ETV Bharat / sitara

ତନୁଶ୍ରୀ ଓକିଲଙ୍କ ଉପରେ ଯୌନ ନିର୍ଯାତନା ଅଭିଯୋଗ - ଅଭିନେତ୍ରୀ ତନୁଶ୍ରୀ ଦତ୍ତାଙ୍କ ମି ଠୁ ଅଭିଯାନ

#Metoo ଅଭିଯାନ ଜରିଆରେ ବିଶିଷ୍ଟ ଅଭିନେତା ନାନା ପାଟେକରଙ୍କ ଉପରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ ଅଭିନେତ୍ରୀ ତନୁଶ୍ରୀ ଦତ୍ତା। ଏବେ ତାଙ୍କ ଓକିଲ ଉପରେ ଲାଗିଛି ଯୌନ ଶୋଷଣ ଅଭିଯୋଗ। ଖେରୱାଡି ପୋଲିସ ଥାନାରେ ନିତିନ ସତପୁତେଙ୍କ ନାମରେ ଆସିଛି ଅଭିଯୋଗ।

tanushree dutta
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ତନୁଶ୍ରୀ ଦତ୍ତା
author img

By

Published : Jan 3, 2020, 8:56 PM IST

ମୁମ୍ବାଇ: 2018ରେ ଅଭିନେତ୍ରୀ ତନୁଶ୍ରୀ ଦତ୍ତା ବଲିଉଡରେ ‘ମି ଠୁ’ ଅଭିଯାନ ଆରମ୍ଭ କରିଥିଲେ । ସେ ଫିଲ୍ମ ‘ହର୍ନ ଓକେ ପ୍ଲିଜ’ ସେଟ ଉପରେ ନିଜ ସହ ହୋଇଥିବା ଯୌନ ଶୋଷଣ ଏହି ଅଭିଯାନ ଜରିଆରେ ସମସ୍ତଙ୍କୁ ସାମ୍ନାକୁ ଆଣିଥିଲେ। ସେ ଫେମସ ଅଭିନେତା ନାନା ପାଟେକରଙ୍କ ଉପରେ ଯୌନ ନିର୍ଯାତନା ଅଭିଯୋଗ ଆଣି ଚର୍ଚ୍ଚାରେ ଆସିଥିଲେ । ତାଙ୍କ ପରେ ବଲିଉଡର ଅନେକ ଅଭିନେତ୍ରୀ ନିଜ ସହ ହୋଇଥିବା ଯୌନ ନିର୍ଯାତନା ବଖାଣିଥିଲେ । ତନୁଶ୍ରୀଙ୍କୁ ନେଇ ଏବେ ବଡ ଖବର ସାମ୍ନାକୁ ଆସିଛି।

ତାଙ୍କର ଏହି କେସ ଲଢୁଥିବା ଓକିଲ ନିତିନ ସତପୁତେଙ୍କ ଉପରେ ଅସଦାଚରଣ କରିବା ଅଭିଯୋଗ ଲାଗିଛି। ଜଣେ ମହିଳା ଖେରୱାଡି ପୋଲିସ ଥାନାରେ ତାଙ୍କ ବିରୋଧରେ ଯୌନ ଶୋଷଣ ମାମଲା ରୁଜୁ କରିଛନ୍ତି। ତାଙ୍କ ଉପରେ ଅଭିଯୋଗ ଆଣିଥିବା ମହିଳା ମଧ୍ୟ ଜଣେ ଓକିଲ।

ପ୍ରକାଶ ଥାଉକି ସାମ୍ନାକୁ ଆସିଥିବା ଏକ ଟ୍ବିଟରେ ତନୁଶ୍ରୀଙ୍କ ନାମ ଆସିବାକୁ ଲୋକ ତାଙ୍କ ସମାଲୋଚନା କରିବା ଆରମ୍ଭ କରିଦେଇଛନ୍ତି । ଯିଏ ନିଜ ସହ ହୋଇଥିବା ଯୌନ ନିର୍ଯାତନ ପାଇଁ ଲଢୁଛନ୍ତି ତାଙ୍କ ଓକିଲଙ୍କ ଉପରେ ଯୌନ ନିର୍ଯାତନ ଅଭିଯୋଗ ଲାଗିଛି ବୋଲି ସୋସିଆଲ ମିଡିଆରେ ଛି ଛି କରୁଛନ୍ତି ୟୁଜର୍ସ । ଏପରି କମେଣ୍ଟ ଦେଖି ସେହି ଟ୍ବିଟରୁ ତନୁଶ୍ରୀଙ୍କ ନାମ ହଟାଯାଇ ପୁଣି ଟ୍ବିଟ କରାଯାଇଛି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.