ମୁମ୍ବାଇ: ଛୋଟ ପରଦାର ରିୟାଲିଟି ଶୋ ‘ବିଗବସ 14’ର ପ୍ରଥମ ‘ୱିକେଣ୍ଡ କା ୱାର’ ମଜାମସ୍ତିରେ କଟିଛି। ଶୋରେ ସୁପରଷ୍ଟାର ସଲମାନ ଖାନ ଶାନଦାର ଅନ୍ଦାଜରେ ପ୍ରତିଯୋଗୀଙ୍କ କ୍ଲାସ ନେଇଥିଲେ । ଅନେକ ଗେମ୍ସ ଖେଳା ଯିବା ସହ ଟାକ୍ସ ମଧ୍ୟ କରାଯାଇଥିଲା । ଶୋର ପ୍ରଥମ କନଫର୍ମ ପ୍ରତିଯୋଗୀ ସାଜିଲେ ନିକ୍କି ତାମ୍ବୋଲି । ଏହି ସବୁ ମଧ୍ୟରେ ସବୁଠାରୁ ଚର୍ଚ୍ଚାରେ ରହିଲା ସଲମାନଙ୍କ ବିବାହ କଥା । ତେବେ ଆସନ୍ତୁ ଜାଣିବା ପୁରା ଘଟଣା...
କଥାଟି ହେଲା ଯେ ଗତ ଏପିସୋଡରେ ପ୍ରତିଯୋଗୀଙ୍କୁ ସଲମାନ କହିଥିଲେ ‘ବିଗବସ 13’ର ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କ ବିବାହ ଶୀଘ୍ର ହେବାକୁ ଯାଉଛି । ଯାହାପରେ ତୁଫାନି ସିନିୟର ରୂପେ ଶୋରେ ନଜର ଆସୁଥିବା ହିନା ଖାନ ସଲମାନଙ୍କ ବିବାହ କଥା ପଚାରିଦେଇଥିଲେ । ଏହାପରେ ଆଉ କଣ ଥିଲା ।
ସଲମାନ ସଙ୍ଗେ ସଙ୍ଗେ ଜବାବରେ କହିଥିଲେ, ‘ମୁଁ ବିବାହ କରିବିନି । ମୋ ବିବାହ ବୟସ ଗଡିଗଲାଣି । ମୋତେ ବିବାହ କରିବାର ନାହିଁ । ଏଥିରେ ଆପଣଙ୍କୁ କୌଣସି ସମସ୍ୟା ହେଉଛି । ବିବାହ କଥା ଆସିବା ମାତ୍ରେ ମୋତେ କାହିଁକି ପ୍ରଶ୍ନ କରୁଛନ୍ତି ମୁଁ ବୁଝିପାରୁନାହିଁ ।’ ସଲମାନଙ୍କ ଏହି ଜବାବରେ ସମସ୍ତେ ଖୁବ୍ ହସିଥିଲେ ।