ETV Bharat / sitara

ରଣବୀରଙ୍କ 'ଆନିମଲ'ରେ ନଜର ଆସିବେ କି ତୃପ୍ତି ଡିମ୍ରି ?

author img

By

Published : Jan 3, 2021, 6:28 PM IST

ନିକଟରେ ରଣବୀରଙ୍କ ନୂଆ ଚଳଚ୍ଚିତ୍ର 'ଆନିମଲ' ଘୋଷଣା କରାଯାଇଛି । ବର୍ତ୍ତମାନ ଖବର ଆସୁଛି ଯେ, ଏହି ଚଳଚ୍ଚିତ୍ରରେ ପରିନୀତିଙ୍କ ସହିତ ଆଉ ଜଣେ ହିରୋଇନ୍ କାଷ୍ଟ ହେବାକୁ ଯାଉଛନ୍ତି, ଯେଉଁଥି ପାଇଁ ତୃପ୍ତି ଡିମ୍ରିଙ୍କ ନାମ ଫାଇନାଲ୍ କୁହାଯାଉଛି । ଅଧିକ ପଢନ୍ତୁ...

Tripti Dimri in Ranbir Kapoor starrer Animal?
ରଣବୀରଙ୍କ 'ଆନିମଲ'ରେ ନଜର ଆସିବେ କି ତୃପ୍ତି ଡିମରି ?

ନୂଆଦିଲ୍ଲୀ : ନୂଆ ବର୍ଷ ଅବସରରେ ଅଭିନେତା ରଣବୀର କପୁରଙ୍କ ନୂଆ ଚଳଚ୍ଚିତ୍ର 'ଆନିମଲ' ଘୋଷଣା କରାଯାଇଛି । 'କବୀର ସିଂ' ଫେମ ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ବଙ୍ଗାଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଆନିମଲ'ର ଟିଜର ମଧ୍ୟ ସୋସିଆଲ ମିଡିଆରେ ରିଲିଜ ହୋଇସାରିଛି ।

ଏହି ଫିଲ୍ମରେ ରଣବୀରଙ୍କ ସହ ଅନିଲ କପୁର ଏବଂ ପରିନୀତି ଚୋପ୍ରା ମଧ୍ୟ ନଜର ଆସିବେ ।

ବର୍ତ୍ତମାନ ଖବର ଆସୁଛି ଯେ, ଏହି ଚଳଚ୍ଚିତ୍ରରେ ଆଉ ଜଣେ ହିରୋଇନ୍ କାଷ୍ଟ ହେବାକୁ ଯାଉଛନ୍ତି, ଯେଉଁଥି ପାଇଁ ତୃପ୍ତି ଡିମ୍ରିଙ୍କ ନାମ ଫାଇନାଲ୍ କୁହାଯାଉଛି ।

  • " class="align-text-top noRightClick twitterSection" data="">

'ଫିଲ୍ମଫେୟାର'ର ଏକ ରିପୋର୍ଟ ଅନୁଯାୟୀ, ଏହି ଫିଲ୍ମରେ 2 ଜଣ ହିରୋଇନ୍ ନଜର ଆସିବେ । ପରିନୀତି ପ୍ରଥମ ହିରୋଇନ୍ ପାଇଁ ଫାଇନାଲିଷ୍ଟ ହୋଇଥିବାବେଳେ ଅନେକ ବଡ ନାୟିକା ଦ୍ବିତୀୟ ଚରିତ୍ର ପାଇଁ ଅଡିସନ ଦେଇଛନ୍ତି । ଯେଉଁଥିରେ ଅଭିନେତ୍ରୀ ସାରା ଅଲି ଖାନଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ, ଯାହା ନିକଟରେ ସୋସିଆଲ ମିଡିଆରେ ମଧ୍ୟ ସାମ୍ମନାକୁ ଆସିଥିଲା ।

ଯଦିଓ, ଏହି ଖବରକୁ ବିଶ୍ବାସ କରାଯାଏ, ନିର୍ମାତାମାନେ ସାରାଙ୍କ ଅପେକ୍ଷା ତୃପ୍ତିଙ୍କ ଅଡିସନକୁ ଅଧିକ ପସନ୍ଦ କରିଛନ୍ତି ଏବଂ ସେମାନେ ତୃପ୍ତିଙ୍କ ନାଁ କୁ ଫାଇନାଲ କରିଛନ୍ତି ।

ପ୍ରକାଶ ଥାଉ ଯେ, ଯଦି ଏହି ଚାରିଜଣ କଳାକାରଙ୍କୁ ଏହି ଚଳଚ୍ଚିତ୍ରରେ ଏକାଠି କାଷ୍ଟ କରାଯାଏ ତେବେ ରଣବୀର, ପରିନୀତି, ଅନିଲ କପୁର ଏବଂ ତୃପ୍ତି ଏକାଠି କାମ କରି ନ ଥିବାରୁ ଏହା ଦେଖିବାକୁ ବହୁତ ଆକର୍ଷଣୀୟ ହେବ ।

ତୃପ୍ତି ପୂର୍ବରୁ କେବଳ 2 ଟି ଫିଲ୍ମ 'ଲେଲା ମଜନୁ' ଏବଂ 'ବୁଲବୁଲ'ରେ କାମ କରିଛନ୍ତି । ଏବେ ଏହା ଦେଖିବାକୁ ପଡ଼ିବ ଯେ, ତୃପ୍ତିଙ୍କ ନାମ ଏହି ଫିଲ୍ମରେ ଫାଇନାଲ ହୋଇଛି କି ଅନ୍ୟ କାହାର ନାଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.