ETV Bharat / sitara

ପୁଣି ଦାନ କରି ଚର୍ଚ୍ଚାରେ ଅଭିନେତା ବରୁଣ - ପିଏମ କେୟାର୍ସ ରିଲିଫ ଫଣ୍ଡ

ପ୍ରଥମେ 55 ଲକ୍ଷ ଦାନ କରିଥିଲେ ବରୁଣ ଧାୱନ । ଆଉ ଏବେ 5 ଲକ୍ଷ ଦାନ କରି ସମସ୍ତଙ୍କୁ ମୁହଁରେ ହସ ଫୁଟାଇଛନ୍ତି । ଅନେକ ଶ୍ରମିକ, ଦିନ ମଜୁରିଆଙ୍କୁ ମାଗଣାରେ ଖାଦ୍ୟ ଯୋଗାଇବାରେ ମଧ୍ୟ ସାହାଯ୍ୟ କରୁଛନ୍ତି ବରୁଣ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବରୁଣ ଧୱନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବରୁଣ ଧୱନ
author img

By

Published : Apr 25, 2020, 9:19 PM IST

ମୁମ୍ବାଇ: ହ୍ୟାଣ୍ଡସମ ଆକ୍ଟର ବରୁଣ ଧାୱନ ଶୁକ୍ରବାର ନିଜର 33ତମ ଜନ୍ମଦିନ ପାଳନ କରିଥିଲେ । ଲକଡାଉନ ପାଇଁ ସେ ନିଜ ଘରେ ହୋମମେଡ କେକ କାଟି ବର୍ଥଡେ ସେଲିବ୍ରେସନ କରିଥିଲେ । ଖାଲି ଏତିକି ନୁହେଁ ସେ ଇନଷ୍ଟାଗ୍ରାମରେ ଲାଇଭ ଆସି ଫ୍ୟାନ୍ସଙ୍କ ସହ କିଛି ସମୟ ମଧ୍ୟ ବତାଇଥିଲେ । ଏବେ ତାଙ୍କୁ ନେଇ ନୂଆ ଖବର ସାମ୍ନାକୁ ଆସିଛି । ସେ ଦିନ ମଜୁରିଆଙ୍କୁ ସାହାଯ୍ୟ କରିବାକୁ ଯାଇ 5 ଲକ୍ଷ ଦାନ କରିଛନ୍ତି ।

ସେ ଫିଲ୍ମ ଇଣ୍ଡଷ୍ଟ୍ରିର ଶ୍ରମିକ, ମଜୁରିଆଙ୍କୁ ଏହି ଟଙ୍କା ଦାନ କରିଛନ୍ତି । ଫେଡରେସନ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏପ୍ଲୋଇଜରେ ସାମିଲ ଥିବା ମଜୁରିଆଙ୍କୁ ସହଯୋଗର ହାତ ବଢାଇଛନ୍ତି ।

ଇଣ୍ଡିଆନ ଫିଲ୍ମ ଆଣ୍ଡ ଟିଭି ଡାୟରେକ୍ଟସ ଆସୋସିଏସନ ପ୍ରେସିଡେଣ୍ଟ ଆଶୋକ ପଣ୍ଡିତ ତାଙ୍କ ଏହି ମହାନ କାର୍ଯ୍ୟ ପାଇଁ ସୋସିଆଲ ମିଡିଆରେ ଧନ୍ୟବାଦ ଜଣାଇଛନ୍ତି ।

ପ୍ରକାଶ ଥାଉକି ଏହାପୂର୍ବରୁ ବରୁଣ ପିଏମ କେୟାର୍ସ ରିଲିଫ ଫଣ୍ଡ ଓ ମହାରାଷ୍ଟ ସିଏମ ରିଲିଫ ଫଣ୍ଡକୁ 55 ଲକ୍ଷ ଟଙ୍କା ଦାନ କରିଥିଲେ । ଏହାସହ ସେ ଡାକ୍ତର, ଫ୍ରଣ୍ଟଲାଇନ ୱାର୍କର୍ସଙ୍କୁ ମାଗଣାରେ ଖାଦ୍ୟ ମଧ୍ୟ ଯୋଗାଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.