ETV Bharat / sitara

ଜଣେ ଟ୍ବିଟର ୟୁଜରଙ୍କୁ ସାହାଯ୍ୟ କଲେ ସିଦ୍ଧାର୍ଥ - ଫ୍ୟାନଙ୍କ ପିତାଙ୍କୁ ହସ୍ପିଟାଲରେ ବେଡ ଯୋଗାଇ ଦେଲେ ସିଦ୍ଧାର୍ଥ

ଫ୍ୟାନଙ୍କ ପିତାଙ୍କୁ ହସ୍ପିଟାଲରେ ବେଡ ଯୋଗାଇ ଦେଲେ ସିଦ୍ଧାର୍ଥ । ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା । ସୋସିଆଲ ମିଡିଆରେ ଫ୍ୟାନ ମାଗିଥିଲେ ସାହାଯ୍ୟ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସିଦ୍ଧାର୍ଥ ଶୁକ୍ଲା

author img

By

Published : Aug 20, 2020, 4:40 PM IST

ମୁମ୍ବାଇ: ‘ବିଗ ବସ 13’ ବିଜେତା ତଥା ଟିଭିର ଫେମସ ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କୁ ନେଇ ନୂଆ ଚର୍ଚ୍ଚା । ସବୁବେଳେ ନିଜ ବିନ୍ଦାସ ଅନ୍ଦାଜରେ ଫ୍ୟାନ୍ସଙ୍କ ମନ କିଣୁଥିବା ସିଦ୍ଧାର୍ଥ ଏକ ଶାନଦାର କାର୍ଯ୍ୟ କରି ପୁଣି ସମସ୍ତଙ୍କୁ ଦିୱାନା କରିଦେଇଛନ୍ତି । ସେ ଜଣେ ଟ୍ବିଟର ୟୁଜରଙ୍କୁ ସାହାଯ୍ୟ କରି ଚର୍ଚ୍ଚାରେ ।

କଥାଟି ହେଲା ଯେ ଜଣେ ୟୁଜର ସିଦ୍ଧାର୍ଥଙ୍କୁ ନିଜ କୋରୋନା ସଂକ୍ରମିତ ପିତାଙ୍କ ପାଇଁ ହସ୍ପିଟାଲରେ ବେଡ ଆରେଞ୍ଜ କରିବା ପାଇଁ ସାହାଯ୍ୟ ମାଗିଥିଲେ । ମେସେଜ ବିଳମ୍ବରେ ଦେଖିବା ସତ୍ତ୍ବେ ସିଦ୍ଧାର୍ଥ ୟୁଜରଙ୍କ ପିତାଙ୍କ ପାଇଁ ହସ୍ପିଟାଲରେ ବେଡ ଆରେଞ୍ଜ କରିଥିଲେ ।

ପ୍ରକାଶ ଥାଉକି ୟୁଜର ଟ୍ବିଟ କରି ଲେଖିଥିଲେ, ‘ଡିୟର ସିଦ୍ଧାର୍ଥ ମତେ ଆପଣଙ୍କ ସାହାଯ୍ୟର ଆବଶ୍ୟକ ଅଛି । ମୋ ପିତା କୋରୋନା ଟେଷ୍ଟ ପଜିଟିଭ ବାହାରିଛନ୍ତି । ତାଙ୍କୁ ଅନ୍ଧେରୀ ବିଏମସି ହସ୍ପିଟାଲକୁ ପଠାଯାଇଛି । ହେଲେ ସେଠାରେ ବେଡ ସମସ୍ୟା ଦେଖିବାକୁ ମିଳୁଛି । ଯଦି ଆପଣ ସେଠାରେ କାହାକୁ ଜାଣିଛନ୍ତି ତେବେ ଆମକୁ ସାହାଯ୍ୟ କରନ୍ତୁ ।’

  • Dear @sidharth_shukla i need your help my dad has been tested positive for covid & he has been shifted to brahmakumaris hospital of andheri but their is a bed problem their can you in any way help if you know someone from the hospital please 🙏@Sid_ShuklaFC@Siddians@aashiiixo

    — sakshi. (@sawadekhe) August 19, 2020 " class="align-text-top noRightClick twitterSection" data=" ">

ଏହାର ଜବାବ ଦେଇ ସେହିପରି ସିଦ୍ଧାର୍ଥ ଲେଖିଥିଲେ, ‘ସରି ଏବେ ଆପଣଙ୍କ ଟ୍ବିଟ ଦେଖିଲି । କଣ ଆପଣଙ୍କ ପିତା ଠିକ୍ ଅଛନ୍ତି । ପ୍ଲିଜ ମତେ 5 ମିନିଟ୍ ସମୟ ଦିଅ । ମୁଁ ଦେଖୁଛି କଣ କରିପାରିବି । ମତେ ଜଣାନ୍ତୁ ଏବେ ତାଙ୍କ ବେଡର ଆବଶ୍ୟକ ଅଛି କି । ମୁଁ ଆପଣଙ୍କ ସହ କିପରି ସମ୍ପର୍କ କରିବି ଦୟା କରି କୁହନ୍ତୁ ।’ ଏହାବ୍ୟତୀତ ଦ୍ବିତୀୟ ଟ୍ବିଟରେ ସିଦ୍ଧାର୍ଥ ଲେଖିଥିଲେ ଯେ ହସ୍ପିଟାଲରେ ବେଡ ଆରେଞ୍ଜ ହୋଇସାରିଛି ।

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.