ETV Bharat / sitara

ହ୍ରିତିକଙ୍କ ପ୍ରଶଂସାରେ ଟ୍ବିଙ୍କଲ, ଜାଣନ୍ତୁ କାରଣ... - ହ୍ରିତିକଙ୍କ ପ୍ରଶଂସାରେ ଟ୍ବିଙ୍କଲ

ଏବେ ସୋସିଆଲ ମିଡିଆରେ ଟ୍ବିଙ୍କଲ ଖାନ୍ନା ହ୍ରିତିକ ରୋଶନଙ୍କୁ ପ୍ରଶଂସା କରିଛନ୍ତି । ଏଥିସହିତ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ଯେ ତାଙ୍କ ଆଖପାଖର ଲୋକଙ୍କୁ ସାହାଯ୍ୟ କରନ୍ତୁ । ଅଧିକ ପଢନ୍ତୁ...

Twinkle Khanna gives a big shout-out to neighbour Hrithik Roshan. Read why
ହ୍ରିତିକଙ୍କ ପ୍ରଶଂସାରେ ଟ୍ବିଙ୍କଲ, ଜାଣନ୍ତୁ କାରଣ...
author img

By

Published : May 12, 2021, 6:16 PM IST

ହାଇଦ୍ରାବାଦ: ଏବେ ଲେଖିକା ତଥା ନିର୍ମାତା ଟ୍ବିଙ୍କଲ ଖାନ୍ନା ସୋସିଆଲ ମିଡିଆରେ ଅଭିନେତା ହ୍ରିତିକ ରୋଶନଙ୍କୁ ପ୍ରଶଂସା କରିଛନ୍ତି ।

କୋଭିଡ -19ର ମହାମାରୀ ସମୟରେ ବଲିଉଡର ବହୁ ସେଲିବ୍ରିଟିମାନେ ଭିନ୍ନ ଭିନ୍ନ ଉପାୟରେ ଅସହାୟ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସୁଛନ୍ତି । ଏହି ସଙ୍କଟ ସମୟରେ ହ୍ରିତିକ ମଧ୍ୟ ଅଭାବୀ ଲୋକଙ୍କୁ ସାହାଯ୍ୟ କରୁଛନ୍ତି ।

ଯାହାକୁ ନେଇ ଟ୍ବିଙ୍କଲ ଇନଷ୍ଟାଗ୍ରାମରେ ହ୍ରିତିକଙ୍କ ଏକ ଫଟୋ ସେୟାର କରିଛନ୍ତି ଏବଂ ମହାମାରୀରେ ଅଭିନେତା କିପରି ସାହାଯ୍ୟ କରୁଛନ୍ତି ତାହା କହିଛନ୍ତି ।

ଫଟୋ ସହିତ କ୍ୟାପସନରେ ଟ୍ବିଙ୍କଲ ଲେଖିଛନ୍ତି, 'ପଡ଼ୋଶୀଙ୍କୁ ସାହାଯ୍ୟ କର, ମୋର ପଡ଼ୋଶୀ ଏହି ସଙ୍କଟ ସମୟରେ ତାଙ୍କ କାମ କରୁଛନ୍ତି । ହ୍ରିତିକ ରୋଶନଙ୍କ ପାଇଁ କରତାଳି ' ।

ତେବେ ସଙ୍କଟ ସମୟରେ ହ୍ରିତିକ କିପରି ଏବଂ କ’ଣ ସାହାଯ୍ୟ କରୁଛନ୍ତି ବୋଲି ଟ୍ବିଙ୍କଲ ପ୍ରକାଶ କରି ନାହାଁନ୍ତି । ଏଥିରୁ ଜଣାପଡୁଛି ଅଭିନେତା ଯେଉଁ ପରୋପକାରୀ ସେବା କରୁଛନ୍ତି ତାହାକୁ ଲୋକଲୋଚନକୁ ଆଣିବାକୁ ଚାହୁଁନାହାଁନ୍ତି ।

ପ୍ରକାଶ ଥାଉ ଯେ, କିଛି ଦିନ ପୂର୍ବରୁ ଟ୍ବିଙ୍କଲ ତାଙ୍କ ସ୍ବାମୀ ଅର୍ଥାତ୍ ବଲିଉଡର ସୁପରଷ୍ଟାର ଅକ୍ଷୟ କୁମାରଙ୍କ ସହ ମିଶି କୋଭିଡ -19 ମହାମାରୀ ବିରୋଧରେ ଲଢୁଥିବା ଲୋକଙ୍କ ପାଇଁ 100 ଅକ୍ସିଜେନ୍ କନ୍ସଣ୍ଟ୍ରେଟର ( oxygen concentrators) ଦାନ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.