ବରୁଣ ସୁଦଙ୍କ ପିତା ବିନୀତ ସୁଦ ଟ୍ୱିଟରରେ ଏକ ଲମ୍ବା ପୋଷ୍ଟ ଲେଖିଛନ୍ତି । ସେ ଲେଖିଛନ୍ତି କି, 'ଦିବ୍ୟାଙ୍କ ନିଷ୍ପତ୍ତିକୁ ସମ୍ମାନ ଦିଅ। ଦୁହେଁ ପରସ୍ପରକୁ ବହୁତ ଭଲ ପାଉଥିଲେ । ଏବେ ବି ପାଉଛନ୍ତି । ଏହା ହେଉଛି ଜୀବନ । ଦିବ୍ୟାଙ୍କୁ ନେଇ ମୋର କୌଣସି ନକାରାତ୍ମକତା ଚିନ୍ତା ନାହିଁ । ତାଙ୍କ ପ୍ରତି ମୋର ଭଲପାଇବା ଏବଂ ଯତ୍ନ ସବୁବେଳେ ଥିଲା ଏବଂ ରହିବ । ଦୁହେଁ ଏକାଠି ଯେଉଁ ସମୟ ବିତାଇଛନ୍ତି, ସେହି ସମୟକୁ ଦୁହେଁ ଉପଭୋଗ କଲେ । ଭବିଷ୍ୟତ ପାଇଁ ଦିବ୍ୟାଙ୍କୁ ଅଭିନନ୍ଦନ । ମା ଏବଂ ମୁଁ ତୁମକୁ ଆଗାମୀ ଜୀବନ ପାଇଁ ଶୁଭେଚ୍ଛା ଜଣାଉଛି । ରକ୍ ଅନ୍। '

  • Respect Divyas Decision. Both of you loved each other. U still do. It's life. I have no negativity for her. She was and will continue to have my un filtered affection and care. Cherish your times in togetherness and wish her luck and God Speed in life. Mom and I do. Rock on.

    — Vineet Sood (@VineetSood15) March 6, 2022 " class="align-text-top noRightClick twitterSection" data=" ">

ଉଲ୍ଲେଖନୀୟ ଯେ, ବ୍ରେକଅପ ପରେ ଦିବ୍ୟା ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଲମ୍ବା ନୋଟ୍ ସେୟାର କରି ପୂରା ମାମଲାକୁ ନିଜ ପକ୍ଷରେ ରଖିଛନ୍ତି । ଏଥିସହ ସେ ତାଙ୍କ ନୋଟରେ କହିଥିଲେ ଯେ, ‘ସେ ଏବଂ ବରୁଣ ସର୍ବଦା ପରସ୍ପରର ଭଲ ବନ୍ଧୁ ହୋଇ ରହିବେ । ଏହି ପୋଷ୍ଟ ସେୟାର କରି ଦିବ୍ୟା ଅଗ୍ରୱାଲ ଆହୁରି ଲେଖିଥିଲେ ଯେ, ଜୀବନ ଏକ ସର୍କସ ପରି । ମୋ ସହିତ ଯାହା କିଛି ଘଟୁଛି, ଏଥିପାଇଁ ମୁଁ କାହାକୁ ଦାୟୀ କରିପାରିବି ନାହିଁ । ମୁଁ ଲାଗୁଛି ଏବେ ସବୁ କିଛି ଶେଷ ହୋଇସାରିଛି ଏବଂ ଏହା ଠିକ ମଧ୍ୟ । ମୁଁ ନିଶ୍ବାସ ନେବାକୁ ଚାହେଁ ଏବଂ ନିଜ ପାଇଁ ବଞ୍ଚିବାକୁ ଚାହୁଁଛି ।

ଏହା ବି ପଢନ୍ତୁ: ଅଲଗା ହେଲେ ପ୍ରେମପକ୍ଷୀ: ବରୁଣଙ୍କ ସହ ବ୍ରେକଅପ ପରେ ଏମିତି ପୋଷ୍ଟ କଲେ ଦିବ୍ୟା

ଅଭିନେତ୍ରୀ ଆହୁରି ଲେଖିଥିଲେ, ମୁଁ ଏଠାରେ ଆନୁଷ୍ଠାନିକ ଭାବରେ ଘୋଷଣା କରୁଛି ଯେ ମୁଁ ଏହି ଜୀବନରେ ନିଜ ଗୋଡରେ ଠିଆ ହୋଇଛି ଏବଂ ମୁଁ ମୋ ଜୀବନକୁ ମୋ ହିସାବରେ ବଞ୍ଚିବାକୁ ସମୟ ଦେବାକୁ ଚାହୁଁଛି । ଏଥିରୁ ବାହାରିବା କେବଳ ମୋର ପସନ୍ଦ । ମୁଁ ତାଙ୍କ ସହିତ ବିତାଇଥିବା ଖୁସିର ମୁହୂର୍ତ୍ତକୁ ପ୍ରକୃତରେ ଗୁରୁତ୍ବ ଦିଏ ଏବଂ ଭଲ ପାଏ । ସେ ବହୁତ ଭଲ ବ୍ୟକ୍ତି ଏବଂ ସର୍ବଦା ମୋର ଭଲ ବନ୍ଧୁ ହୋଇ ରହିବେ । ଦୟାକରି ମୋର ନିଷ୍ପତ୍ତିକୁ ସମ୍ମାନ ଦିଅ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.