ETV Bharat / sitara

କୋରୋନା ଟିକା ନେଲେ ଅର୍ଚ୍ଚନା ପୁରନ ସିଂ, ସେୟାର କଲେ ଭିଡିଓ

author img

By

Published : Mar 9, 2021, 9:12 PM IST

ଆଜି ଟିକା ନେଲେ ଅଭିନେତ୍ରୀ ତଥା 'ଦ କପିଲ ଶର୍ମା ସୋ'ର ଜଜ୍ ଅର୍ଚ୍ଚନା ପୁରନ ସିଂ । ସେ ନିଜେ ସୋସିଆଲ ମିଡିଆରେ ଏ ବିଷୟରେ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

the-kapil-sharma-show-fame-archana-puran-singh-takes-corona-vaccine-shares-video
କୋରୋନା ଟିକା ନେଲେ ଅର୍ଚ୍ଚନା ପୁରନ ସିଂ,ସେୟାର କଲେ ଭିଡିଓ

ମୁମ୍ବାଇ: ମଙ୍ଗଳବାର 7 ହିଲ୍ସ ହସ୍ପିଟାଲରେ କୋଭିଡ -19 ଟିକାର ପ୍ରଥମ ଡୋଜ ନେଲେ ଅଭିନେତ୍ରୀ ତଥା 'ଦ କପିଲ ଶର୍ମା ସୋ'ର ଜଜ୍ ଅର୍ଚ୍ଚନା ପୁରନ ସିଂ । ଅଭିନେତ୍ରୀ ଏହାର ଏକ ଭିଡିଓ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରି କହିଛନ୍ତି ଯେ ସେ କିପରି ଭ୍ୟାକ୍ସିନ ପାଇଁ ରେଜିଷ୍ଟ୍ରର କରିଥିଲେ ଏବଂ ମାତ୍ର 15 ମିନିଟରେ ହିଁ ତାଙ୍କୁ କୋରୋନା ଟିକା ମିଳିଯାଇଥିଲା ।

ଭିଡିଓ ସହିତ ଅର୍ଚ୍ଚନା ଏକ ଲମ୍ବା ପୋଷ୍ଟ ଲେଖିଛନ୍ତି । ଯେଉଁଥିରେ ସେ କହୁଛନ୍ତି ଯେ ସେ ସକାଳୁ ଶୀଘ୍ର ଉଠିଛନ୍ତି। ତାଙ୍କ ପୁଅ ଆୟୁଷ୍ମାନ କୋଭିଡ ଭ୍ୟାକ୍ସିନ ପାଇଁ କୋୱିନ୍ ୱେବସାଇଟରେ ରେଜିଷ୍ଟ୍ରର କରିଥିଲେ। ସୌଭାଗ୍ୟବଶତଃ ସେହିଦିନ ହିଁ କୋରୋନା ଟିକା ପାଇଁ ଆପଏଣ୍ଟମେଣ୍ଟ ମିଳିଗଲା ।

ପ୍ରକାଶ ଥାଉ ଯେ, ଅର୍ଚ୍ଚନା ସୋସିଆଲ ମିଡିଆରେ 'ଦ କପିଲ ଶର୍ମା ଶୋ'ର ବିଟିଏସ୍ ଭିଡିଓ ମଧ୍ୟ ସେୟାର କରନ୍ତି, ଯାହାକୁ ଫ୍ୟାନ୍ସ ବହୁତ ପସନ୍ଦ କରନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.