ମୁମ୍ବାଇ: ଜୋରସୋରରେ ଚାଲିଛି ବଲିଉଡ ସୁପରଷ୍ଟାର ସଲମାନ ଓ ସୁନ୍ଦରୀ କ୍ୟାଟ୍ରିନାଙ୍କ ବ୍ଲକବଷ୍ଟର ଫିଲ୍ମ ଟାଇଗରର ସିରିଜ । ଫିଲ୍ମର ଆକ୍ସନ ପାର୍ଟକୁ ସୁଟିଂ କରିବା ପାଇଁ ଟିମ ଅଷ୍ଟ୍ରିଆରେ ପହଞ୍ଚିଛି । ସଲମାନ ଓ କ୍ୟାଟ୍ରିନା କିଛି ଷ୍ଟଣ୍ଟ କରୁଥିବାର ନଜର ଆସିଛନ୍ତି । ତେବେ ଅଷ୍ଟ୍ରିଆର ସାଲଜକାମର୍ଗଟ୍, ଡାଚଷ୍ଟାଇନ୍ ଓ ଭିଏନାରେ ସୁଟିଂ ହେଉଥିବା ସୂଚନା ମିଳିଛି ।
ଟାଇଗର-୩ ଅଷ୍ଟ୍ରିଆରେ ସୁଟିଂ ହେଉଥିବା ବେଳେ ଆକ୍ସନ ପାର୍ଟ ପାଇଁ ଆକର୍ଷଣୀୟ ଷ୍ଟଣ୍ଟ କରାଯାଉଛି । ୟଶ ରାଜ ଫିଲ୍ମ୍ସ ଦର୍ଶକଙ୍କୁ ଯଥାସମ୍ଭବ ଆଶ୍ଚର୍ଯ୍ୟଚକିତ କଲା ଭଳି ଆକ୍ସନ ପାର୍ଟ ଭେଟିଦେବ ବୋଲି ଜଣାପଡ଼ିଛି । ତେବେ ଅଷ୍ଟ୍ରିଆର ବିରଳ ସ୍ଥାନରେ ଅର୍ଥାତ ଯେଉଁ ସ୍ଥାନକୁ ଲୋକେମାନେ ବେଶି ଯାତାୟାତ କରିନଥାନ୍ତି, ସେପରି ସ୍ଥାନରେ ସୁଟିଂ କରାଯାଉଛି । ଫିଲ୍ମର ନିର୍ଦ୍ଦେଶକ ମନିଶ ଶର୍ମା ଦର୍ଶକଙ୍କୁ ଏକ ଗ୍ରାଣ୍ଡ ଭିଜନ ଭେଟି ଦେବା ପାଇଁ ଯୋଜନା କରିଛନ୍ତି । ଏହି ସ୍ଥଳ ଫିଲ୍ମରେ ଟାଇଗର ଓ ଜୋୟାଙ୍କ କାହାଣୀ ମୁଖ୍ୟ ସ୍ଥାନ ପାଲଟିଛି ।
ଏହା ବି ପଢନ୍ତୁ: ତୁର୍କୀ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଭେଟିଲେ ସଲମାନ-କ୍ୟାଟ୍ରିନା
ଅଷ୍ଟ୍ରିଆଟି ଖୁବ ସୁନ୍ଦର ସହର ହୋଇଥିବାରୁ ଏହାର ଆକର୍ଷଣୀୟ ସ୍ଥାନଗୁଡିକରେ ଚଳଚ୍ଚିତ୍ରର ସୁଟିଂ କରାଯାଉଛି । ଅଷ୍ଟ୍ରିଆରେ କ୍ୟାଟ୍ରିନା ବୁଲୁଥିବା ସମୟରେ ଏକ ଭିଡ଼ିଓ କ୍ଲିପକୁ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । କ୍ୟାଟ୍ର ଷ୍ଟାଇଲରେ ଟିମ ମେମ୍ବରଙ୍କ ସହିତ ବୁଲୁଥିବା ଭିଡିଓ କ୍ୟାପସନରେ ଲେଖିଛନ୍ତି । କ୍ୟାଟ ଓ ସଲମାନ ପୂର୍ବରୁ ତୁର୍କୀରେ ସୁଟିଂ କରୁଥିଲେ । ତେବେ ସୁଟିଂ ସମୟରେ ସେ ତୁର୍କୀର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ମେହମତ ନୁରୀ ଏର୍ସଏଙ୍କୁ ଭେଟିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ