ମୁମ୍ବାଇ: ନବାଗତ ଅଭିନେତ୍ରୀ ତାରା ସୁତାରିଆ ଏମିତି ଅଭିନେତ୍ରୀ ଯିଏ ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରୁହନ୍ତି । ନିକଟରେ ତାଙ୍କର ଏକ ମ୍ୟୁଜିକାଲ ଆଲବମ ‘ମସକଲି 2.0’ ରିଲିଜ ହୋଇଥିଲା । ଯେଉଁଥିରେ ତାଙ୍କ ସହ ପୁଣିଥରେ ସିଦ୍ଧାର୍ଥ ମଲହୋତ୍ରା ରୋମାନ୍ସ କରୁଥିବାର ଦେଖାଯାଇଥିଲେ। ହେଲେ ଲକଡାଉନ ପାଇଁ ବର୍ତ୍ତମାନ ସେ ନିଜ ଘରେ ବନ୍ଦ ଅଛନ୍ତି। ଆଉ ଏଭଳି ପରିସ୍ଥିତିରେ ସେ ଏକ ଖାସ୍ ଜିନିଷକୁ ମିସ କରୁଛନ୍ତି। ଯାହା ତାଙ୍କ ସୋସିଆଲ ମିଡିଆ ପୋଷ୍ଟରୁ ଜଣାପଡୁଛି।
- " class="align-text-top noRightClick twitterSection" data="
">
ଆଜ୍ଞା ହଁ, ସେ ନିଜ ଫଟୋସୁଟକୁ ମିସ କରୁଛନ୍ତି। କାରଣ ଇନଷ୍ଟାଗ୍ରାମରେ ସେ ଏକ ବିଚ ଫଟୋ ସେୟାର କରିଛନ୍ତି କ୍ୟାପସନରେ ଲେଖିଛନ୍ତି, ‘ମିସିଂ’। ସେପଟେ ଅନେକ ସେଲିବ୍ରିଟି ତାଙ୍କର ଏହି ଫଟୋକୁ ଲାଇକ କରିଛନ୍ତି। ପ୍ରକାଶ ଥାଉକି କେବଳ ତାରା ନୁହେଁ ଅନେକ ସେଲିବ୍ରିଟି ଛୁଟିରେ ମାଳଦ୍ବୀପ ଯାଆନ୍ତି ଫଟୋସୁଟ କରିବାକୁ ।