ମୁମ୍ବାଇ: ସୁନ୍ଦରୀ ଅଭିନେତ୍ରୀ ଉର୍ବଶୀ ରୌତେଲା ଫିଲ୍ମଠୁ ଅଧିକ ସୋସିଆଲ ମିଡିଆରେ ଫେମସ । ସେ ସବୁବେଳେ ଇନଷ୍ଟାଗ୍ରାମ, ଟ୍ବିଟରରେ ଆକ୍ଟିଭ ନଜର ଆସନ୍ତି । ସେ ପ୍ରାୟତଃ ଫ୍ୟାନ୍ସଙ୍କ ପାଇଁ ନିଜ ହଟ ଫଟୋ, ୱାର୍କଆଉଟ ଭିଡିଓ ସେୟାର କରନ୍ତି । ହେଲେ ଇତିମଧ୍ୟରେ ସେ ଏମିତି କିଛି ଫଟୋ ସେୟାର କରିଛନ୍ତି ଯାହାକୁ ଦେଖି ଡରିଯାଇଛନ୍ତି ତାଙ୍କ ଫ୍ୟାନ୍ସ ।
ଆଜ୍ଞା ହଁ, ଉର୍ବଶୀ ଇନଷ୍ଟାଗ୍ରାମରେ କିଛି ଫଟୋ ସେୟାର କରିଛନ୍ତି । ସବୁବେଳେ ତାଙ୍କ ଲୁକ୍ସ ଉପରେ ଫିଦା ହେଉଥିବା ଫ୍ୟାନ୍ସ ତାଙ୍କ ଫଟୋ ଦେଖି ଟିକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଫଟୋରେ ଉର୍ବଶୀ ଏକଦମ ଭିନ୍ନ ଅନ୍ଦାଜରେ ନଜର ଆସୁଛନ୍ତି । କାରଣ ସେ ଫିଲ୍ମ ‘ଭୁଲ ଭୁଲୈୟା’ର ମଞ୍ଜୋଲିକା ସାଜିଛନ୍ତି । ଫିଲ୍ମରେ ମଞ୍ଜୋଲିକା ଅବତାରେ ଅଭିନୟ କରି ଦର୍ଶକଙ୍କୁ ଖୁବ୍ ଡରାଇଥିଲେ ଫେମସ ଅଭିନେତ୍ରୀ ବିଦ୍ୟା ବାଲନ । ଆପଣ ମଧ୍ୟ ଦେଖନ୍ତୁ ଉର୍ବଶୀଙ୍କ ଏହି ଭୟାନକ ଫଟୋ...
- " class="align-text-top noRightClick twitterSection" data="
">
ଫଟୋରେ ଫ୍ୟାନ୍ସଙ୍କ ଜବରଦସ୍ତ କମେଣ୍ଟ ଦେଖିବାକୁ ମିଳୁଛି । ପ୍ରକାଶ ଥାଉକି ଗତ ବର୍ଷ ରିଲିଜ ହୋଇଥିବା ମଲ୍ଟି ଷ୍ଟାରର ଫିଲ୍ମ ‘ପାଗଲପନ୍ତୀ’ରେ ନଜର ଆସିଥିଲେ ଉର୍ବଶୀ । ଏହି କମେଡି ଡ୍ରାମା ଫିଲ୍ମକୁ ଦର୍ଶକ ଓ କ୍ରିଟିକ୍ସଙ୍କ ମିଶ୍ରିତ ପ୍ରତିକ୍ରିୟା ମିଳିଥିଲା ।