ଟୋରାଣ୍ଟୋ: ବିଶ୍ବର ଫିଲ୍ମ ପାଇଁ ଫେମସ ଟୋରୋଣ୍ଟା ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ(ଟିଆଇଏଫଏଫ 2020) ଖୁବଶୀଘ୍ର ଆୟୋଜନ ହେବାକୁ ଯାଉଛି । ଏହା ପାଇଁ ଏବେ ବ୍ରାଣ୍ଡ ଆମ୍ବାସଡର୍ସ ଲିଷ୍ଟ ଜାରି ହୋଇଯାଇଛି । ଯେଉଁଥିରେ ଦୁଇ ଭାରତୀୟ କଳାକାରଙ୍କ ନାମ ମଧ୍ୟ ସାମିଲ ଅଛି । ଯାହା ଭାରତୀୟ ଦର୍ଶକଙ୍କ ପାଇଁ ଗର୍ବର କଥା । ଏହି ଲିଷ୍ଟରେ ପ୍ରଥମ ଭାରତୀୟ ନାମ ହେଲା ଫେମସ ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପ । ସେହିପରି ଦ୍ବିତୀୟ ନାମ ହେଲା ଗ୍ଲୋବାଲ ଆଇକନ ପ୍ରିୟଙ୍କା ଚୋପ୍ରା । ମୁଖ୍ୟ କଥା ହେଲା ଯେ ଏହି ଲିଷ୍ଟରେ ଦୁନିଆର ସବୁଠାରୁ ଶାନଦାର ଫିଲ୍ମ ମେକର୍ସଙ୍କ ମଧ୍ୟରେ ମାର୍ଟିନ ସକର୍ସେସ ସାମିଲ ଅଛନ୍ତି ।
ସେପ୍ଟେମ୍ବର 10ରୁ ଆରମ୍ଭ ହୋଇ 19ରେ ଶେଷ ହେବାକୁ ଯାଉଥିବା ଏହି ଫେଷ୍ଟିଭାଲ କୋରୋନା ଭାଇରସ ପାଇଁ ପ୍ରଥମଥର ଡିଜିଟାଲ ସ୍କ୍ରିନିଂ ସହ ଭର୍ଚୁଆଲ ରେଡ କାର୍ପେଟର ଆୟୋଜନ କରାଯିବ । ଏହାପୂର୍ବରୁ ମୁମ୍ବାଇ ଫିଲ୍ମ ଫେଷ୍ଟିଭାଲ ଆୟୋଜନ ମଧ୍ୟ ଡିଜିଟାଲରେ କରାଯାଇଥିଲା ।
ଏଥର ଟୋରାଣ୍ଟୋ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ 50ଟି ନୂଆ ଫିଚର ଫିଲ୍ମ ପ୍ରଦର୍ଶିତ ହେବ । ଏହାବ୍ୟତୀତ 5ଟି ସଟ ଫିଲ୍ମ ପାଇଁ କାର୍ଯ୍ୟକ୍ରମ ମଧ୍ୟ ଅଛି । ଫିଲ୍ମ କାଷ୍ଟର ରିୟୁନିୟନ ଓ ଫିଲ୍ମ ମେକର୍ସଙ୍କ ଆଲୋଚନା ମଧ୍ୟ ଦେଖିବାକୁ ପାଇବେ ଦର୍ଶକ । ସେହିପରି ପୁରା କାର୍ଯ୍ୟକ୍ରମକୁ ଡିଜିଟାଲ କରିବା ପାଇଁ ଟିଆଇଏଫଏଫ ନିଜର ଏକ ଜିଡିଟାଲ ପ୍ଲାଟଫର୍ମ ଲଞ୍ଚ କରିବ ।