ETV Bharat / sitara

ମାସକ ପରେ ମନେପଡିଲେ ସୁଶାନ୍ତ, ଅଙ୍କିତା କହିଲେ ‘ଭଗବାନଙ୍କ ସନ୍ତାନ’

ପୁଣି ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚାରେ ଟେଲି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ। ସାଈବାବାଙ୍କ ଫଟୋ ସେୟାର କରି ସୁଶାନ୍ତଙ୍କ ପାଇଁ ଲେଖିଲେ ଖାସ୍ କଥା...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅଙ୍କିତା ଲୋଖଣ୍ଡେ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅଙ୍କିତା ଲୋଖଣ୍ଡେ
author img

By

Published : Jul 14, 2020, 3:36 PM IST

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ଗୋଟିଏ ମାସ ବିତିଗଲାଣି । ଅଭିନେତାଙ୍କ ମୃତ୍ୟୁରେ ତାଙ୍କ ପରିବାର ସଦସ୍ୟ ଭାଙ୍ଗିପଡିଛନ୍ତି । ଏଯାବତ ପୁଅର ମୃତ୍ୟୁକୁ ବିଶ୍ବାସ କରିପାରୁନାହାଁନ୍ତି ପିତା କେକେ ସିଂ । ସେହିପରି ତାଙ୍କ ମୃତ୍ୟୁର ଝଟକା ତାଙ୍କ ଫ୍ୟାନ୍ସ, ସହ ସେଲିବ୍ରିଟିଙ୍କୁ ମଧ୍ୟ ଲାଗିଛି । ସେପଟେ ତାଙ୍କ ଏକ୍ସଗାର୍ଲଫ୍ରେଣ୍ଡ ତଥା ଟେଲି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ତାଙ୍କ ପାଇଁ ସୋସିଆଲ ମିଡିଆରେ ଏକ ପୋଷ୍ଟ ଲେଖିଛନ୍ତି । ସୁଶାନ୍ତଙ୍କ ନିଧନର ଗୋଟିଏ ମାସ ପରେ ଅଙ୍କିତା ତାଙ୍କୁ ଭଗବାନଙ୍କ ସନ୍ତାନ କହି ଚର୍ଚ୍ଚାରେ।

ସାଈବାବାଙ୍କ ପାଖରେ ଦୀପ ଜାଳୁଥିବାର ଏକ ଫଟୋ ସେୟାର କରି ସେ ଲେଖିଛନ୍ତି, ‘ଭଗବାନଙ୍କ ସନ୍ତାନ।’

ପ୍ରକାଶ ଥାଉକି ଜୁନ 14 ତାରିଖରେ ସୁଶାନ୍ତ ନିଜ ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ଏଯାବତ ତାଙ୍କ ମୃତ୍ୟୁରେ କ୍ରୋଧିତ ଥିବା ଫ୍ୟାନ୍ସ ବଲିଉଡ ଉପରେ ପରିବାରବାଦ, ଗୋଷ୍ଠୀବାଦ ଓ ମାଫିଆଗିରିର ଅଭିଯୋଗ ଲଗାଇବାରେ ଲାଗିଛନ୍ତି। ସେହିପରି କିଛି ସେଲିବ୍ରିଟି ମଧ୍ୟ ତାଙ୍କ ମୃତ୍ୟୁ କେସରେ ସିବିଆଇ ଯାଞ୍ଚ ଦାବି ମଧ୍ୟ କରିସାରିଲେଣି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.