ETV Bharat / sitara

‘ଏକ ଭିଲେନ 2’ରେ ତାରାଙ୍କ ଏଣ୍ଟ୍ରି - ଆକ୍ସନ ଡ୍ରାମା ଫିଲ୍ମ ଏକ ଭିଲେନ 2

ହ୍ୟାଣ୍ଡସମ ଆକ୍ଟର ଆଦ୍ୟତ ରାୟ କପୁରଙ୍କ ସହ ପରଦାରେ ରୋମାନ୍ସ କରିବେ ସିଦ୍ଧାର୍ଥ ମଲହୋତ୍ରାଙ୍କ ଅଭିନେତ୍ରୀ ତାରା ସୁତାରିୟା । ମୋହିତ ସୁରୀଙ୍କ ଆଗାମୀ ଫିଲ୍ମ ‘ଏକ ଭିଲେନ 2’ରେ ନଜର ଆସିବେ ତାରା ।

tara sutaria
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ତାରା ସୁତାରିୟା
author img

By

Published : Mar 11, 2020, 11:07 PM IST

ମୁମ୍ବାଇ: ଫିଲ୍ମ ‘ମରଜାୱାଂ’ରେ ଶାନଦାର ଅଭିନୟ କରି ଦର୍ଶକଙ୍କ ମନ କିଣିଥିବା ଅଭିନେତ୍ରୀ ତାରା ସୁତାରିୟାଙ୍କୁ ଏବେ ଆଉ ଏକ ଫିଲ୍ମ ମିଳିଛି । ସେ ଖୁବଶୀଘ୍ର ‘ଏକ ଭିଲେନ 2’ରେ ନଜର ଆସିବେ । ‘ଷ୍ଟୁଡେଣ୍ଟ ଅଫ ଦ ଇୟର 2’ ଜରିଆରେ ବଲିଉଡରେ ଡେବ୍ୟୁ କରିଥିବା ତାରାଙ୍କୁ ଏହି ଆକ୍ସନ ଡ୍ରାମା ଫିଲ୍ମରେ କାଷ୍ଟ କରାଯାଇଛି। 2014ରେ ଆସିଥିବା ମୋହିତ ସୁରୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଏକ ଭିଲେନ’ର ଏହା ସିକ୍ବେଲ ଫିଲ୍ମ । ଯେଉଁଥିରେ ସିଦ୍ଧାର୍ଥ ମଲହୋତ୍ରା, ରିତେଶ ଦେଶମୁଖ ଓ ଶ୍ରଦ୍ଧା କପୁର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।

ତାରାଙ୍କ ସହ ଏହି ଫିଲ୍ମରେ ହ୍ୟାଣ୍ଡସମ ଆକ୍ଟର ଆଦିତ୍ୟ ରାୟ କପୁର। ଏହି ଦୁଇ ଷ୍ଟାରଙ୍କ ବ୍ୟତୀତ ଫେମସ ଅଭିନେତା ଜନ ଅବ୍ରାହମ ଏ ଦିଶା ପଟାନୀ ଫିଲ୍ମରେ ଅଭିନୟ କରୁଥିବାର ଦେଖାଯିବେ । ନିକଟରେ ରିଲିଜ ହୋଇଥିବା ‘ମଲଙ୍ଗ’ପରେ ଆଦିତ୍ୟଙ୍କ ସହ ଦିଶାଙ୍କ ଏହା ଦ୍ବିତୀୟ ଫିଲ୍ମ ହେବ ।

‘ଏକ ଭିଲେନ 2’ରେ ତାରା ଜଣେ ଗାୟିକା ଭୂମିକାରେ ଅଭିନୟ କରିବେ । ଯାହା ଉପରେ ମୋହିତ ନିକଟରେ କହିଥିଲେ ଯେ ଜଣେ ସଙ୍ଗୀତକାର କଳାକୁ ପାଇବା ପାଇଁ ପୁରା ଜୀବନ ଲାଗିଥାଏ । ହେଲେ ସେ ଭାଗ୍ୟବାନ ଯିଏ ତାରା ପିଲା ବେଳୁ ସଙ୍ଗୀତରେ ଟ୍ରେନିଂ ନେଇ ଆସୁଛନ୍ତି । ଯାହାଦ୍ବାରା ଫିଲ୍ମରେ ଗାୟିକା ଭୂମିକାରେ ତାରା ସହଜରେ ଅଭିନୟ କରିପାରିବେ। ଜଣେ ନିର୍ମାତାଙ୍କୁ ଏହାଠୁ ଅଧିକ କଣ ଦରକାର।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.