ETV Bharat / sitara

‘ଇରଫାନଙ୍କ ଉତ୍ତରାଧିକାରୀ କେବେ ଓ କେହି ବଦଳାଇ ପାରିବେନି’

ଚର୍ଚ୍ଚାରେ ଆଦର୍ଶ ଗୌରବ । ଦିବଙ୍ଗତ ଅଭିନେତା ଇରଫାନଙ୍କ ପ୍ରଶଂସା କଲେ ଅଭିନେତା । କିଛି ଦିନରୁ ତାଙ୍କ ସହ ଆଦର୍ଶଙ୍କୁ ତୁଳନା କରୁଥିଲେ ଫ୍ୟାନ୍ସ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Apr 27, 2021, 2:25 PM IST

ମୁମ୍ବାଇ: ଆଦର୍ଶ ଗୌରବ ନେଟଫ୍ଲିକ୍ସର ଫିଲ୍ମ ‘ଦ ହ୍ବାଇଟ ଟାଇଗର’ରେ ଦମଦାର ଅଭିନୟ କରି ଆଜି ଦେଶ ବିଦେଶରେ ଲୋକପ୍ରିୟ ଅଭିନେତା ସାଜିଛନ୍ତି । ତାଙ୍କର ଏହି ଫିଲ୍ମ ବେଷ୍ଟ ଆଡପ୍ଟେଡ ସ୍କ୍ରିନପ୍ଲେ ଭାବେ 93ତମ ଓସ୍କାର ପୁରସ୍କାରରେ ସାମିଲ ହୋଇଥିଲା । ହେଲେ ର୍ଦୁଭାଗ୍ୟବଶତଃ ହଲିଉଡ ଫିଲ୍ମ ‘ଦ ଫାଦର’ ଏଥିରେ ବିଜୟ ହାସିଲ କରିଛି । ହେଲେ କିଛି ଦିନରୁ ଦିବଙ୍ଗତ ଅଭିନେତା ଇରଫାନଙ୍କ ସହ ଆଦର୍ଶଙ୍କୁ ତୁଳନା କରାଯାଉଥିବା ଦେଖିବାକୁ ମିଳୁଛି । ଯାହା ଉପରେ ପ୍ରତିକ୍ରିୟା ରଖିଛନ୍ତି ଅଭିନେତା ।

କଥାଟି ହେଲା ଯେ ଇରଫାନ ନିର୍ମାତା ମୀରା ନାୟରଙ୍କ ‘ଦ ନେମସେକ୍‌’ରେ ଅଭିନୟ କରିଥିଲେ । ଯାହା ଏକ ନୋବେଲର କାହାଣୀକୁ ନେଇ ଆଧାରିତ । ସେହିପରି ଆଦର୍ଶ ମଧ୍ୟ ନୋବେଲ କାହାଣୀ ଆଧାରିତ ଫିଲ୍ମ ‘ଦ ହ୍ବାଇଟ ଟାଇଗର’ରେ ଅଭିନୟ କରି ସମସ୍ତଙ୍କ ମନ କିଣିଛନ୍ତି । ଏଥିପାଇଁ ତାଙ୍କୁ ଦିବଙ୍ଗତ ଅଭିନେତାଙ୍କ ସହ ତୁଳନା କରାଯାଉଛି ।

ହେଲେ ପ୍ରତିକ୍ରିୟାରେ ଅଭିନେତା କହିଛନ୍ତି, ‘ଇରଫାନଙ୍କ ସହ ମତେ ତୁଳନା କରିବା ବହୁତ ବଡ କଥା । ହେଲେ ମୁଁ ଭାବୁନାହିଁ ଯେ ତାଙ୍କର ଉତ୍ତରାଧିକାରୀ କେବେ ବଦଳାଯାଇପାରିବ । ମୋ ଦ୍ବାରା ନୁହେଁ କିମ୍ବା କାହା ଦ୍ବାରା ନୁହେଁ । ତାଙ୍କ ସହ କେହି ମଧ୍ୟ ତୁଳନୀୟ ନୁହେଁ ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.