ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରଣାୱତ ତାଙ୍କର ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରୁହନ୍ତି । କେତେବେଳେ ସେ ତାଙ୍କର କିଛି ପୋଷ୍ଟ ପାଇଁ ସମାଲୋଚନାକୁ ଆସନ୍ତି ତ ଆଉ କେତେବେଳେ ସେ ନିଜ ପ୍ରତିକ୍ରିୟା ପାଇଁ ଟ୍ରୋଲର୍ସଙ୍କ ଟାର୍ଗେଟରେ ରୁହନ୍ତି। ହେଲେ ଏଥର କଙ୍ଗନା ଆଉ ଜଣେ ଅଭିନେତ୍ରୀଙ୍କ ଟାର୍ଗେଟର ଶିକାର ହୋଇଛନ୍ତି । ଆଜ୍ଞା ହଁ, ଟିଭି ଅଭିନେତ୍ରୀ କିଶ୍ବର ମର୍ଚାଣ୍ଟ ତାଙ୍କୁ ନେଇ ପଚାରିଛନ୍ତି ପ୍ରଶ୍ନ।
କଥାଟି ହେଲା ଯେ ନିକଟରେ କଙ୍ଗନାଙ୍କୁ ଏୟାରପୋର୍ଟରେ ଦେଖିବାକୁ ମିଳିଥିଲା । ଯାହା ପରଠୁ ସେ ଟ୍ରୋଲିଂର ଶିକାର ହୋଇଆସୁଛନ୍ତି । ଯାହାକୁ ଆଧାର କରି କିଶ୍ବର କହିଛନ୍ତି, ‘କଣ କଙ୍ଗନାଙ୍କ ଉପରେ କୋଭିଡର କଡା ନିୟମ ଲାଗୁ ହେଉନାହିଁ ।’ କାରଣ ଭାଇରାଲ ହେଉଥିବା ଭିଡିଓରେ କଙ୍ଗନା ମାସ୍କ ପିନ୍ଧିନଥିଲେ । ଆଉ ମିଡିଆ କ୍ୟାମେରାକୁ ଦେଖି ଭିନ୍ନ ଭିନ୍ନ ପୋଜ ଦେଇଥିଲେ । ଯାହା କିଶ୍ବରଙ୍କୁ ଆଦୌ ପସନ୍ଦ ଆସିନାହିଁ ।
ସେ କ୍ରୋଧିତ ହୋଇ ପଚାରିଛନ୍ତି, ‘ଏହି ମହିଳା କାହିଁକି ମାସ୍କ ପିନ୍ଧନ୍ତି ନାହିଁ ଏବଂ ବିନା ମାସ୍କରେ ସବୁଆଡେ ବୁଲୁଥିବାର ଦେଖାଯାଆନ୍ତି । ତାଙ୍କ ଉପରେ କଣ ନିୟମ ଲାଗୁ ହେଉନାହିଁ ।’