ETV Bharat / sitara

ବିଗବସ ହାଉସରେ ପରିବାରବାଦ ପ୍ରସଙ୍ଗ, ରାହୁଲଙ୍କ କ୍ଲାସ ନେଲେ ସଲମାନ

ଭାଇରାଲ ହେଲା ବିଗବସ 14ର ‘ୱିକେଣ୍ଡ କା ୱାର’ ପ୍ରୋମୋ ଭିଡିଓ । ଶନିବାର ରାତିରେ ହେବ ପ୍ରସାରିତ । ପ୍ରତିଯୋଗୀଙ୍କ କଡା କ୍ଲାସ ନେବେ ହୋଷ୍ଟ ସଲମାନ।

author img

By

Published : Oct 31, 2020, 5:39 PM IST

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ସଲମାନ ଖାନଙ୍କ ପପୁଲାର ରିୟାଲିଟି ଶୋ ‘ବିଗବସ 14’ର ଏହି ସପ୍ତାହରେ ସବୁ ପ୍ରତିଯୋଗୀଙ୍କ ମଧ୍ୟ ହଙ୍ଗମା ଦେଖିବାକୁ ମିଳିଛି । ଶୋରେ ଅନେକ ପ୍ରତିଯୋଗୀ ପରସ୍ପରକୁ ବ୍ୟକ୍ତିଗତ ସମସ୍ୟା ପାଇଁ ମଧ୍ୟ ଟାର୍ଗେଟ କରୁଥିବାର ନଜର ଆସିଛନ୍ତି । ଖାଲି ଏତିକି ନୁହେଁ ପ୍ରଥମଥର ବିଗବସରେ ପରିବାରବାଦ, ଫେଭରେଟିଜ୍ମ ଭଳି ଅଭିଯୋଗ ମଧ୍ୟ ଲାଗିଛି ।

ସଲମାନ ମଧ୍ୟ ଏପରି ପ୍ରସଙ୍ଗ ଉଠାଇଥିବା ପ୍ରତିଯୋଗୀଙ୍କ କଡା କ୍ଲାସ ‘ୱିକେଣ୍ଡ କା ୱାର’ ଏପିସୋଡରେ ଲଗାଇଛନ୍ତି । ଯାହାର ଝଲକ ଏକ ପ୍ରୋମୋ ଭିଡିଓରେ ଦେଖିବାକୁ ମିଳୁଛି ।

ଯେଉଁଥିରେ ସଲମାନ ପ୍ରତିଯୋଗୀ ରାହୁଲ ବୈଦ୍ୟ ଓ ଜାସ୍ମିନ ଭସୀନଙ୍କୁ ଖୁବ୍ କଡା କଥା ଶୁଣାଇଛନ୍ତି । ରାହୁଲ ଏହି ସପ୍ତାହରେ ପ୍ରତିଯୋଗୀ ତଥା ଗାୟକ ଜାନ କୁମାର ସାନୁଙ୍କ ଉପରେ ପରିବାରବାଦ ଅଭିଯୋଗ ଲଗାଇଥିଲେ । ତାଙ୍କ ଏହି କଥାରେ ସଲମାନ ରାଗିଛନ୍ତି ।

ଶନିବାର ପ୍ରସାରିତ ହେବାକୁ ଯାଉଥିବା ‘ୱିକେଣ୍ଡ କା ୱାର’ର ପ୍ରୋମୋ ଭିଡିଓରେ ଦେଖିବାକୁ ମିଳୁଛି ରାହୁଲଙ୍କୁ ସଲମାନ କହୁଛନ୍ତି, ‘ବିଗବସ ହାଉସର ପରିବାରବାଦ କଥା ରାହୁଲ ଆପଣ ଉଠାଇଲେ । ଯଦି ମୋ ବାପା ମୋ ପାଇଁ କିଛି କରୁଛନ୍ତି ତାହାଲେ କଣ ଭୁଲ । ଏହା କଣ ପରିବାରବାଦ ।’ ରାହୁଲଙ୍କ ବ୍ୟତୀତ ଜାସ୍ମିନ ଓ ରୁବିନାଙ୍କୁ ମଧ୍ୟ ସଲମାନ ଶୁଣeଇଛନ୍ତି ଅନେକ କଥା । ଦେଖନ୍ତୁ ଭିଡିଓ...

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.