ମୁମ୍ବାଇ: କରନ ଜୋହରଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ 'କଲଙ୍କ' ଏହି ସମୟରେ ବଲିଉଡର ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଫିଲ୍ମର ଗୀତ 'ଫାଷ୍ଟ କ୍ଲାସ' ଦର୍ଶକଙ୍କ ଓଠରେ ଚଢିଯାଇଛି । ଏହି ଗୀତଟିକୁ ସାଧାରଣ ଦର୍ଶକଙ୍କ ଠାରୁ ନେଇ ସେଲିବ୍ରିଟ ପର୍ଯ୍ୟନ୍ତ ସମସ୍ତେ ପସନ୍ଦ କରୁଛନ୍ତି । ନିକଟରେ ବରୁଣ ଧୱନ 'ଉରି' ଅଭିନେତା ବିକ୍କୀ କୌଶଲଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ହରଲୀନ ସେଠୀଙ୍କ ସହ ଏହି ଗୀତରେ ଜବରଦସ୍ତ ଡାନ୍ସ କରୁଥିବାର ନଜର ଆସିଛନ୍ତି । ବର୍ତ୍ତମାନ ଦୁଇଜଣଙ୍କ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।
- View this post on Instagram
A #firstclass dance with @melvinlouis and @itsharleensethi who are incredible
">
ଅନ୍ୟପଟେ 'କଲଙ୍କ' ଫିଲ୍ମର ଏହି ଗୀତରେ ଅଭିନେତା ରଣଭୀର ସିଂହ, ଦୀପିକା ପାଦୁକୋନ, ଆଲିୟା ଭଟ୍ଟ ଓ ବିକ୍କୀ ମଧ୍ୟ ଡାନ୍ସ କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । 'ଫାଷ୍ଟ କ୍ଲାସ' ଏକ ଡାନ୍ସ ନମ୍ବର ଗୀତ । ଯେଉଁଥିରେ ବରୁଣ ଓ କିୟାର ଆଡୱାନୀ ଏକାଠି ଡାନ୍ସ କରିଥିଲେ । ଡାନ୍ସଟିକୁ କୋଓରିଗ୍ରାଫ ଫେମସ ଡାନ୍ସର ଏବଂ ଫିଲ୍ମ ନିର୍ଦ୍ଦେଶକ ରେମୋ ଡିସୁଜା କରିଥିଲେ । ସେହିପରି ଗୀତଟିକୁ ଅରିଜିତ ସିଂହ ଏବଂ ନିତି ମୋହନ ଗାଇଥିବାବେଳେ ପ୍ରୀତମ କମ୍ପୋଜ କରିଛନ୍ତି । ଏହାର ଲିରିକ୍ସ ଅମିତାଭ ଭଟ୍ଟାଚାର୍ଯ୍ୟ ଲେଖିଛନ୍ତି ।
- " class="align-text-top noRightClick twitterSection" data="
">
ଯଦି 'କଲଙ୍କ' ଫିଲ୍ମ ବିଷୟରେ କଥା ହେବା ତେବେ ଫିଲ୍ମରେ ମୁଖ୍ୟ ଭୂମିକାରେ ଆଲିୟା ଭଟ୍ଟ, ଆଦିତ୍ୟ ରାୟ କପୁର, ସୋନାକ୍ଷୀ ସିହ୍ନା, ସଞ୍ଜୟ ଦତ୍ତ, ମାଧୁରୀ ଦୀକ୍ଷିତ ନଜର ଆସିବେ । ଫିଲ୍ମ 1945 ବ୍ୟାକଡ୍ରପ ଉପରେ ଆଧାରିତ । ଏପ୍ରିଲ 19ରେ ଫିଲ୍ମଟି ରିଲିଜ ହେବ ।