ମୁମ୍ବାଇ: ସ୍ବର୍ଗୀୟ ଶ୍ରୀଦେବୀଙ୍କ ସହ 'ଇଂଲିଶ-ଭିଂଗିଲଶ'ରେ କାମ କରିସାରିଥିବା ଅଭିନେତ୍ରୀ ପ୍ରିୟା ଆନନ୍ଦଙ୍କୁ ନେଇ ଜଣେ ଟ୍ରୋଲର ଖରାପ କମେଣ୍ଟ କରିଛନ୍ତି । ଏହାପରେ ପ୍ରିୟା ତାଙ୍କୁ କଡା ଜବାବ ଦେବାରୁ ସେ କ୍ଷମା ମଧ୍ୟ ମାଗିନେଇଛନ୍ତି ।
ଜଣେ ଟ୍ରୋଲର କମେଣ୍ଟରେ ପ୍ରିୟାଙ୍କ ଉପରେ ଶ୍ରୀଦେବୀଙ୍କ ମୃତ୍ୟୁର ଅଭିଯୋଗ ଆଣିଛନ୍ତି । କଥାଟି ହେଲା କି ଜଣେ ଟ୍ବିଟର ୟୁଜର ଟ୍ବିଟ କରିଥିଲେ ଯେ ପ୍ରିୟାଙ୍କ ସହ କାମ କରିବା ପରେ ଶ୍ରୀଦେବୀ ଓ ଜେକେ ରିତେଶଙ୍କ ମୃତ୍ୟୁ ଘଟିଥିଲା । ସେ ଲେଖିଥିଲେ, "ଶ୍ରୀଦେବୀ, ପ୍ରିୟାଙ୍କ ସହ ଇଂଲିଶ-ଭିଂଗିଲଶରେ କାମ କରିଥିଲେ । ଏବେ ଶ୍ରୀଦେବୀ ନାହାଁନ୍ତି । ଜେକେ ରିତେଶ, ପ୍ରିୟାଙ୍କ ସହ ଏଲକେଜୀ ଫିଲ୍ମରେ କାମ କରିଥିଲେ । ଜେକେଙ୍କର ମଧ୍ୟ ନିଧନ ହୋଇସାରିଛି । କ’ଣ ପ୍ରିୟା କୋ-ଷ୍ଟାର୍ସଙ୍କ ପାଇଁ ବ୍ୟାଡଲକ?"
ଏହାପରେ ପ୍ରିୟା ସେହି ୟୁଜରଙ୍କୁ କଡା ଜବାବ ଦେଇ ଲେଖିଥିଲେ, "ସାଧାରଣତଃ ରୂପେ ଆପଣଙ୍କ ଭଳି ଲୋକଙ୍କୁ ଜବାବ ଦିଏନାହିଁ । କିନ୍ତୁ କେବେଳ ଏତିକି କହିବାକୁ ଚାହୁଁଛି ଆପଣ ଯାହା କହିଛନ୍ତି ତାହା ବହୁତ ଇନସେନ୍ସିଟିଭ କଥା । ବୁଝିପାରୁଛି ଯେ ସୋସିଆଲ ମିଡିଆରେ ମୂର୍ଖାମି କରିବାକୁ ବାହାରିବା ବହୁତ ସହଜ କଥା । କିନ୍ତୁ ଆପଣ ସବୁ ସୀମା ପାର କରିଦେଇଛନ୍ତି ।"
ପ୍ରିୟାଙ୍କ ଏପରି ଜବାବ ଶୁଣିବା ପରେ ସେହି ୟୁଜର ନିଜ ଭୁଲ ପାଇଁ ତାଙ୍କୁ କ୍ଷମା ମଧ୍ୟ ମାଗିସାରିଛନ୍ତି ।