ମୁମ୍ବାଇ: ବି-ଟାଉନର ଚାର୍ମିଂ ଷ୍ଟାର ବରୁଣ ଧୱନ ଓ ତାଙ୍କ ଗାର୍ଲଫ୍ରେଣ୍ଡ ନତାଶା ଦଲାଲ ନିଜ ରିଲେସନଶିପକୁ ନେଇ ସବୁବେଳେ ଚର୍ଚ୍ଚାରେ । ସ୍କୁଲ ଟାଇମରୁ ଦୁଇଜଣ ପରସ୍ପରକୁ ଡେଟ କରିଆସୁଛନ୍ତି । ବଲିଉଡର ସବୁ ଇଭେଣ୍ଟରେ ବରୁଣଙ୍କ ସହ ନତାଶା ନଜର ଆସନ୍ତି। ଗତ ବର୍ଷରୁ ଏହି ଖବର ଜୋର ଧରିଥିଲା ଯେ ଖୁବଶୀଘ୍ର ଏହି ଦୁଇଜଣ ବିବାହ ବନ୍ଧନରେ ଆବଦ୍ଧ ହେବେ ବୋଲି । ଫ୍ୟାନ୍ସ ମଧ୍ୟ ତାଙ୍କ ବିବାହକୁ ନେଇ ଖୁବ୍ ଏକ୍ସାଇଟେଡ ।
ଇତିମଧ୍ୟରେ ଶୁଣିବାକୁ ମିଳୁଛି ଯେ ଏବର୍ଷ ଗରମ ମାସରେ ବରୁଣ ଓ ନତାଶା ବିବାହ କରିବାର ପ୍ଲାନିଂ କରୁଛନ୍ତି । ଆଜ୍ଞା ହଁ, ଏହି ଲଭ ବାର୍ଡ ମେ ମାସରେ ବିବାହ କରିପାରନ୍ତି । ଦୁହିଁଙ୍କ ପରିବାର ଚାହୁଁଛନ୍ତି ଗ୍ରାଣ୍ଡ ୱେଡିଂ କରିବାକୁ । ଖାଲି ଏତିକି ନୁହେଁ ଏହି ଖବର ମଧ୍ୟ ଜୋର ଧରିଛି ଯେ ଦୁଇଜଣ ଗୋଆରେ ବିବାହ କରିବେ । ଆଉ ବି-ଟାଉନର ଅନେକ କଳକାରା ସାମିଲ ହେବେ । ପୂର୍ବରୁ ଏହି କଳାକାରଙ୍କୁ ନିଜ ଡେଟ୍ସକୁ ରିଜର୍ଭ କରିବାକୁ କୁହାଯାଇଛି । ଏଯାବତ ବିବାହର ତାରିଖ ଘୋଷଣା ହୋଇନାହିଁ ।
ଯଦି ମେ’ରେ ବରୁଣ ବିବାହ କରୁଛନ୍ତି ତେବେ ତାଙ୍କ ପାଇଁ ଡବଲ ସେଲିବ୍ରେଶନ ହେବ । କାରଣ ମେ 1 ତାରିଖରେ ତାଙ୍କ ଚର୍ଚ୍ଚିତ କମେଡି ଡ୍ରାମା ଫିଲ୍ମ ‘କୁଲି ନଂ-1’ ରିଲିଜ ହେବାକୁ ଯାଉଛି । ଯାହାକୁ ନେଇ ଏକ୍ସାଇଟେଡ ଫ୍ୟାନ୍ସ । ଫିଲ୍ମରେ ତାଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିବେ ସାରା ଅଲ୍ଲୀ ଖାନ । ମାର୍ଚ୍ଚରେ ବରୁଣ ନିଜ ଆଗାମୀ ଫିଲ୍ମ ‘ମିଷ୍ଟର. ଲେଲେ’ର ସୁଟିଂ ଆରମ୍ଭ କରିବେ । ଯାହାର ଫାଷ୍ଟଲୁକ ପୋଷ୍ଟର ନିକଟରେ ଜାରି ହୋଇଥିଲା ।
ପ୍ରକାଶ ଥାଉକି ଆସନ୍ତା ଏପ୍ରିଲ 24ରେ ବରୁଣଙ୍କ ଜନ୍ମଦିନ । ହୁଏତଃ ଏହି ଖାସ୍ ଅବସରରେ ପରିବାର ସଦସ୍ୟ ତାଙ୍କ ବିବାହ ତାରିଖ ଘୋଷଣା କରିପାରନ୍ତି । ଏବେ ଦେଖିବା ବାକି ରହିଲା ବରୁଣ କେବେ ବିବାହ ବନ୍ଧନରେ ଆବଦ୍ଧ ହେଉଛନ୍ତି ।