ହାଇଦ୍ରାବାଦ: ଅକ୍ଷୟ କୁମାର ଏବଂ ଟ୍ୱିଙ୍କଲ ଖାନ୍ନାଙ୍କ ବିବାହକୁ ପୂରିଲାଣି 21 ବର୍ଷ। ଆଜି ବି ଦୁହେଁ ଦୁହିଁଙ୍କ ପ୍ରେମରେ ପାଗଳ। ଉଭୟ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ପରସ୍ପରର ଫଟୋ ସେୟାର କରନ୍ତି । ଯଦିଓ ଫଟୋରେ ଭଲପାଇବା କମ୍, ମଜାଳିଆ ପୋଷ୍ଟ ଅଧିକ ବୋଲି ପ୍ରଶଂସକମାନେ ଦେଖିବାକୁ ପାଇଥାନ୍ତି । କେବଳ ବାସ୍ତବ ଜୀବନରେ ନୁହେଁ ସୋସିଆଲ ମିଡିଆରେ ମଧ୍ୟ ଦୁହେଁ ପରସ୍ପରର ମଜା ଉଡାଇବାରେ ବ୍ୟସ୍ତ ଥାନ୍ତି ।
- " class="align-text-top noRightClick twitterSection" data="
">
ନିକଟରେ ଟ୍ୱିଙ୍କଲ ଖାନ୍ନା ତାଙ୍କ ଇନଷ୍ଟା ଷ୍ଟୋରୀରେ ସ୍ୱାମୀ ଅକ୍ଷୟ କୁମାରଙ୍କ ଫଟୋ ସେୟାର କରିଛନ୍ତି ଏବଂ ତାଙ୍କୁ ନିଜର ମାଲ୍ ବୋଲି କହିଛନ୍ତି। ଇନଷ୍ଟା ଷ୍ଟୋରୀରେ ଅକ୍ଷୟ କୁମାରଙ୍କ ଫଟୋ ସେୟାର କରି ଟ୍ୱିଙ୍କଲ ଖାନ୍ନା ଲେଖିଛନ୍ତି, 'ଅପନା ମାଲ - ତାଙ୍କ ବୟସ ମଧ୍ୟ ହ୍ବିସ୍କି ପରି ବଢୁଛି। କଣ ଆପଣ ମଧ୍ୟ ଏହିଭଳି ଭାବୁଛନ୍ତି କି ?
ଏହି ଫଟୋରେ ଅକ୍ଷୟ ହାଲୁକା ନୀଳ ରଙ୍ଗର ସାର୍ଟ ଏବଂ ଧଳା ପ୍ୟାଣ୍ଟ ପିନ୍ଧିଛନ୍ତି। ଏହି ଫଟୋଟି ତାଙ୍କ ଛୁଟିଦିନର ହୋଇଥିବା ଜଣାପଡିଛି । ଟ୍ୱିଙ୍କଲ ଖାନ୍ନା ଏବଂ ଅକ୍ଷୟ କୁମାର ବଲିଉଡର ଅନ୍ୟତମ ଲୋକପ୍ରିୟ ଏବଂ ପାଓ୍ବାର କପଲ୍। ପ୍ରଶଂସକମାନେ ଉଭୟଙ୍କ ଯୋଡିକୁ ବହୁତ ପସନ୍ଦ କରନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ