ମୁମ୍ବାଇ: ନିକଟରେ ସବୁବେଳେ ସମସ୍ତଙ୍କୁ ଟାର୍ଗେଟ କରୁଥିବା କଙ୍ଗନା ରଣାୱତଙ୍କୁ ଟିଭି ଅଭିନେତ୍ରୀ କିଶ୍ବର ମର୍ଚାଣ୍ଟ ଟାର୍ଗେଟ କରିଥିଲେ । ମାସ୍କ ନପିନ୍ଧିବା କଥା ଉପରେ ସେ ପ୍ରତିକ୍ରିୟା ରଖିଥିଲେ । ଯାହାକୁ ନେଇ ତାଙ୍କ ଟ୍ରୋଲ ହେବାକୁ ମଧ୍ୟ ପଡିଥିଲା । ହେଲେ ଏଥର ସମାନ ପ୍ରଶ୍ନ ପଚାରି ସେ ପୁଣି ଚର୍ଚ୍ଚାରେ । ଏହାସହ ସେ କଙ୍ଗନାଙ୍କୁ ଫ୍ୟାନ୍ସଙ୍କୁ ମଧ୍ୟ କଡା ଜବାବ ଦେଇଛନ୍ତି ।
- " class="align-text-top noRightClick twitterSection" data="
">
କଥାଟି ହେଲା ଯେ ମଙ୍ଗଳବାର ମୁମ୍ବାଇର ଏକ ଡବିଂ ଷ୍ଟୁଡିଓରେ ନଜର ଆସିଥିଲେ କଙ୍ଗନା । ବିନା ମାସ୍କରେ ସେ ମିଡିଆ କ୍ୟାମେରାରେ କଏଦ ହୋଇଥିଲା । ଯାହାକୁ ଆଧାର କରି କିଶ୍ବର ପ୍ରଶ୍ନ କରିଥିଲେ, ‘ତୁମ ମାସ୍କ କେଉଁଠାରେ ।’ସେପଟେ ତାଙ୍କ ଏହି ପ୍ରଶ୍ନକୁ ଆଧାର କରି କଙ୍ଗନାଙ୍କ ଫ୍ୟାନ୍ସ ପୁଣି ତାଙ୍କୁ ସୋସିଆଲ ମିଡିଆରେ ଗାଳିଗୁଲଜ କରିବା ଆରମ୍ଭ କରିଦେଇଛନ୍ତି । ହେଲେ ସେ ମଧ୍ୟ କେଉଁ ଛାଡିବା ଝିଅ । ସେ ନିଜର ଏକ ଭିଡିଓ ସେୟାର କରି ଶୁଣାଇଛନ୍ତି ଅନେକ କଟୁ କଥା । ବର୍ତ୍ତମାନ ଭାଇରାଲ ହେଉଛି ତାଙ୍କ ଏହି ଭିଡିଓ ।
ଯେଉଁଥିରେ ସେ ଟ୍ରୋଲ କରୁଥିବା କଙ୍ଗନାଙ୍କ ଫ୍ୟାନ୍ସଙ୍କୁ ଏହା କହୁଥିବାର ନଜର ଆସୁଛନ୍ତି, ‘ଆରେ କଙ୍ଗନାଙ୍କୁ ପ୍ରଶ୍ନ ପଚାରିଲି ମାସ୍କ କାହିଁକି ପିନ୍ଧିନ । ଯାହାପରେ ତାଙ୍କ ଫ୍ୟାନ୍ସ ମତେ କହୁଛନ୍ତି ସେ ଚାରିଥର ଜାତୀୟ ପୁରସ୍କାର ଜିତିଲେଣି । ତୁମେ ଥରେ ଜିତିକି ଦେଖାଅ । ହେଲେ ଏଠାରେ କଥା ପଡିନି ଭଲ ଅଭିନେତ୍ରୀଙ୍କ ବିଷୟରେ, ସମସ୍ତଙ୍କୁ ଜଣା ଅଛି ସେ ଜଣେ ଦକ୍ଷ ଅଭିନେତ୍ରୀ । ହେଲେ ତାଙ୍କ ମାସ୍କ କାଇଁ । ମୋର ସମାଲୋଚନା କରୁଛି ଠିକ୍ ଅଛି । ମୁଁ ବିଗ ବସରେ ଖରାପ ବ୍ୟବହାର କରିଥିଲି । ଯାହା 6 ବର୍ଷ ପୁରୁଣା କଥା । ହେଲେ 6 ଘଣ୍ଟା ପୂର୍ବରୁ ସେ ମାସ୍କ ପିନ୍ଧିନଥିଲେ । ମୁଁ କଙ୍ଗନାଙ୍କୁ ଗାଳି କରୁନାହିଁ, ତୁମେମାନେ ମତେ ଗାଳିଗୁଲଜ କରୁଛୁ କେବଳ ମାସ୍କ କଥା ପଚାରିବାରୁ ।’