ମୁମ୍ବାଇ: ଆକ୍ସନ ଅଭିନେତା ଟାଇଗର ଶ୍ରଫ ଶନିବାର ମୁମ୍ବାଇରେ ହୋଇଥିବା ଲଗାଣ ବର୍ଷା ପାଇଁ ରାସ୍ତାରେ ଫସିଯାଇଥିଲେ । ଯାହା ପାଇଁ ତାଙ୍କୁ ପରେ ଘରକୁ ଫେରିବାକୁ ପଡିଥିଲା । ଏହି କଥାର ସୂଚନା ସେ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ଦେଇଛନ୍ତି । ଇନଷ୍ଟାଗ୍ରାମରେ ନିଜର ଗୋଟିଏ ଫଟୋ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ‘‘ମତେ ଲାଗୁଛି ଯେ ଆଜି କେବଳ ଘରେ ପହଁରୀବାକୁ ହେବ ।’’
- " class="align-text-top noRightClick twitterSection" data="
">
ମୁମ୍ବାଇରେ ଗତ ଶୁକ୍ରବାର ରାତିରୁ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଥିଲା । ଆଉ ଶନିବାର ମଧ୍ୟ ବର୍ଷା ଲାଗି ରହିଥିଲା । ଲଗାଣ ବର୍ଷା ଯୋଗୁ ମୁମ୍ବାଇର ରାସ୍ତାଘାଟରେ ପାଣି ଭର୍ତ୍ତି ହୋଇଯାଇଛି । ଯାହାକୁ ନେଇ ଅସୁବିଧାନର ସମ୍ମୁଖୀନ ହୋଇଚନ୍ତି ସାଧରଣ ଜନତାଙ୍କ ଠାରୁ ବଲିଉଡ ସେଲିବ୍ରିଟି ।
ଯେଉଁଠାରେ ଟାଇଗର ବର୍ଷାରେ ଫସି ଯାଇଥିଲେ ସେହିଠାରେ ବଲିଉଡର ଆଉ ଜଣେ ଅଭିନେତ୍ରୀ ଈଶା କୋପ୍ପିକର ମୁମ୍ବାଇ ବର୍ଷାକୁ ଖୁବ୍ ଏନଜୟ କରୁଥିବାର ନଜର ଆସୁଛନ୍ତି । ଏକଥା ଆମେ କହୁଁନାହୁଁ ଏହା ତାଙ୍କ ଟ୍ବିଟର ପୋଷ୍ଟରୁ ଜଣାପଡୁଛି । ସେ ଟ୍ବିଟରରେ ଏକ ଫଟୋ ସେୟାର କରି ବର୍ଷାକୁ ଧନ୍ୟବାଦ ଜଣାଇଛନ୍ତି । ଖାଲି ଏତିକି ନୁହେଁ ସେ ବର୍ଷା ସହ ବହୁଥିବା ପବନକୁ ମଧ୍ୟ ଖୁବ୍ ପସନ୍ଦ କରୁଛନ୍ତି ବୋଲି ପୋଷ୍ଟରେ ଲେଖିଛନ୍ତି ।
ପ୍ରକାଶ ଥାଉକି ବର୍ତ୍ତମାନ ଟାଇଗର ନିଜ ଗୁରୁ ତଥା ସୁପରଷ୍ଟାର ହ୍ରିତିକ ରୋଶନଙ୍କ ସହ ଆକ୍ସନଭରା ଫିଲ୍ମ ‘ୱାର’ର ସୁଟିଂରେ ବ୍ୟସ୍ତ । ପ୍ରଥମଥର ଦର୍ଶକ ଏହି ଗୁରୁ-ଶିଷ୍ୟଙ୍କ ଜବରଦସ୍ତ ଲଢେଇ ଦେଖିବେ ପରଦାରେ ।